ରାୟଗଡ(ସରୋଜ କୁମାର ସାହୁ) : ଜାତି ବର୍ଣ୍ଣ ଧର୍ମ ନିର୍ବିଶେଷରେ ସବୁ ଦମ୍ପତିଙ୍କ ପାଇଁ ଦୁଇଟି ସନ୍ତାନ ଜନ୍ମ ଦେବା ବାଧ୍ୟତା ମୂଳକ ଆଇନ ସଂସଦରେ ପ୍ରଣୟନ ଦାବୀ କରି ଜନସଚେତନତା ପାଇଁ ଜନସଂଖ୍ୟା ସମାଧାନ ଫାଉଣ୍ଡେସନର ରଷ୍ଟ୍ରୀୟ ସଭାପତି ଶ୍ରୀ ଅନୀଲ ଚୌଧୁରୀ ଗତ ଡିସେମ୍ବର ୪ ତାରିଖ ଦିନ ଉତରପ୍ରଦେଶର ଗାଜିଆବାଦ ଜିଲ୍ଲାରୁ ରଥଯାତ୍ରାର ଶୁଭାରମ୍ଭ କରିଥିଲେ । ଏହି ସଚେତନ ରଥଯାତ୍ରା ଉତରପ୍ରଦେଶର ୬୬ ଟି ଜିଲ୍ଲା ପରିକ୍ରମଣ କରି ଆସନ୍ତା ୨୮ ତାରିଖରେ ଅଯୋଧ୍ୟା ଠାରେ ସମାପ୍ତ ହେବାର କାର୍ଯ୍ୟକ୍ରମ ରହିଛି । ତା. ୨୪.୧୨.୨୦୨୧ ରିଖରେ ଆଜମେର ଜିଲ୍ଲାର କାଲପରପୁଟି ସାଇବର ଥାନା ନିକଟରେ କିଛି ଅସାମାଜିକ ତତ୍ୱ ଏକାଧିକ ଗାଡିରେ ପହଂଚି ଆକସ୍ମିକ ଭାବରେ ଆକ୍ରମଣ କରିଥିଲେ | ଯାହା ଫଳରେ ରଥ ସମେତ ଆଠୋଟି ଚାରିଚକିଆ ଗାଡି ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଥିଲା । ସେମାନଙ୍କ ଆକ୍ରମଣରେ ସଭାପତି ଶ୍ରୀ ଚୌଧୁରୀଙ୍କ ମୁଣ୍ଡ ଫାଟି ଯିବା ସହ ଗୋଡ ଭାଙ୍ଗି ଯାଇଥିଲା । ଏହାସହ ଶ୍ରୀ ଚୌଧୁରୀଙ୍କ ସାଙ୍ଗରେ ଥିବା କେନ୍ଦ୍ରୀୟ ସାଧାରଣ ସମ୍ପାଦକ ଶ୍ରୀ ସୁନୀଲ ଶର୍ମାଙ୍କ ସମେତ ଆଠ ଜଣ ସମର୍ଥକ ଗୁରୁତର ହୋଇ ଆଜମେର ଜିଲ୍ଲା ମୂଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହେଉଛନ୍ତି । ଏତେ ସବୁ ଘଟଣା ଘଟି ଯାଇଥିଲେ ମଧ୍ୟ ସ୍ଥାନୀୟ ପୋଲିସ ନିରବ ଦ୍ରଷ୍ଟା ସାଜିଥିଲେ । ଉକ୍ତ ଘଟଣାର ଅପରାଧୀ ମାନଙ୍କୁ ଗିରଫ ନ ହେବା ପର୍ଯ୍ୟନ୍ତ ସମଗ୍ର ଭାରତ ବର୍ଷରେ ଜନସଂଖ୍ୟା ଫାଉଣ୍ଡେସନ ତରଫରୁ ବ୍ୟାପକ ଗଣ ଆନେ୍ଦାଳନ କରାଯିବା ନେଇ ନିଷ୍ପତି ନିଆଯାଇଛି । ଏହି ଘଟଣାକୁ ଘୋର ନିନ୍ଦା କରି ଓଡିଶାରେ ମଧ୍ୟ ପୁରପଲ୍ଲୀରେ ଆନ୍ଦୋଳନକୁ ଜୋରଦାର କରି ଆକ୍ରମଣକାରୀଙ୍କୁ ଗିରଫ କରିବା ଦାବୀ କରି ରାଜ୍ୟପାଳ ଭବନ ଘେରାଉ କରାଯିବ ଓ ଆବଶ୍ୟକ ପଡିଲେ ରାଜ୍ୟ ସଭାପତି ବିପିନ ବିହାରୀ ଦାସଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ଉତରପ୍ରଦେଶ ଯାଇ ମୁଖ୍ୟ ମନ୍ତ୍ରୀ ଶ୍ରୀ ଆଦିତ୍ୟ ନାଥ ଯୋଗୀଙ୍କୁ ସାକ୍ଷାତ କରି ଆସାମୀ ମାନଙ୍କୁ ଗିରଫ କରାଯିବା ପାଇଁ ଦାବୀ କରାଯିବ ବୋଲି ସାମ୍ବାଦିକଙ୍କୁ ସୂଚନା ପ୍ରଦାନ କରିଛନ୍ତି ରାଜ୍ୟ ପ୍ରବକ୍ତା ଶ୍ରୀ ଯୋଗେଶ୍ୱର ଦାସ ।
ରାଜ୍ୟ
ଜନସଂଖ୍ୟା ସମାଧାନ ଫାଉଣ୍ଡେସନର କେନ୍ଦ୍ରୀୟ ସଭାପତିଙ୍କୁ ମରଣାନ୍ତକ ଆକ୍ରମଣ: ପ୍ରତିବାଦରେ ରାଜ ରାସ୍ତାକୁ ଓଲ୍ଲାଇବ ଓଡିଶା ଶାଖା
- Hits: 381