ହେଡଲାଇନସ୍:

ଜାତୀୟ ଶିକ୍ଷାନୀତି-୨୦୨୦ : ସଂକୁଳ ସ୍ତରୀୟ ଆଚାର୍ଯ୍ୟ ପ୍ରଶିକ୍ଷଣ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ଠାରେ ବିଦ୍ୟା ଭାରତୀ , ଶିକ୍ଷା ବିକାଶ ସମିତି , ଓଡିଶାଙ୍କ ତରଫରୁ ୨୩ ତାରିଖ ଠାରୁ ୨୪ ତାରିଖ ପର୍ଯ୍ୟନ୍ତ ଜାତୀୟ ଶିକ୍ଷା ନୀତି-୨୦୨୦, ପାରଳାଖେମୁଣ୍ଡି ସଂକୁଳ ସ୍ତରୀୟ ଆଚାର୍ଯ୍ୟ ପ୍ରଶିକ୍ଷଣ ଅନୁଷ୍ଠିତ ହୋଇଯାଇଛି।
ଉକ୍ତ ପ୍ରଶିକ୍ଷଣରେ ଦେବୀମଠ ମହନ୍ତ ଶ୍ରୀ ରାମାନନ୍ଦ ଦାସ ମହାରାଜ ଜୀ, ଶ୍ରୀ ନିହାର ରଞ୍ଜନ ପଣ୍ଡା , ସଂକୁଳ ପ୍ରମୁଖ ଶ୍ରୀ ରାଜେନ୍ଦ୍ର ପଢ଼ିଆରୀ , ବିଦ୍ୟାଳୟର ପରିଚାଳନା ସମିତିର ସମ୍ପାଦକ ଶ୍ରୀ ରମେଶ ଚନ୍ଦ୍ର ସାହୁକାର , ସଭାପତି ଡ଼ଃ ଶଙ୍କର ପ୍ରସାଦ ବକ୍ସି, ଗଜପତି ଜିଲ୍ଲା ସଂଘ ଚାଳକ ଶ୍ରୀ ଗୋୖରାଙ୍ଗ ପାଣିଗ୍ରାହୀ , ଗଜପତି ଜିଲ୍ଲା ପ୍ରମୁଖ ଶ୍ରୀ ପ୍ରସାଦ ନାୟକ ପ୍ରମୁଖ ଉପସ୍ଥିତ ଥିଲେ। ଦୁଇଦିନିଆ ପ୍ରଶିକ୍ଷଣକୁ ମୋଟ ୧୧ଟି କାଳାଂଶରେ ବିଭକ୍ତ କରାଯାଇଥିଲା।
ବରିଷ୍ଠ ସାଧନ କର୍ମୀ ମାନେ ଜାତୀୟ ଶିକ୍ଷା ନୀତି ୨୦୨୦ ବିଭିନ୍ନ ବିଷୟରେ ପ୍ରଶିକ୍ଷଣ ଦେଇଥିଲେ ଯଥା-: Reflection & Recommendation on Assessment in School Education , Life Skill Education, ଭାରତୀୟ ଶିକ୍ଷା ଦର୍ଶନ , ଭାରତୀୟ ଶିକ୍ଷା ମନୋବିଜ୍ଞାନ, School Education New Features , Bhartiya Concept of foundation literacy and numeracy, Art Integrated Learning, Vocational Education, Toy Based Learning , Experiential Learning, ICT ।

ଉକ୍ତ ପ୍ରଶିକ୍ଷଣରେ ଜିଲ୍ଲାର ୬ଟି ଶିଶୁ ମନ୍ଦିରର ମୋଟ ୫୦ଜଣ ଆଚାର୍ଯ୍ୟ ଆଚାର୍ଯ୍ୟା ଯୋଗ ଦେଇଥିଲେ। ସମସ୍ତ କାର୍ଯ୍ୟକ୍ରମ ସମ୍ଭାଗ ସଂଯୋଜକ ଶ୍ରୀ ପ୍ରକାଶ ଚନ୍ଦ୍ର ତ୍ରିପାଠୀ ପରିଚାଳନା କରିଥିବା ବେଳେ ବିଦ୍ୟାଳୟର ପରିଚାଳନା ସମିତିର ସଭ୍ୟା ଶ୍ରୀମତୀ ସୁଷମା ଦାସ ଧନ୍ୟବାଦ ଅର୍ପଣ କରିଥିଲେ।ସଂକୁଳ ସଂଯୋଜକ ତଥା ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ ଶ୍ରୀ ସରୋଜ କୁମାର ପଣ୍ଡାଙ୍କ ନେତୃତ୍ୱରେ ପ୍ରଶିକ୍ଷଣଟି ସଫଳତାର ସହ ସମ୍ପାଦିତ ହୋଇଥିଲା।

0
0
0
s2sdefault