ଭୁବନେଶ୍ୱର : ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନଷ୍ଟିଚୁ୍ୟଟ୍ ଅଫ ମେଡିକାଲ ସାଇନସେସ୍ ଆଣ୍ଡ ସମ୍ ହସପିଟାଲର ଶିଶୁ ରୋଗ ବିଭାଗ ପକ୍ଷରୁ ବିଶ୍ୱ ନିମୋନିଆ ଦିବସ ପାଳିତ ହୋଇଯାଇଛି ।
ଶିଶୁ ମାନଙ୍କୁ କିଭଳି ନିମୋନିଆ ରୋଗରୁ ରକ୍ଷା କରାଯାଇପାରିବ, ଠିକ୍ ସମୟରେ ଟୀକାକରଣ କରାଯିବ ଏବଂ ଚିକିତ୍ସା ଓ ସଚେତନତା ନେଇ ଏହି କାର୍ଯ୍ୟକ୍ରମ ଅବସରରେ ହସପିଟାଲକୁ ଚିକିତ୍ସା ପାଇଁ ଆସିଥିବା ଶିଶୁ ମାନଙ୍କର ଅଭିଭାବକ ମାନଙ୍କୁ ବିଭାଗ ପକ୍ଷରୁ ଅବଗତ କରାଯାଇଥିଲା । ଉଭୟ ବର୍ହିବିଭାଗରେ ଚିକିତ୍ସା ପାଇଁ ଆସିଥିବା ଶିଶୁ ଓ ହସପିଟାଲରେ ଭର୍ତି ହୋଇଥିବା ଶିଶୁ ମାନଙ୍କର ଅଭିଭାବକମାନଙ୍କୁ ଏହି କାର୍ଯ୍ୟକ୍ରମ ଜରିଆରେ ସଚେତନ କରାଯାଇଥିଲା ।
ଏହି ଅବସରରେ ଶିଶୁ ରୋଗ ବିଭାଗ ଅଧିନରେ ଶିକ୍ଷା ଗ୍ରହଣ କରୁଥିବା ମେଡିକାଲ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ନିମୋନିଆର ନିରାକରଣ, ନିବାରଣ ଓ ଟୀକାକରଣ ଦିଗରେ ସଚେତନତା ନେଇ ଏକ ଚିତ୍ରକଳା ପ୍ରଦର୍ଶନୀ କରାଯାଇଥିଲା ।
ରାଜ୍ୟ
ସମରେ ବିଶ୍ୱ ନିମୋନିଆ ଦିବସ ପାଳିତ
- Hits: 586