ହେଡଲାଇନସ୍:

ଉତ୍କଳ କନିକା ଗ୍ୟାଲେରିଆର ଦ୍ୱିତୀୟ ପ୍ରତିଷ୍ଠା ଦିବସ ପାଳିତ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ରଙ୍ଗାରଙ୍ଗ କାର୍ଯ୍ୟକ୍ରମରେ ସାମିଲ ହେଲେ କୋରିଓଗ୍ରାଫର ଶାସ୍ଵତ ଯୋଶୀ ଓ ଓଲିଉଡ ଅଭିନେତ୍ରୀ ଜାଗ୍ରୁତି

ଭୁବନେଶ୍ୱର(ଶାସକ ପ୍ରଶାସକ) ଓଡ଼ିଶାର ଅନ୍ୟତମ ଅତ୍ୟାଧୁନିକ ସପିଙ୍ଗ୍ ମଲ୍ ଉତ୍କଳ କନିକା ଗ୍ୟାଲେରିଆ ଏହାର ସଫଳତାର ଦ୍ୱିତୀୟ ପ୍ରତିଷ୍ଠା ଦିବସକୁ ଗ୍ୟାଲେରିଆ କମ୍ପ୍ଲେକ୍ସରେ ବହୁ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ସହିତ ପାଳନ କରିଛନ୍ତି।
ବାର୍ଷିକ ଦିବସ ପାଳନ ଆମର ସାମାଜିକ, ସାଂସ୍କୃତିକ ଏବଂ ଅର୍ଥନୈତିକ କାର୍ଯ୍ୟକଳାପର ଏକ ଅବିଚ୍ଛେଦ୍ୟ ଅଙ୍ଗ ଅଟେ। ଏହା ଏକ ଉତ୍ସବ, ଯେଉଁଠି କେବଳ ଆମେ କେବଳ ଆମର ସଫଳତାର କଥା କହିନଥାଉ ବରଂ ଆମର ସମ୍ମାନିତ ଗ୍ରାହକମାନେ ମଧ୍ୟ ସେମାନଙ୍କର ଚମତ୍କାର ପ୍ରଦର୍ଶନକୁ ଉପସ୍ଥାପନ କରନ୍ତି ଏବଂ ତାଙ୍କର ଅଦ୍ଵିତୀୟ ସଫଳତା ନିମନ୍ତେ ସମ୍ମାନ ଓ ପୁରସ୍କାର ମଧ୍ୟ ଗ୍ରହଣ କରିଥାନ୍ତି।
ଓଡିଶାର ସବୁଠାରୁ ବଡ଼ ଏବଂ ଅତ୍ୟାଧୁନିକ ସପିଂ ମଲ୍ - ଉତ୍କଳ କନିକା ଗ୍ୟାଲେରିଆ ଓଡିଶାର ସମସ୍ତ ମାନ୍ୟଗଣ୍ୟ ବ୍ୟକ୍ତିଙ୍କୁ ତଥା ରାଜ୍ୟ ବାହାରୁ ଓଡ଼ିଶାକୁ ଆସୁଥିବା ସଚେତନ ଓ ଆଧୁନିକ ଲୋକମାନଙ୍କୁ ସଫଳତାର ସହିତ ଗତ ଦୁଇବର୍ଷ ଧରି ନିରନ୍ତର ଭାବେ ମନୋରଞ୍ଜନ ସହିତ ଆନ୍ତର୍ଜାତୀୟ ମାନର ସପିଂର ସୁବିଧା ଯୋଗାଇ ଦେଇଆସୁଛନ୍ତି।
ଦ୍ଵିତୀୟ ବାର୍ଷିକ ପ୍ରତିଷ୍ଠା ଦିବସ ଉତ୍ସବ ଉପଲକ୍ଷେ ସନ୍ଧ୍ୟାରେ ଅନେକ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ସହିତ କେକ୍ କଟିଂ ଉତ୍ସବ, ମ୍ୟୁଜିକାଲ ବ୍ୟାଣ୍ଡ କାର୍ଯ୍ୟକ୍ରମ ଏବଂ ଉତ୍କଳ ସପିଂ ଫେଷ୍ଟିଭାଲ୍ ବିଜେତାଙ୍କୁ ସମ୍ମାନିତ କରାଯିବା ସହିତ ଉପହାର ପ୍ରଦାନ କରାଯାଇଥିଲା।
ବିଶିଷ୍ଟ ଭାରତୀୟ ଶାସ୍ତ୍ରୀୟ ନୃତ୍ୟଶିଳ୍ପୀ ତଥା କୋରିଓଗ୍ରାଫର ଶ୍ରୀ ଶାସ୍ଵତ ଯୋଶୀ, ପ୍ରସିଦ୍ଧ ଓଲିଉଡ ଅଭିନେତ୍ରୀ ମିସ୍ ଜାଗ୍ରୁତି ରଥ ଏବଂ ଶ୍ରୀ ସରଦ ବେଦ୍ - ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ଉତ୍କଳ ବିଲଡର୍ସ ଏବଂ ଶ୍ରୀଯୁକ୍ତ ସୁବାସ ଭୁରା ମହୋଦୟ ଏହି ବହୁ ପ୍ରତୀକ୍ଷିତ ଶୁଭ ଉତ୍ସବରେ ମୁଖ୍ୟ ଅତିଥି ଭାବରେ ଯୋଗଦେଇ କାର୍ଯ୍ୟକ୍ରମକୁ ସାଫଲ୍ୟ ମଣ୍ଡିତ କରିଥିଲେ।

ଏହି ରଙ୍ଗାରଙ୍ଗ କାର୍ଯ୍ୟକ୍ରମରେ ଉତ୍କଳ କନିକା ଗ୍ୟାଲେରିଆ ନିର୍ଦ୍ଦେଶିକା ଶ୍ରୀମତୀ ପୂର୍ଣ୍ଣିମା ବେଦ୍ ଅଧ୍ୟକ୍ଷତା କରିଥିଲେ ଏବଂ ଉତ୍କଳ କନିକା ଗ୍ୟାଲେରିଆ ଜି. ଏମ୍. ଶ୍ରୀ ଭଟ୍ଟ ସମସ୍ତ ସମ୍ମାନିତ ମାନ୍ୟଗଣ୍ୟ ବ୍ୟକ୍ତି, ହିତାଧିକାରୀ ଏବଂ ପରିଦର୍ଶକଙ୍କୁ ସ୍ୱାଗତ ସମ୍ଭାଷଣ ପ୍ରଦାନ କରିଥିଲେ।ଏହି ଅବସରରେ ଶ୍ରୀ ସରଦ ବେଦ୍, ଓଡିଶାରେ ଏପରି ବିଶ୍ୱ ସ୍ତରୀୟ ସପିଂ ଏବଂ ମନୋରଞ୍ଜନ ସୁଯୋଗ ପ୍ରଦାନ କରିବାରେ ସଫଳ ହୋଇଥିବାରୁ ନିଜର ଖୁସି ବ୍ୟକ୍ତ କରିଥିଲେ ଏବଂ ଓଡିଶାର ଅତ୍ୟାଧୁନିକ ଗ୍ରାହକଙ୍କ ପାଇଁ ଆହୁରି ଏପରି ନୁଆ ନୁଆ ଅଧିକ ସୁଯୋଗ ଆଣିବା ପାଇଁ ତାଙ୍କର ନିରନ୍ତର ପ୍ରୟାସ ବିଷୟରେ ମଧ୍ୟ ପ୍ରକାଶ କରିଥିଲେ। ଏହି କାର୍ଯ୍ୟକ୍ରମରେ ନିର୍ଦ୍ଦେଶିକା - ଶ୍ରୀମତୀ ପୂର୍ଣ୍ଣିମା ବେଦ୍ ମଧ୍ୟ ସମସ୍ତ ପରିଦର୍ଶକଙ୍କୁ ସର୍ବାଧିକ ସମ୍ଭାବ୍ୟ ସୁବିଧା ତଥା ସପିଂ ମନୋରଞ୍ଜନ ଦେବା ତଥା ପ୍ରତିଦିନ ଅଧିକରୁ ଅଧିକ ପରିଦର୍ଶକଙ୍କୁ ଆକର୍ଷିତ କରିବା ପାଇଁ ତାଙ୍କର ଉତ୍ସର୍ଗୀକୃତ ତଥା ନିରବଚ୍ଛିନ୍ନ ପ୍ରୟାସ ରହିଥିବା ବିଷୟରେ କହିଥିଲେ। ସେମାନଙ୍କର ନିରନ୍ତର ସମର୍ଥନ ଏବଂ ସହଯୋଗ ପାଇଁ ସେ ସମସ୍ତ ସମ୍ମାନୀୟ ପରିଦର୍ଶକମାନଙ୍କୁ ଧନ୍ୟବାଦ ଜଣାଇଲେ।ଉତ୍କଳ ସପିଂ ଫେଷ୍ଟିଭାଲରେ ଅଂଶ ଗ୍ରହଣ କରିଥିବା ଏବଂ ବିଜୟୀ ହୋଇଥିବା ଅନେକ ପରିଦର୍ଶକ ମଧ୍ୟ ଉତ୍କଳ ଗ୍ୟାଲେରିଆର ଏଭଳି ଅଦ୍ଵିତୀୟ ବିଶ୍ଵସ୍ତରୀୟ ଓ ଅତ୍ୟାଧୁନିକ ପ୍ରୟାସକୁ ଉଚ୍ଚ ପ୍ରଶଂସା କରିବା ସହିତ ସେମାନଙ୍କର ଆନନ୍ଦଦାୟକ ଅନୁଭୂତି ପ୍ରକାଶ କରିଥିଲେ।
ଉତ୍କଳ ଗ୍ୟାଲେରିଆର ଜି. ଏମ୍. ଶ୍ରୀଯୁକ୍ତ ଭଟ୍ଟ ତାଙ୍କର ସମସ୍ତ ସାଥି, ଉତ୍କଳ ଗ୍ୟାଲେରିଆର ସମସ୍ତ କାର୍ଯ୍ୟନିର୍ବାହୀମାନଙ୍କ ସହଯୋଗର ଏହି ଅଦ୍ୱିତୀୟ ଦିନଟିକୁ ବିଭିନ୍ନ ମନୋରଞ୍ଜନ କାର୍ଯ୍ୟକ୍ରମ ମାଧ୍ୟମରେ ସଫଳତାର ସହିତ ପାଳନ କରିବାରେ ସକ୍ଷମ ହୋଇଥିବା କଥା କହିଥିଲେ। ଶେଷରେ ଶ୍ରୀଯୁକ୍ତ ଭଟ୍ଟ ଏବଂ ଶ୍ରୀ ଦୁଲାଲ ସାହୁ ଆଜିର ସମସ୍ତ ସମ୍ମାନିତ ଅଂଶଗ୍ରହଣକାରୀ, ପରିଦର୍ଶକ, ସମ୍ମାନୀୟ ମୁଖ୍ୟ ଅତିଥି, ନିର୍ଦ୍ଦେଶିକା ମ୍ୟାଡାମ୍ ଏବଂ ସମସ୍ତ ସାଥି ସଦସ୍ୟ ମାନଙ୍କୁ, ଆଜି ସନ୍ଧ୍ୟାର ଏହି କାର୍ଯ୍ୟକ୍ରମକୁ ଏକ ବଡ଼ ସଫଳତା ଦେଇଥିବାରୁ ସେମାନଙ୍କ ନିକଟରେ ନିଜର କୃତଜ୍ଞତା ଓ ବିଶେଷ ଧନ୍ୟବାଦ ଜଣାଇଥିଲେ।

0
0
0
s2sdefault