ରାଉରକେଲା,(ବସନ୍ତ କୁମାର ଜେନା); ଦିଲ୍ଲୀର ରାଡ଼ିସନ ହୋଟେଲରେ କମନୱେଲଥ ଭୋକେସନାଲ ୟୁନିଭରସିଟି ତରଫରୁ ଆୟୋଜିତ ସମାବର୍ତ୍ତନ ଉତ୍ସବରେ ରାଉରକେଲା ର ପୂର୍ବତନ ବରିଷ୍ଠ ପୋଲିସ ଅଧିକାରୀ, ଲେଖକ, ସଂଗଠକ, ସମାଜସେବୀ ସୁମନ ଦତ୍ତଙ୍କୁ ସମାଜସେବା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ସମ୍ମାନ ସୂଚକ ଡ଼କ୍ଟରେଟ ଉପାଧି ପ୍ରଦାନ କରାଯାଇଛି l ସମାଜସେବା ପାଇଁ ଭାରତବର୍ଷର ତିନି ଜଣଙ୍କ ଭିତରେ ଶ୍ରୀ ଦତ୍ତ ଅନ୍ୟତମ l ଏହି ବିଶ୍ୱବିଦ୍ୟାଳୟ ପ୍ରତିବର୍ଷ ତାହାର ସମାବର୍ତ୍ତନ ଉତ୍ସବରେ ସମାଜର ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ବିଶିଷ୍ଟ ବ୍ୟକ୍ତି ମାନଙ୍କୁ ସମ୍ବର୍ଦ୍ଧିତ କରିଥାଏ ବୋଲି ବିଶ୍ୱବିଦ୍ୟାଳୟର ଉପ ସଭାପତି ଡ଼କ୍ଟର ରିପୁ ରଞ୍ଜନ ସିହ୍ନl ପ୍ରକାଶ କରିଥିଲେ l ଶ୍ରୀ ଦତ୍ତ ବର୍ତମାନ ହମିରପୁର ଉନ୍ନୟନ ପରିଷଦର ସଭାପତି,ରାଉରକେଲା ଆଇନ ମହାବିଦ୍ୟାଳୟ ଆଲୁମିନି ଆସୋସିଏସନର ସଭାପତି, ଅବସରପ୍ରାପ୍ତ ପୋଲିସ ଅଫିସର କଲ୍ୟାଣ ଆସୋସିଏସନର ସାଧାରଣ ସମ୍ପାଦକ, ବରିଷ୍ଠ ନାଗରିକ କଲ୍ୟାଣ ସଂଘ ମାନଙ୍କର ଆବାହକ, ସାମାଜିକ ଅନୁଷ୍ଠାନ ସୃଷ୍ଟିର ନିର୍ଦ୍ଦେଶକ , ବିଭିନ୍ନ ମହୋତ୍ସବ ଯଥା ରାଜଗାଙ୍ଗପୁରର "ଝରଝରା ", ବୀରମିତ୍ରପୁର ମହୋତ୍ସବ, କେନ୍ଦୁଝରର "ଗୋନାସିକା ମହୋତ୍ସବ " ର ସ୍ରଷ୍ଟା, ପଚିଶଟି ସାମାଜିକ ଅନୁଷ୍ଠାନ ସହ ଜଡିତ, ତାଳଚେରରୁ ବାହାରୁ ଥିବା "ୠଚା " ପତ୍ରିକା, ବଣାଇଁଗଡ଼ରୁ ପ୍ରକାଶିତ "ସୁଲଗ୍ନା ", ରାୟଗଡାରୁ ପ୍ରକାଶିତ "ପଞ୍ଚବଟି " ଆଦିର ସ୍ରଷ୍ଟା ଓ ପରିଚାଳନା ସମ୍ପାଦକ l ତାଙ୍କର ଅନେକ ଗଳ୍ପ, କବିତା, ରମ୍ୟରଚନା, ପ୍ରବନ୍ଧ ବିଭିନ୍ନ ପତ୍ରିକା ଓ ସମ୍ବାଦ ପତ୍ରରେ ପ୍ରକାଶିତ l ସେ ଅପେରା ପାଇଁ ନାଟକ ଲେଖି ନିର୍ଦେଶନା ମଧ୍ୟ ଦେଇଛନ୍ତି l ତାଙ୍କର ବିଭିନ୍ନ କ୍ଷେତ୍ରରେ ଅବଦାନ ପାଇଁ ଦୁଇଶହରୁ ଅଧିକ ପୁରସ୍କାରରେ ସମ୍ମାନିତ ହୋଇଛନ୍ତି l ସୁନ୍ଦରଗଡ଼ ଜିଲ୍ଲାର ଉନ୍ନତି ପାଇଁ ସେ ସର୍ବଦା ଚେଷ୍ଟିତ ଥାନ୍ତି l ତାଙ୍କର ଏଇ ସମ୍ବର୍ଦ୍ଧନା ପାଇଁ ସମସ୍ତ ସୁନ୍ଦରଗଡ଼ ଜିଲ୍ଲାରେ ଆନନ୍ଦ ପ୍ରକାଶ ପାଇଛି l ତାଙ୍କ ପ୍ରତିକ୍ରିୟାରେ ଶ୍ରୀ ଦତ୍ତ " ଏକ ଗରିବ ପରିବାରରୁ ଆସି , ସମସ୍ତଙ୍କର ସ୍ନେହ, ସଦିଚ୍ଛା, ଆଶୀର୍ବାଦ ପାଇଁ ଏଇଭଳି ଏକ ସମ୍ମାନରେ ସମ୍ମାନିତ ହେଇଥିବାରୁ ସମସ୍ତଙ୍କୁ ଆନ୍ତରିକ ଧନ୍ୟବାଦ ଅର୍ପଣ କରିବା ସହିତ ସମସ୍ତଙ୍କର ସହଯୋଗ କାମନା କରିଛନ୍ତି l ଶ୍ରୀ ଦତ୍ତଙ୍କୁ ଏଥିପାଇଁ ବିଭିନ୍ନ ଅନୁଷ୍ଠାନ ଓ ତଥା ବ୍ୟକ୍ତିବିଶେଷ ଅଭିନନ୍ଦନ ଜଣାଇଛନ୍ତି।
ରାଜ୍ୟ
କବି ସୁମନ ଦତ୍ତଙ୍କୁ ସମାଜସେବା ପାଇଁ ସମ୍ମାନସୁଚକ ଡ଼କ୍ଟରେଟ ଉପାଧି ପ୍ରଦାନ
- Hits: 456