ଦୁର୍ବଳ ହେବାରେ ଲାଗିଛି ବାତ୍ୟା "ଜଓ୍ୱାଦ୍', କମୁଛି ତୀବ୍ରତା : ସ୍ୱତନ୍ତ୍ର ରିଲିଫ୍ କମିଶନର

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 
  • ଓଡ଼ିଶା ଉପକୂଳରେ ଡିସେମ୍ବର ୫ ତାରିଖ ମଧ୍ୟାହ୍ନରେ ପୁରୀ ନିକଟରେ ପହଂଚିବ "ଜଓ୍ୱାଦ୍"

  • ପୁରୀ ଉପକୂଳରେ ଘଣ୍ଟା ପ୍ରତି ୬୦-୭୦ କିମି ରହିବ ପବନର ବେଗ

  • ଜୁଆରର ପ୍ରଭାବ ଅଧିକ ହେବ ବୋଲି ଗଣମାଧ୍ୟମ, ସୋସିଆଲ୍ ମିଡିଆ ଏବଂ ୱେବ ମିଡିଆରେ ଚାଲିଛି ପ୍ରଚାର

  • ଅମାବାସ୍ୟା ଏବଂ ପ୍ରତିପଦା ରହୁଥିବା ହେତୁ ଜୁଆରର ଉଚ୍ଚତା ଦେଢ଼ ମିଟର ପର୍ଯ୍ୟନ୍ତ ବୃଦ୍ଧି ପାଇବ

ଭୁବନେଶ୍ୱର(ଶାସକ ପ୍ରଶାସକ) :  ବିଗତ ୬ ଘଣ୍ଟା ମଧ୍ୟରେ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ସାମାନ୍ୟ ଉତ୍ତର ଦିଗକୁ ଘଣ୍ଟା ପ୍ରତି ୬ କିମି ବେଗରେ ଗତି କରି ଏକ ସାମୁଦ୍ରିକ ଝଡ଼ ବା ବାତ୍ୟା "ଜଓ୍ୱାଦ୍'ରେ ପରିଣତ ହୋଇଛିା ଏହା ଆଜି ଡିସେମ୍ବର ୪ ତାରିଖ ସକାଳ ୮.୩୦ ସମୟରେ ଅକ୍ଷାଂଶ ୧୬.୪ଂ ଉତ୍ତର ଏବଂ ଦ୍ରାଘିମା ୮୪.୮ଂ ପୂର୍ବ, ଯାହା ପାଖାପାଖି ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ କେନ୍ଦ୍ରୀଭୂତ ହୋଇଛିା ଏହା ଦକ୍ଷିଣପୂର୍ବ ଦିଗରେ ବିଶାଖାପାଟନମ୍ ଠାରୁ ୨୧୦ କିମି, ଗୋପାଳପୁରଠାରୁ ଦକ୍ଷିଣ ଦିଗରେ ୩୨୦ କିମି, ପୁରୀଠାରୁ ଦକ୍ଷିଣ-ଦକ୍ଷିଣପଶ୍ଚିମ ଦିଗରେ ୩୯୦ କିମି ଏବଂ ପାରାଦୀପଠାରୁ ଦକ୍ଷିଣ-ଦକ୍ଷିଣପଶ୍ଚିମ ଦିଗରେ ୪୭୦ କିମି ଦୂରରେ ରହିଛିା ଏହା କ୍ରମଶଃ ଦୁର୍ବଳ ହୋଇ ଆସନ୍ତା ୧୨ ଘଣ୍ଟା ମଧ୍ୟରେ ପ୍ରାୟ ଉତ୍ତର ଦିଗକୁ ଗତି କରିବ ଏବଂ ପରବର୍ତ୍ତୀ ସମୟରେ ଉତ୍ତର-ଉତ୍ତରପୂର୍ବ ଦିଗରେ ଓଡ଼ିଶା ଉପକୂଳରେ ଡିସେମ୍ବର ୫ ତାରିଖ ମଧ୍ୟାହ୍ନରେ ପୁରୀ ନିକଟରେ ପହଂଚିବା ପରବର୍ତ୍ତୀ ସମୟରେ ଏହା ଆହୁରି ଦୁର୍ବଳ ହେବାର ସମ୍ଭାବନା ରହିଛି ଏବଂ ଉତ୍ତର-ଉତ୍ତରପୂର୍ବ ଦିଗକୁ ଓଡ଼ିଶା ଉପକୂଳ ଦେଇ ପଶ୍ଚିମ ବଙ୍ଗୋପସାଗର ଉପକୂଳ ଆଡ଼କୁ ଗତି କରିପାରେ ବୋଲି ସମ୍ଭାବ୍ୟ ବାତ୍ୟା ସଂପର୍କରେ ଗଣମାଧ୍ୟମର ପ୍ରତିନିଧିମାନଙ୍କୁ ସୂଚନା ଦେଇ ସ୍ୱତନ୍ତ୍ର ରିଲିଫ୍ କମିଶନର ଶ୍ରୀ ପ୍ରଦୀପ ଜେନା କହିଛନ୍ତି |
ଶ୍ରୀ ଜେନାଙ୍କ କହିବା ଅନୁଯାୟୀ, ଅନୁମାନ କରାଯାଉଛି ଯେ ବାତ୍ୟା "ଜଓ୍ୱାଦ୍'ର ତୀବ୍ରତା ହ୍ରାସ ପାଇବାରେ ଲାଗିଛିା ଆସନ୍ତାକାଲି ମଧ୍ୟାହ୍ନରେ ଏହା ପୁରୀ ଉପକୂଳ ଦେଇ ହୁଏତ ସ୍ଥଳଭାଗରେ ପ୍ରବେଶ କରିବାର ସମ୍ଭାବନା ରହିଛି ଓ ପରବର୍ତ୍ତୀ ସମୟରେ ଏହା ପଶ୍ଚିମବଙ୍ଗ ଉପକୂଳ ଆଡ଼କୁ ମୁହାଁଇପାରୋ ଆକଳନ କରାଯାଉଛି ଯେ ପୁରୀ ଉପକୂଳରେ ପବନର ବେଗ ଘଣ୍ଟା ପ୍ରତି ୬୦-୭୦ କିମି ରହିବା ପାଣିପାଗ ବିଭାଗର ଆକଳନ ଅନୁଯାୟୀ ଗଞ୍ଜାମ, ପୁରୀ, ଜଗତସିଂହପୁର ଏବଂ ଖୋର୍ଦ୍ଧା ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରୋ ସେହିପରି କଟକ ଏବଂ ଭୁବନେଶ୍ୱରରେ ୨୦୦ ମିଲିମିଟର ପର୍ଯ୍ୟନ୍ତ ବର୍ଷା ହୋଇପାରୋ ଏହି ବାତ୍ୟାରେ ଅତ୍ୟଧିକ ଭିତ୍ତିଭୂମି ନଷ୍ଟ ହେବାର ସମ୍ଭାବନା ନାହିାଁ କିନ୍ତୁ ଉପକୂଳବର୍ତ୍ତୀ ଅଞ୍ଚଳରେ ଚାଷ ପ୍ରଭାବିତ ହୋଇପାରୋ ଧାନ ଏବଂ ପନିପରିବା ଚାଷରେ ଅଧ#କ କ୍ଷତି ହୋଇପାରୋ ଆସନ୍ତାକାଲି ସନ୍ଧ୍ୟାରେ ବାତ୍ୟା ଓଡ଼ିଶା ଉପକୂଳ ଅତିକ୍ରମ କରି ମଧ୍ୟରାତ୍ର ପୂର୍ବରୁ ଓଡ଼ିଶାରୁ ଏହା ହଟି ଯାଇଥିବ ବୋଲି ସ୍ୱତନ୍ତ୍ର ରିଲିଫ୍ କମିଶନର ସୂଚନା ଦେଇଛନ୍ତିା
ସୂଚନାଯୋଗ୍ୟ ଯେ ଗଣମାଧ୍ୟମ, ସୋସିଆଲ୍ ମିଡିଆ ଏବଂ ୱେବ ମିଡିଆରେ ୬ଟି ବାତ୍ୟା ପ୍ରଭାବିତ ଜିଲ୍ଲାରେ ଜୁଆରର ପ୍ରଭାବ ଅଧିକ ରହିବ ବୋଲି ସମ୍ଭାଦ ପ୍ରସାରଣ ହେଉଛିା ଏହି ପରିପ୍ରେକ୍ଷୀରେ ଭୁବନେଶ୍ୱର ପାଣିପାଗ ବିଭାଗ ପକ୍ଷରୁ ସ୍ପଷ୍ଟୀକରଣ ଦିଆଯାଇଛି ଯେ ଜନସାଧାରଣ ଆତଙ୍କିତ ହେବାର ଆବଶ୍ୟକତା ନାହିାଁ ଅମାବାସ୍ୟା ଏବଂ ପ୍ରତିପଦା ରହୁଥିବା ହେତୁ ଜୁଆରର ଉଚ୍ଚତା ଦେଢ଼ ମିଟର ପର୍ଯ୍ୟନ୍ତ ବୃଦ୍ଧି ପାଇବ ବୋଲି ଆକଳନ କରାଯାଇଛିା
ଜିଲ୍ଲା ପ୍ରଶାସନ ଆବଶ୍ୟକ ସ୍ଥଳେ ଉଦ୍ଧାର କାର୍ଯ୍ୟ କରିବୋ ଗର୍ଭବତୀ ମହିଳାଙ୍କ ପ୍ରତି ବିଶେଷ ଧ୍ୟାନ ଦିଆଯାଇଛିା ବାତ୍ୟା ଦ୍ୱାରା ପ୍ରଭାବିତ ହେବାକୁ ଥିବା ଉପକୂଳବର୍ତ୍ତୀ ଜିଲ୍ଲାର ଗର୍ଭବତୀ ମହିଳାମାନଙ୍କୁ ସୁରକ୍ଷିତ ଭାବେ ଡାକ୍ତରଖାନାକୁ ସ୍ଥାନାନ୍ତରଣ କରାଯାଇଛିା ୩୦୦ରୁ ଉର୍ଧ୍ଵ ଗର୍ଭବତୀ ମହିଳାମାନଙ୍କୁ ବର୍ତ୍ତମାନ ପର୍ଯ୍ୟନ୍ତ ସ୍ଥାନାନ୍ତରଣ କରାଯାଇ ସାରିଛିା ଏନ୍ଡିଆର୍ଏଫ୍, ଓଡ୍ରାଫ୍ ଏବଂ ଅଗ୍ନିଶମ ବିଭାଗ ପକ୍ଷରୁ ସମସ୍ତ ପ୍ରକାର ପଦକ୍ଷେପ ଗ୍ରହଣ କରାଯାଇଛିା ଜିଲ୍ଲାସ୍ତରରେ ଲୋକଙ୍କୁ ସ୍ଥାନାନ୍ତରଣ ପାଇଁ ବୁଝାଯାଇ ନିକଟସ୍ଥ ଆଶ୍ରୟସ୍ଥଳୀକୁ ନିଆଯାଉଛିା ଏହି ପରିସ୍ଥିତିରେ ବିଦୁ୍ୟତ ସରବରାହ ମଧ୍ୟ ବାଧାପ୍ରାପ୍ତ ହୋଇପାରୋ ବାତ୍ୟା ସମୟରେ ଘରୁ ନବାହାରିବା ପାଇଁ ଜନସାଧାରଣଙ୍କୁ ଅନୁରୋଧ କରାଯାଉଛିା ବାତ୍ୟା ଆଶ୍ରୟସ୍ଥଳୀ, ନିକଟସ୍ଥ ସ୍କୁଲ କିମ୍ବା ଅଙ୍ଗନବାଡ଼ି କେନ୍ଦ୍ରରେ ଆଶ୍ରୟ ନେବା ପାଇଁ ସମସ୍ତଙ୍କୁ ଅନୁରୋଧ କରାଯାଇଛିା ସରକାରଙ୍କ ପକ୍ଷରୁ କୌଣସି ପରିସ୍ଥିତିରେ କଚ୍ଚାଘରେ ନରହିବା ପାଇଁ ଜନସାଧାରଣଙ୍କୁ ନିବେଦନ କରାଯାଇଛିା
ଅଦିନିଆ ବର୍ଷାରେ କୃଷି କ୍ଷେତ୍ରରେ ବ୍ୟାପକ କ୍ଷୟକ୍ଷତି ହେବାର ସମ୍ଭାବନା ରହିଛିା ତେବେ ଏକ ସପ୍ତାହ ମଧ୍ୟରେ କ୍ଷୟକ୍ଷତିର ଆକଳନ କରାଯାଇ ପରବର୍ତ୍ତୀ ସମୟରେ ସରକାର ପଦକ୍ଷେପ ଗ୍ରହଣ କରିବେ ବୋଲି ସ୍ୱତନ୍ତ୍ର ରିଲିଫ୍ କମିଶନର ସୂଚନା ଦେଇଛନ୍ତିା

0
0
0
s2sdefault