ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ପବିତ୍ର ବଡଦିନ ତଥା ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ମହାନ ଜନ୍ମଦିନ ଅବସରରେ ଶନିବାର ଦିନ ଗଜପତି ଜିଲ୍ଲା ସଦର ମହାକୁମା ପାରଳାଖେମୁଣ୍ଡି ସହର ସମେତ ଆଖପାଖ ଅଞ୍ଚଳ ଅତ୍ୟୁନ୍ତ ଚଳଚଞ୍ଚଳ ହୋଇପଡିଛି।
ସହରର ଓ ଆଖପାଖ ଅଞ୍ଚଳରେ ଥିବା ସମସ୍ତ କେଥାଲିକ ଚର୍ଚ୍ଚ , ସେଣ୍ଟନରି ବାପଟିଷ୍ଟ ଚର୍ଚ୍ଚ ଓ ପେଣ୍ଟିକଷ୍ଟେଲ ଡବ୍ଲୁ ଏମ୍ ଇ ଚର୍ଚ୍ଚ ପ୍ରଭୃତି ଠାରେ ନିରାଡ଼ମ୍ବରରେ ବଡ଼ଦିନ ପର୍ବ ପାଳିତ ହୋଇଛି।
ଖ୍ରୀଷ୍ଟଧର୍ମୀ ମାନେ ଆଜିର ଦିନରେ ସମସ୍ତେ ନୂଆବସ୍ତ୍ର ପରିଧାନ କରି ବିଭିନ୍ନ ଚର୍ଚ୍ଚ ଯାଇଥିଲେ।
ସରକାରଙ୍କ ଓ ଜିଲ୍ଲା ପ୍ରଶାସନ ପକ୍ଷରୁ କୋଭିଡ୍-୧୯ ମହାମାରୀ ଓ ଜନଗହଳି ହେବା ସମ୍ଭାବନାକୁ ଦୃଷ୍ଟିରେ ରଖି କୋଭିଡ୍ ଗାଇଡ୍ ଲାଇନ୍ ପ୍ରକାରେ ଚର୍ଚ୍ଚ ମାନଙ୍କରେ ବଡ଼ଦିନ ପର୍ବ ପାଳନ ନିରାଡ଼ମ୍ବର ଭାବେ ବଡଦିନ ତଥା ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ଜନ୍ମଦିନ ପାଳିତ ହୋଇଥିଲା ।
କେତେକ ଚର୍ଚ୍ଚାରେ କେବଳ ପ୍ରାର୍ଥନାରେ କାର୍ଯ୍ୟକ୍ରମ ସୀମିତ ଥିବାବେଳେ ଅନ୍ୟ କେତେକ ଚର୍ଚ୍ଚରେ , ଜୀବନୀ-ପ୍ରବନ୍ଧ , ପ୍ରଭୁ ଯୀଶୁଙ୍କ ଜନ୍ମ-ବୃତ୍ତାନ୍ତ ସ୍ମରଣ , ପ୍ରବଚନ , ପ୍ରାର୍ଥନା ଓ ଗରିବଙ୍କୁ ବସ୍ତ୍ରଦାନ ପ୍ରଭୃତି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ସମସ୍ତ ଚର୍ଚ୍ଚ ମାନଙ୍କରେ ପୋଲିସ ପହରା ଦିଆଯାଇଥିଲା।
ଏ ସମ୍ପର୍କରେ ସେଣ୍ଟନରି ବାପଟିଷ୍ଟ ଚର୍ଚ୍ଚ ପାଷ୍ଟର ପ୍ରମୋଦ କୁମାର ନାୟକ କହିଛନ୍ତି ଯେ , ସବୁଥର ଭଳି ଏଥର ପବିତ୍ର ବଡଦିନ ପର୍ବ କୋରନା କଟକଣା ଯୋଗୁଁ ଆଉ ଯାକଯମକ କି ଆଡମ୍ବରରେ ହୋଇନାହିଁ । ଗହଳିକୁ ଦୃଷ୍ଟିରେ ରଖି କେବଳ ପ୍ରଭୁ ଯୀଶୁଙ୍କ ପ୍ରାର୍ଥନା କରାଯିବା ସହ ଆମ ଦେଶ ଓ ରାଜ୍ୟର ସମସ୍ତଙ୍କ ସବୁପ୍ରକାର କଲ୍ୟାଣ କାମନା କରି ପ୍ରଭୁଙ୍କ ଠାରେ ପ୍ରାର୍ଥନା କରି ପର୍ବର କାର୍ଯ୍ୟକ୍ରମକୁ ସମାପ୍ତ କରିଥିଲୁ ବୋଲି କହିଥିଲେ ।
ସେଣ୍ଟନରି ବାପଟିଷ୍ଟ ଚର୍ଚ୍ଚରେ ସମସ୍ତ କାର୍ଯ୍ୟକ୍ରମକୁ ସଭାପତି ଡା .ପ୍ରଦୀପ କୁମାର ଓ ସମ୍ପାଦକ ଲୋଗସ୍ ଦାସ ବର୍ଦ୍ଧନ ପରିଚାଳନା କରିଥିଲେ।
ରାଜ୍ୟ
ପବିତ୍ର ବଡଦିନ ଅବସରରେ ପାରଳାଖେମୁଣ୍ଡି ସହର ସମେତ ଆଖପାଖ ଅଞ୍ଚଳ ଅତ୍ୟୁନ୍ତ ଚଳଚଞ୍ଚଳ
- Hits: 375