ପୁରୀ/ଅନିମେଶ ପଟ୍ଟନାୟକ : ଅସୁରକ୍ଷିତ ଶ୍ରୀମନ୍ଦିର କାର୍ଯ୍ୟାଳୟର ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ ହୋଇଛି । କୋଠାକୁ ଅସୁରକ୍ଷିତ ଘୋଷଣା ପରେ ଆରମ୍ଭ ହୋଇଛି ଉଛେଦ । ରବିବାର ଶ୍ରୀମନ୍ଦିର ବନ୍ଦ ଥିବାରୁ ଉଛେଦ କାମ କରାଯାଇଛି
ସୋମବାର ଉପଜିଲ୍ଲାପାଳ ଭବତାରଣ ସାହୁ ଘଟଣା ସ୍ଥଳ ରେ ଉପସ୍ଥିତ ରହି ତଦାରଖ କରୁଛନ୍ତି ।ଶ୍ରୀମନ୍ଦିର ଚୌହଦି ର ୭୫ ମିଟର ପର୍ଯ୍ୟନ୍ତ ସବୁ କୋଠା ଭଙ୍ଗା ପ୍ରାୟ ଭଙ୍ଗା ହୋଇଗଲାଣି । ପରିକ୍ରମା ମାର୍ଗ ସୌନ୍ଦର୍ଯ୍ୟ କରଣ ପାଇଁ ଉତ୍ସବ ସହ ମୁଖ୍ୟମନ୍ତ୍ରୀ କାର୍ଯ୍ୟ ର ଶୁଭାରମ୍ଭ କରିବେ । ଐଶାନ କୋଣ ଦୋଳବେଦୀ ଠାରେ ଶୁଭ ଦିଆଯିବ । ସୁରକ୍ଷା ପାଇଁ ଦୁଇ ପ୍ଲାଟୁନ ପୋଲିସ ଫୋର୍ସ ଜଗି ରହିଛନ୍ତି ।
ସୂଚନାଥାଉ କି, ଏହି ଶ୍ରୀମନ୍ଦିର କାର୍ଯ୍ୟାଳୟ ପୂର୍ବରୁ ଗଜପତି ମହାରାଜଙ୍କ କାର୍ଯ୍ୟାଳୟ ଥିଲା । କାଳ କ୍ରମେ ସରକାର ଶ୍ରୀମନ୍ଦିର ପରିଚାଳନା ଦାୟିତ୍ବ ନେବା ପରେ ତାହା ଶ୍ରୀମନ୍ଦିର କାର୍ଯ୍ୟାଳୟ ନାମରେ ନାମିତ ହୋଇଥିଲା ।
ରାଜ୍ୟ
ଅସୁରକ୍ଷିତ ଶ୍ରୀମନ୍ଦିର କାର୍ଯ୍ୟାଳୟ କୋଠା ଉଛେଦ ଆରମ୍ଭ
- Hits: 372