ଭୁବନେଶ୍ୱର: ଆର୍ସେଲର ମିତଲ ନିପନ ଷ୍ଟିଲ୍ ଇଣ୍ଡିଆ(ଏଏମ୍/ଏନ୍ଏସ୍) ବୈଷୟିକ ଦକ୍ଷତା ବିକାଶ, ଅଗ୍ରୀମ ତାଲିମ ଏବଂ ଉନ୍ନତ ନିଯୁକ୍ତି ସମ୍ବନ୍ଧୀୟ ସହାୟତାର ସହଯୋଗ ଯୋଗାଇବା ପାଇଁ ସରକାରୀ ଆଇଟିଆଇ ବଡବିଲ, କେନ୍ଦୁଝର ସହିତ ଏକ ଚୁକ୍ତି ସ୍ୱାକ୍ଷର କରିଛି ।
ଏଏମ୍/ଏନ୍ଏସ୍ ଇଣ୍ଡିଆର ଖଣିଜ ଏବଂ ବ୍ୟବସାୟ ବିକାଶର ମୁଖ୍ୟ ରାମକ୍ରିଷ୍ଣନ୍ ଚିନ୍ନମସେଟ୍ଟି କହିଛନ୍ତି “ଏଏମ୍/ଏନ୍ଏସ୍ ଇଣ୍ଡିଆ ଖଣି ଏବଂ ଇସ୍ପାତ ଶିଳ୍ପ ପାଇଁ କୁଶଳି କର୍ମଚାରୀ ସୃଷ୍ଟି କରିବା ନିମନ୍ତେ ସର୍ବଦା କାର୍ଯ୍ୟ କରୁଛି । ଏହି ସହଯୋଗ ଛାତ୍ରମାନଙ୍କ ନିଯୁକ୍ତି ନିମନ୍ତେ ଯୋଗ୍ୟତା ଏବଂ କ୍ୟାରିୟର ଗଢିବା ସମ୍ଭାବନାର ସୁଯୋଗ ସୃଷ୍ଟି କରିବ । ଏହା ଖଣି ଅଂଚଳରେ ବୈଷୟିକ ତାଲିମ ଏବଂ ଧାତୁ ଶିଳ୍ପ ପାଇଁ ବୃତିଗତ ଦକ୍ଷତା ବୃଦ୍ଧି କରିବାରେ ଆଇଟିଆଇ କଲେଜଗୁଡିକ ପାଇଁ ଲାଭ ଦାୟକ ହେବ । ଏଏମ୍/ଏନ୍ଏସ୍ ଇଣ୍ଡିଆ ଏବଂ ସରାକାରୀ ଆଇଟିଆଇ ବଡବିଲ, କେନ୍ଦୁଝର ସହିତ ଏ ସ୍ୱାକ୍ଷରକୁ ନେଇ ଆମେ ବହୁତ ଖୁସି ।”
ଏହାର ସିଏସ୍ଆର୍ ଦକ୍ଷତା ବିକାଶ କାର୍ଯ୍ୟକ୍ରମ ଅନ୍ତର୍ଗତ, ଏଏମ୍/ଏନ୍ଏସ୍ ଇଣ୍ଡିଆ ଛାତ୍ର ଏବଂ କର୍ମଚାରୀଙ୍କୁ ତାଲିମ ପ୍ରଦାନ କରି ସେମାନଙ୍କର ଭିତିଭୂମିର ବିକାଶ ସହ ସାମଗ୍ରିକ ବିକାଶ ପ୍ରତି ଧ୍ୟାନ ଦେଇ ଶିଳ୍ପ ସଂସ୍ପର୍ଶରେ ଅବଗତ କରାଇବ । ଏହି ଚୁକ୍ତି ଅନୁଯାୟୀ ଛାତ୍ରମାନଙ୍କୁ ଶିଳ୍ପ କ୍ଷେତ୍ର ନିମନ୍ତେ ପ୍ରସ୍ତୁତ କରିବା ପାଇଁ ଆଇଟିଆଇରେ ଶିଳ୍ପ ଭିତ୍ତିକ ଆଡ୍-ଅନ୍ ପାଠ୍ୟକ୍ରମ ପ୍ରଦାନ କରିବ ।
ଆଇଟିଆଇ ବଡବିଲର ପ୍ରିନ୍ସିପାଲ ଇଂଜିନିୟର ଦେବାଶିଷ ବିସି କହିଛନ୍ତି ଯେ, ସହଯୋଗ କରିବା ସହିତ ଏହି ଅଂଚଳରେ ଦକ୍ଷତା ଇକୋସିଷ୍ଟମକୁ ମଜବୁତ କରିବା ପାଇଁ ଆଗେଇ ଆସିଥିବାରୁ ଆମେ ଏଏମ୍/ଏନ୍ଏସ୍ ଇଣ୍ଡିଆକୁ ଧନ୍ୟବାଦ ଦେଉଛୁ । ଏହି ସହଯୋଗ ଫଳରେ ଆମ ଛାତ୍ରମାନଙ୍କ ପାଇଁ ଶିଳ୍ପ କ୍ଷେତ୍ରରେ ଏକ ଉତମ ସୁଯୋଗ ସୃଷ୍ଟି କରିପାରିବେ ।
ଏଏମ୍/ଏନ୍ଏସ୍ ଇଣ୍ଡିଆ ଶିକ୍ଷାର ମାନ ବୃଦ୍ଧି ସହ ସାମାଜିକ ବିକାଶ ଉଦ୍ଦେଶ୍ୟ ପୂରଣ ପାଇଁ ଦୀର୍ଘକାଳୀନ ପ୍ରତିବଦ୍ଧତାକୁ ପୂରଣ କରିବା ଉଦ୍ଦେଶ୍ୟରେ ଆଇଟିଆଇ ସହ ଚୁକ୍ତି ସ୍ୱାକ୍ଷର କରିଛି ।
ଏହି ଅବସରରେ ଏଏମ୍/ଏନ୍ଏସ୍ ଇଣ୍ଡିଆର ସିଏସ୍ଆର୍ ମୁଖ୍ୟ ଡ଼ ବିକାଶ ୟାଦବେନ୍ଦୁ କହିଥିଲେ ଯେ, ସରକାର ଶିଳ୍ପ ସଂସ୍ଥା ଏବଂ ସ୍ୱତନ୍ତ୍ର ଅନୁଷ୍ଠାନର ମଧ୍ୟରେ ସହଯୋଗ ମାଧ୍ୟମରେ ଯୁବ କର୍ମଚାରୀଙ୍କ ଦକ୍ଷତା ବିକାଶ କରାଯାଇପାରିବ । ଏଏମ୍/ଏନ୍ଏସ୍ ଇଣ୍ଡିଆ ସିଏସ୍ଆର୍ର କାର୍ଯ୍ୟକ୍ରମ ହିତାଧିକାରୀଙ୍କ ଦକ୍ଷତା ବୃଦ୍ଧି କରିପାରିବ ।
ଏହି କାର୍ଯ୍ୟକ୍ରମରେ ଏଏମ୍/ଏନ୍ଏସ୍ ଇଣ୍ଡିଆର କାର୍ଯ୍ୟନିର୍ବାହୀ ନିଦେ୍ର୍ଧଶକ ଜି. ସୁରେଶ, ପିପୁଲ ଷ୍ଟ୍ରାଟେଜି ଏବଂ ସେନ୍ଟର ଅଫ୍ ଏକ୍ସିଲେନ୍ସି ପ୍ରବିନ୍ କୁରୁଭେଲି ଉପସ୍ଥିତ ଥିଲେ ।