ହେଡଲାଇନସ୍:

ମିଶନଶକ୍ତି,ବିପର୍ଯ୍ୟୟ ପରିଚାଳନା,ସ୍ୱାସ୍ଥ୍ୟ ସେବା,ଖାଦ୍ୟସୁରକ୍ଷା ସବୁକ୍ଷେତ୍ରରେ ନବୀନ ପଟ୍ଟନାୟକଙ୍କ ଅବଦାନ ଅତୁଳନୀୟ-ମନ୍ତ୍ରୀ ପ୍ରତାପ ଜେନା

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

 ବିଜୁ ଜନତା ଦଳର ୨୫ତମ ପ୍ରତିଷ୍ଠା ଦିବସ ପାଳିତ

ନିଶ୍ଚିନ୍ତକୋଇଲି/ ଦେବେନ୍ଦ୍ର ଷଡ଼ଙ୍ଗୀ-ସାଢେ ଚାରି କୋଟି ଓଡ଼ିଶାବାସୀଙ୍କ ଆସ୍ଥା ଓ ବିଶ୍ୱାସର ପ୍ରତୀକ ବିଜୁ ଜନତା ଦଳର ୨୫ତମ ପ୍ରତିଷ୍ଠା ଦିବସ ମାହାଙ୍ଗା ନିର୍ବାଚନ ମଣ୍ଡଳୀ ନିଶ୍ଚିନ୍ତକୋଇଲି ବ୍ଲକ ଓରତି ଗ୍ରାମପଂଚାୟତ ଖଣ୍ଡାୟତ ପଟକିରା ଖେଳପଡ଼ିଆ ପରିସରରେ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ରାଜ୍ୟ ପଂଚାୟତରାଜ,ଆଇନ, ପାନୀୟଜଳ, ଗୃହନିର୍ମାଣ ଓ ନଗରଉନ୍ନୟନ ମନ୍ତ୍ରୀ ତଥା ମାହାଙ୍ଗାର ଚିତ୍ରକର ପ୍ରତାପ ଜେନା ଯୋଗଦାନ କରି ପ୍ରବାଦ ପୁରୁଷ ସ୍ୱର୍ଗତ ବିଜୁ ପଟ୍ଟନାୟକଙ୍କ ଅଧୁରା ସ୍ୱପ୍ନକୁ ସାକାର କରିପାରିଛନ୍ତି ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯାହାପାଇଁ ବିଜୁ ଜନତା ଦଳ ଦୀର୍ଘ ୨୫ବର୍ଷ ଧରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ସ୍ୱଚ୍ଛ.ନିର୍ମଳ, ଶାସନରେ ଲୋକମାନଙ୍କ ପାଇଁ ବିକାଶମୂଳକ କାର୍ଯ୍ୟ କରି ୪କୋଟି ଓଡ଼ିଆଙ୍କ ପ୍ରିୟଭାଜନ ହୋଇପାରିଛନ୍ତି ବୋଲି ମତବ୍ୟକ୍ତ କରିଥିଲେ । ମିଶନଶକ୍ତି,ବିପର୍ଯ୍ୟୟ ପରିଚାଳନା,ସ୍ୱାସ୍ଥ୍ୟ ସେବା,ଖାଦ୍ୟସୁରକ୍ଷା, ପାନୀୟଜଳ,୫ଟି ରୂପାନ୍ତରୀକରଣ ସବୁକ୍ଷେତ୍ରରେ ନବୀନ ପଟ୍ଟନାୟକଙ୍କ ଅବଦାନ ଅତୁଳନୀୟ ବୋଲି ମନ୍ତ୍ରୀ ପ୍ରକାଶ କରିଥିଲେ । ସ୍ୱର୍ଗତ ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ ପୂର୍ବକ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିବା ସମସ୍ତ ବରିଷ୍ଠ ନାଗରିକଙ୍କୁ ମନ୍ତ୍ରୀ ପ୍ରତାପ ଜେନା ଉତ୍ତରୀୟ ଦେଇ ସମ୍ବର୍ଦ୍ଧିତ କରିଥିଲେ । ମନ୍ତ୍ରୀ ଶ୍ରୀ ଜେନା ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ସ୍ମାର୍ଟ କାର୍ଡ ଯୋଜନା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଯୁଗାନ୍ତକାରୀ ପଦକ୍ଷେପ ଯେଉଁ କାଡର଼୍ ଦ୍ୱାରା ଜଣେ ପୁରୁଷ ୫ଲକ୍ଷ ଟଙ୍କା ଓ ମାଆମାନେ ୧୦ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମାଗଣାରେ ଚିକିତ୍ସା ପାଇପାରିବେ କହିବା ସହ ମହିଳାମାନଙ୍କୁ ମିଶନ ଶକ୍ତି କାର୍ଯ୍ୟକ୍ରମ ମାଧ୍ୟମରେ ସ୍ୱାବଲମ୍ବଶୀଳ କରିବା, ଗ୍ରାମାଚଂଳର ଘରେ ଘରେ ଶୁଦ୍ଧ ପାନୀୟଜଳ ଯୋଗାଇଦେବା, ବିଜୁ ସ୍ୱାସ୍ଥ୍ୟ କାଡର଼୍ ଜରିଆରେ ସମସ୍ତଙ୍କୁ ୧ହଜାର ଟଙ୍କାର ସହାୟତା ରାଶି ପ୍ରଦାନ, ପକ୍କାଘର ମରାମତି ପାଇଁ ନବୀନ ପଟ୍ଟନାୟକ ୩ହଜାର ରୁ ୫ହଜାର ଟଙ୍କା ପର୍ଯ୍ୟନ୍ତ ସହାୟତା ରାଶି ଯୋଗାଇଦେବା ଆଦି ବିଭିନ୍ନ ବିକାଶମୂଳକ କାର୍ଯ୍ୟ ବିଜୁ ଜନତା ଦଳର ଶ୍ରେଷ୍ଠ ଓଡ଼ିଶା ଗଢିବାର ସଂକଳ୍ପକୁ ସାକାର କରିପାରିଛି ବୋଲି ମନ୍ତ୍ରୀ ପ୍ରକାଶ କରିଥିଲେ । ଅପରପକ୍ଷରେ ନବୀନ ସରକାରଙ୍କ ଉନ୍ନତିମୂଳକ କାର୍ଯ୍ୟକୁ ବିରୋଧି ସହ୍ୟ କରିନପାରି ଔଷଧ ବଦଳରେ ତାଟିଆ କାମୁଡ଼ିବା ଭଳି ନାନା ପ୍ରକାର ହୀନ ଚକ୍ରାନ୍ତ କରୁଛି ଯାହା କେବେବି ସଫଳ ହେବନାହିଁ କାରଣ ଲୋକମାନଙ୍କ ଦୃଢ ସମର୍ଥନ ବିଜୁ ଜନତା ଦଳ ପ୍ରତି ରହିଛି ଏବଂ ଆଗାମୀ ନିର୍ବାଚନରେ ହାତରେ ହାତ ମିଶାଇ କାର୍ଯ୍ୟ କରି ବିରୋଧିମାନଙ୍କୁ କଡ୍ଡା ଜବାବ ଦିଆଯିବ ବୋଲି ମନ୍ତ୍ରୀ ଶ୍ରୀ ଜେନା ମତବ୍ୟକ୍ତ କରିଥିଲେ । ନିଶ୍ଚିନ୍ତକୋଇଲି ବ୍ଲକ ବିଜୁ ଜନତା ଦଳ ସଭାପତି ରମାକାନ୍ତ ମହାନ୍ତିଙ୍କ ସଭାପତିତ୍ୱରେ ସମ୍ମାନୀତ ଅତିଥି ଭାବେ ନିଶ୍ଚିନ୍ତକୋଇଲି ପଂଚାୟତ ସମିତିର ଅଧ୍ୟକ୍ଷା ସବିତା ଓଝା,ମାହାଙ୍ଗା ବ୍ଲକ ଅଧ୍ୟକ୍ଷ ଶରତ ନାୟକ,ପ୍ରାକ୍ତନ ବ୍ଲକ ଅଧ୍ୟକ୍ଷ ଗିରିଶ ରଞ୍ଜନ ମହାପାତ୍ର,ଯୁବନେତା ଅଶୋକ କୁମାର ଓଝା,ମାହାଙ୍ଗା ଯୁବବିଜେଡ଼ି ସଭାପତି ଶରତ ମହାପାତ୍ର, ଜିଲ୍ଲାପରିଷଦ ସଭ୍ୟା ଗୀତାଞ୍ଜଳୀ ପଣ୍ଡା,ସବିତା ସାମଲ,ସେକ୍ ଜାହିର ମହମ୍ମଦ,ପୂର୍ବତନ ଜିଲ୍ଲାପରିଷଦ ସଭ୍ୟ ହିମାଂଶୁ ଶେଖର ମହାନ୍ତି,ସରପଂଚ ଭୂପତିଭୂଷଣ ଷଣ୍ଢ, ଜିତେନ୍ଦ୍ର ମିଶ୍ର,ମହେଶ୍ୱର ବାରିକ,ସମିତିସଭ୍ୟ ମନୋରଂଜନ ନାୟକ,ସମାଜସେବୀ ବ୍ରଜମୋହନ ପଣ୍ଡା,ବିଭୂତି ଦାସ,ସନ୍ତୋଷ କୁମାର ମହାନ୍ତି. ଯୁବନେତା ବିପ୍ଲବ କାପ,ଭାବନୀଶଙ୍କର ସାମଲ,ଛାତ୍ର ବିଜେଡ଼ି କାର୍ଯ୍ୟକାରୀ ସଭାପତି ସୁଶାନ୍ତ ନାୟକ,ସଭାପତି ସତ୍ୟଜିତ୍ ମହାପାତ୍ର,ଏମଡ଼ି ଅମିନ୍ ଖାଁ,ପଦ୍ମନାଭ ତ୍ରିପାଠୀ ଙ୍କ ସମେତ ସରପଂଚ,ସମିତିସଭ୍ୟ,ଜିଲ୍ଲାପରିଷଦ ସଭ୍ୟ ମାହାଙ୍ଗା ଓ ନିଶ୍ଚିନ୍ତକୋଇଲି ବ୍ଲକର ବିଜୁ ଛାତ୍ର ଜନତା ଦଳ ,ମହିଳା ଜନତା ଦଳ,ବିଜୁ ଜନତା ଦଳ ମାଇନରିଟି ସେଲ ଓ ବହୁ ବିଜେଡ଼ି କର୍ମୀ ଯୋଗଦାନ କରିଥିଲେ ।

0
0
0
s2sdefault