ପୁରୀ/ ଅନିମେଷ ପଟ୍ଟନାୟକ: ଦିବ୍ୟାଙ୍ଗ ମାନଙ୍କୁ ଏଣିକି ବସରେ ମିଳିବ ରିହାତି । ଏନେଇ ଏକ ବିଶେଷ ପାସ ଦିବ୍ୟାଙ୍ଗ ମାନଙ୍କୁ ବାଣ୍ଟିଛନ୍ତି ଜିଲ୍ଲାପାଳ ସମର୍ଥ ବର୍ମା । ସୋମବାର ଜିଲ୍ଲାପାଳଙ୍କ କାର୍ଯ୍ଯାଳୟରେ ୨୪ ଜଣ ଦିବ୍ୟାଙ୍ଗ ମାନଙ୍କୁ ବସ ପାସ ବଣ୍ଟନ କରାଯାଇଛି ।
୬୦ ଭାଗରୁ ଅଧିକା ଅକ୍ଷମ ହୋଇଥିବା ବ୍ଯକ୍ତିଙ୍କୁ ଏହି ପାସ ଦ୍ବାରା ସଂପୂର୍ଣ୍ଣ ରିହାତି ଦିଆଯିବା ସହ ସହାୟକ ପାଇଁ ସାଥିରେ ଯାଇଥିବା ବ୍ଯକ୍ତିଙ୍କୁ ବସ ଭଡ଼ାର ୫୦% ରିହାତି ଦିଆଯିବ ବୋଲି ଜଣାପଡିଛି । ସେହିଭଳି ୫୦% ଶାରିରୀକ ଅକ୍ଷମ ବ୍ୟକ୍ତିଙ୍କୁ ଟିକଟ ମୂଲ୍ୟର ୫୦% ଭଡା ଦେବାକୁ ପଡିବ । ସମସ୍ତ ବସରେ ଦିବ୍ୟାଙ୍ଗମାନଙ୍କ ପାଇଁ ସିଟ୍ ସଂରକ୍ଷଣ ଓ ଯାତ୍ରା ସମୟରେ କଣ୍ଡକ୍ଟରମାନେ କିପରି ସହଯୋଗ କରିବେ ସେନେଇ ନିୟମାବଳୀ ଜାରି କରିବାକୁ ଜିଲ୍ଲାପାଳ ଆଞ୍ଚଳିକ ପରିବହନ ଅଧିକାରୀଙ୍କୁ ପରାମର୍ଶ ଦେଇଛନ୍ତି ।