ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ମୋହନା ବ୍ଲକ ଚାନ୍ଦିପୁଟ ଠାରେ ଆରଏସଏସ ପକ୍ଷରୁ ବିଜୟା ଦଶମୀ ଉତ୍ସବ ପାଳିତ ହୋଇଯାଇଛି ।
ଖଣ୍ଡ କାର୍ଯ୍ୟବାହ ବଙ୍ଗାଳି ଜାନୀଙ୍କ ସଂଯୋଜନାରେ ଆୟୋଜିତ କାର୍ଯ୍ୟକ୍ରମରେ ବରିଷ୍ଠ ସମାଜସେବୀ ତରଣୀସେନ ଦାସ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ । ମୁଖ୍ୟବକ୍ତା ଭାବେ ଗଂଜାମ ବିଭାଗ ବୌଦ୍ଧିକ ପ୍ରମୁଖ ଇ. ରବୀନ୍ଦ୍ର ପାତ୍ର ଯୋଗଦେଇ ବିଜୟା ଦଶମୀର ମହତ୍ଵ ଉପରେ କହିଥିଲେ । ଏହି ଦିନ ଶସ୍ତ୍ର ପୂଜା କରାଯାଇଥାଏ ଏବଂ ୧୯୨୫ ମସିହା ବିଜୟା ଦଶମୀ ଦିନ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ ପ୍ରତିଷ୍ଠା ହୋଇଥିଲା । ଏଣୁ ଏହି ଦିନ ସମଗ୍ର ସମାଜ ପାଇଁ ଅତ୍ୟନ୍ତ ପବିତ୍ର ଦିନ ବୋଲି ମୁଖ୍ୟବକ୍ତା କହିଥିଲେ ।
ସ୍ୱୟଂ ସେବକ ମାନେ ସ୍ଥାନୀୟ ସରସ୍ୱତୀ ଶିଶୁ ମନ୍ଦିରରୁ ଘୋଷବାଦ୍ୟ ସହ ଗ୍ରାମ ପରିକ୍ରମା କରିଥିଲେ । ଏହା ପରେ ହାଇସ୍କୁଲ ପଡ଼ିଆରେ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା । ଏଥିରେ ସ୍ୱୟଂସେବକ ମାନଙ୍କ ଦ୍ୱାରା ସୂର୍ଯ୍ୟ ନମସ୍କାର , ଆସନ , ଦଣ୍ଡ ,ନିୟୁଧ ପ୍ରଦର୍ଶନ କରାଯାଇଥିଲା । କାର୍ଯ୍ୟକ୍ରମରେ ସହ ପ୍ରାନ୍ତ ଶାରୀରିକ ପ୍ରମୁଖ ଅଶୋକ ରଣଜିତ , ସହ ବିଭାଗ ପ୍ରଚାରକ ମୁନିନ୍ଦ୍ର ଶବର , ବିଭାଗ ଶାରୀରିକ ପ୍ରମୁଖ ଜୁରିଆ ଜାନୀ , ଜିଲ୍ଲା କାର୍ଯ୍ୟବାହ ଅମୂଲ୍ୟ ପାତ୍ର , ସହ ଜିଲ୍ଲା କାର୍ଯ୍ୟବାହ ପ୍ରଶାନ୍ତ ସୁବୁଦ୍ଧି , ଜିଲ୍ଲା ସାମାଜିକ ସମରସତା ପ୍ରମୁଖ ବାବୁଲା ସେଠୀ , ସହ ଜିଲ୍ଲା ଶାରୀରିକ ପ୍ରମୁଖ ଚୈତନ୍ୟ ମଲିକ , ଖଣ୍ଡ ବୌଦ୍ଧିକ ପ୍ରମୁଖ ପଞ୍ଚାନନ ପାଇକ , ଶାରୀରିକ ପ୍ରମୁଖ ପଦ୍ମନ ମଲିକ , ବିଜେପି ନେତା ବପୁନ ସୁଆର ଓ କାମଦେବ ବଡନାୟକ ପ୍ରମୁଖ ଯୋଗଦେଇ ପରିଚାଳନା କରିଥିବା ବେଳେ ବହୁ ଜନସାଧାରଣ ଯୋଗଦେଇଥିଲେ ।
ରାଜ୍ୟ
ଚାନ୍ଦିପୁଟରେ ଆରଏସଏସ ପକ୍ଷରୁ ବିଜୟା ଦଶମୀ ଉତ୍ସବ
- Hits: 566