ଭୁବନେଶ୍ୱର (ଶାସକ ପ୍ରଶାସକ) : ଗୁରୁବାର ଭୁବନେଶ୍ୱର ମଧ୍ୟ ବିଧାୟକ ଶ୍ରୀଯୁକ୍ତ ଅନନ୍ତ ନାରାୟଣ ଜେନା ଜନପଥ ଠାରୁ ସହିଦନଗର ରେଲୱେ ଓଭର ବ୍ରିଜ ପର୍ଯ୍ୟନ୍ତ ରାସ୍ତାର ଉନ୍ନତିକରଣ ନିମନ୍ତେ ଶୁଭ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି | 2.1 କୋଟି ଟଙ୍କା ବ୍ୟୟରେ ଏହି ରାସ୍ତା ର ଉନ୍ନତିକରଣ ହେବାକୁ ଯାଉଚି ଯାହା ଦ୍ୱାରା ସବୁ ଶ୍ରେଣୀ ର ଲୋକମାନେ ଉପକୃତ ହୋଇପାରିବେ | ଆଜିର ଏହି କାର୍ଯ୍ୟକ୍ରମ ରେ ବିଭାଗୀୟ ଅଧିକାରୀ ଯନ୍ତ୍ରୀ, ପ୍ରଫେସର ଶାନ୍ତନୁ ଆଚାର୍ଯ୍ୟ, ଡ଼ଃ ଜଗନ୍ନାଥ ମହାପାତ୍ର ପୂର୍ବତନ ମୁନିସିପାଲିଟି ଅଧକ୍ଷ, ମଦନ ମୋହନ ପଣ୍ଡା ପୂର୍ବତନ ବରିଷ୍ଠ ପ୍ରଶାସନିକ ଅଧିକାରୀ, ଶ୍ରୀମୟ କର ପୂର୍ବତନ ସମ୍ପାଦକ ଇଣ୍ଡିଆନ ଏକ୍ସପ୍ରେସ, ଆଦିତ୍ୟ ପ୍ରସାଦ ମହାନ୍ତି ସଭାପତି ସହିଦନଗର ବରିଷ୍ଠ ନାଗରିକ ସମିତି,ଦେବେନ୍ଦ୍ର ବ୍ରହ୍ମା ସାଂକୃତିକ ସମିତି ସାଧାରଣ ସମ୍ପାଦକ, ହରିଶ ପ୍ରସାଦ ରଥ କୋଷାଧକ୍ଷ ସହିଦନଗର ଦୂର୍ଗା ପୂଜା ସମିତି, ରାଜେନ୍ଦ୍ର ଆଚାର୍ଯ୍ୟ ପୂର୍ବତନ ଭୁବନେଶ୍ୱର ମୁନିସିପାଲିଟି ଅଧକ୍ଷ, ପ୍ରତ୍ୟେଶ ସିଂ ରାଜ୍ୟପାଳ ଙ୍କ ପୂର୍ବତନ ଲୋକ ସମ୍ପର୍କ ଅଧିକାରୀ, ଉର୍ମିଳା ଦାସ ପୂର୍ବତନ କର୍ପୋରେଟର,ସୁଦର୍ଶନ ସାହୁ,ଦୀପକ ବେହେରା, ସରୋଜ ପାତ୍ର, ରାଜକିଶୋର ଦାସ, ଭା୍ନୁପ୍ରିୟା ଦାସ, ମାଧୁରୀ ମା, ଜି ରୁଦ୍ରାୟ, ସ୍ନିଗଧା ମହାନ୍ତି, ପ୍ରତିଭା ପଣ୍ଡା, ପ୍ରଣତି ଦାସ, ପ୍ରିୟବ୍ରତ ରାୟ, ତାରିଣୀ ପ୍ରସାଦ ନନ୍ଦ ପ୍ରମୁଖ ଯୋଗ ଦେଇ ମୁଖ୍ୟମନ୍ତ୍ରୀ ଏବଂ ଭୁବନେଶ୍ୱର ମଧ୍ୟ ବିଧାୟକ ଙ୍କୁ ଧନ୍ୟବାଦ ଦେଇଥିଲେ |
ରାଜ୍ୟ
ଜନପଥ ଠାରୁ ସହିଦନଗର ରେଲୱେ ଓଭର ବ୍ରିଜ ପର୍ଯ୍ୟନ୍ତ ରାସ୍ତାର ଉନ୍ନତିକରଣ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ
- Hits: 242