
ନୂଆଦିଲ୍ଲୀ : ଜ୍ୱର ଓ ଦୁର୍ବଳତା ଅନୁଭବ କରିବାରୁ ପୂର୍ବତନ ପ୍ରଧାନମନ୍ତ୍ରୀ ଡ଼ ମନମୋହନ ସିଂ ଆଜି ସନ୍ଧ୍ୟାରେ ଏମ୍ସରେ ଭର୍ତ୍ତି ହୋଇଛନ୍ତି | ତାଙ୍କ ସ୍ୱାସ୍ଥ୍ୟବସ୍ଥା ସ୍ଥିର ରହିଥିବା ଜଣାପଡିଛି | ଏହା ପୂର୍ବରୁ ୮୮ ବର୍ଷ ବୟସ୍କ କଂଗ୍ରେସ ଭେଟେରାନ ତଥା ରାଜ୍ୟସଭା ସଦସ୍ୟ ଡ଼ ସିଂ ଦ୍ୱିତୀୟ ଲହର ସମୟରେ କୋଭିଡ ପଜିଟିଭ ଚିହ୍ନଟ ହେବା ପରେ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ।








