ନିଶ୍ଚିନ୍ତକୋଇଲି/ ଦେବେନ୍ଦ୍ର ଷଡ଼ଙ୍ଗୀ -ବିଜୁ ଜନତା ଦଳ ର ୨୫ତମ ପ୍ରତିଷ୍ଠା ଦିବସ ପାଳନ ଅବସରରେ ନିଶ୍ଚିନ୍ତକୋଇଲି ବ୍ଲକ ଅଂଚଳର ବିଭିନ୍ନ ବିକାଶମୂଳକ କାର୍ଯ୍ୟକୁ ମୁଖ୍ୟଅତିଥି ଭାବେ ରାଜ୍ୟ ପଂଚାୟତିରାଜ ମନ୍ତ୍ରୀ ପ୍ରତାପ ଜେନା ଉଦ୍ଘାଟନ କରିବା ସହ ଶୁଭ ଶିଳାନ୍ୟାସ କରିଛନ୍ତି । ମନ୍ତ୍ରୀଙ୍କ କରକମଳରେ ନିଶ୍ଚିନ୍ତକୋଇଲି ବ୍ଲକ ଅସୁରେଶ୍ୱର ପଂଚାୟତର ଅସୁରେଶ୍ୱର ଗ୍ରାମ୍ୟ ଜଳ ଯୋଗାଣ ପ୍ରକଳ୍ପ ନବୀକରଣର ଶୁଭ ଶିଳାନ୍ୟାସ, ସୁଭଦ୍ରା ମହତାବ ମହାବିଦ୍ୟାଳୟର ନୂତନ ଶ୍ରେଣୀ ଗୃହ ଉଦଘାଟନ,୫ଟି ଯୋଜନାରେ ଅସୁରେଶ୍ୱର ଉଚ୍ଚବିଦ୍ୟାଳୟ ରୂପାନ୍ତରୀକରଣ ଲୋକାର୍ପିତ, ପଂଚାୟତ କାର୍ଯ୍ୟାଳୟରେ ପ୍ରତିମୂର୍ତ୍ତି ଉନ୍ମୋଚନ,ଓରତି ପଂଚାୟତ କୁଟିଲୋ ଠାରେ ପାର୍କ ଉଦଘାଟନ,ଓରତି ବ୍ୟାଙ୍କ ଛକ ଠାରୁ ବିନ୍ଧାସାହି ରାସ୍ତାର ଶିଳାନ୍ୟାସ,ଓରତି ମାର୍କେଟ କମ୍ଳେକ୍ସ ଉଦଘାଟନ, ଖଣ୍ଡାୟତ ପଟକିରା ଖେଳପଡ଼ିଆ ଉଦଘାଟନ,ଅସରପଡ଼ା ଅଙ୍ଗନୱାଡ଼ି କେନ୍ଦ୍ର, କୁଟିଲୋ ଅଙ୍ଗନୱାଡ଼ି କେନ୍ଦ୍ର,ଓରତି ମିଶନ ଶକ୍ତି ଗୃହ,ଓରତି ସେବା ସମବାୟ ସମିତି ନୂତନ ଅଫିସ,ପଂଚାୟତରେ ପ୍ରତିମୂର୍ତ୍ତି ଉନ୍ମୋଚନ ,ଗ୍ରାମ ପଂଚାୟତ ଅଧିକାରୀଙ୍କ ନୂତନ ଗୃହ,ଆମ ଗାଁ ଆମ ବିକାଶରେ କୁଟିଲୋ ବିରଂଚି ନାରାୟଣ ମନ୍ଦିର, ନରାଜପୁର ଅଙ୍ଗନୱାଡ଼ି କେନ୍ଦ୍ର, ମା’ ବ୍ରଜ ମହାକାଳୀ କମୁ୍ୟନିଟ ସେଂଟର,ଅସରପଡ଼ା ଅନ୍ତକୁମାରୀ ମନ୍ଦିର,ନରାଜପୁର ପାଠାଗାର,ମାଉସୀ ମା’ ପୋଖରୀ ପାହାଚ, ଅସରପଡ଼ା ବରୁଣେଇ ମନ୍ଦିର, ସେରପୁର ଅଙ୍ଗନୱାଡ଼ି କେନ୍ଦ୍ରର ଶୁଭ ଉଦଘାଟନ ହୋଇଯାଇଛି ।
ଏହି କାର୍ଯ୍ୟକ୍ରମରେ ନିଶ୍ଚିନ୍ତକୋଇଲି ପଂଚାୟତ ସମିତିର ଅଧ୍ୟକ୍ଷା ସବିତା ଓଝା,ନିଶ୍ଚିନ୍ତକୋଇଲି ବ୍ଲକ ବିଜେଡ଼ି ସଭାପତି ରମାକାନ୍ତ ମହାନ୍ତି, ପ୍ରାକ୍ତନ ବ୍ଲକ ଅଧ୍ୟକ୍ଷ ଗିରିଶ ରଞ୍ଜନ ମହାପାତ୍ର,ଯୁବନେତା ଅଶୋକ କୁମାର ଓଝା, ସରପଂଚ ମହେଶ୍ୱର ବାରିକ,ଜିଲ୍ଲାପରିଷଦ ସଭ୍ୟ ସେକ୍ ଜାହିର ମହମ୍ମଦ,ଗୀତାଞ୍ଜଳୀ ପଣ୍ଡା,ସବିତା ସାମଲ, ସମିତିସଭ୍ୟ ଅନନ୍ତରାମ ସିଂ, ସରପଂଚ ଭୂପତିଭୂଷଣ ଷଣ୍ଢ, ସମିତିସଭ୍ୟ ମନୋରଂଜନ ନାୟକ, ସମାଜସେବୀ ଜ୍ୟୋତିପ୍ରକାଶ ସ୍ୱାଇଁ,ବ୍ରଜମୋହନ ପଣ୍ଡା,ପ୍ରମୋଦ ସ୍ୱାଇଁ,ଯୁବନେତା ଜ୍ଞାନରଂଜନ ରାଉତ,ମୃତୁ୍ୟଞ୍ଜୟ ସ୍ୱାଇଁ,କଟକ ଜିଲ୍ଲା ବିଜେଡ଼ି ସାଧାରଣ ସମ୍ପାଦକ ବିଜୟ କୁମାର ବଳ, ବିଭାଗୀୟ ଅଧିକାରୀ, କନିଷ୍ଠ ଯନ୍ତ୍ରୀ , ସରପଂଚ,ସମିତିସଭ୍ୟ ,ଜିଲ୍ଲାପରିଷଦ ସଭ୍ୟ, ବରିଷ୍ଠ ନାଗରିକ,ଗ୍ରାମବାସୀ ମାନେ ଯୋଗଦାନ କରି ସହଯୋଗ କରିଥିଲେ ।