ହେଡଲାଇନସ୍:

ଏସବିଆଇ ଲାଇଫ୍ ପକ୍ଷରୁ ଜୁନ୍ ୩୦ ସୁଦ୍ଧା ଶେଷ ତ୍ରୟମାସରେ ୩୩୪୫ କୋଟି ଟଙ୍କାର ନୂଆ ବ୍ୟବସାୟ ପ୍ରିମିୟମ୍ ହାସଲ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଭୁବନେଶ୍ୱର: ଦେଶର ଅଗ୍ରଣୀ ଜୀବନ ବୀମା କଂପାନି ଏସବିଆଇ ଲାଇଫ୍ ଇନସ୍ୟୁରାନ୍ସ ୨୦୨୧ ଜୁନ୍ ୩୦ ସୁଦ୍ଧା ଶେଷ, ପ୍ରଥମ ତ୍ରୟମାସରେ ୩୩୪୫ କୋଟି ଟଙ୍କାର ନୂଆ ବ୍ୟବସାୟ ପ୍ରିମିୟମ୍ ହାସଲ କରିଛି । ୨୦୨୦ ଜୁନ୍ ୩୦ ସୁଦ୍ଧା ଶେଷ ତ୍ରୟମାସରେ କଂପାନି ୩୦୫୯ କୋଟି ଟଙ୍କାର ନୂଆ ବ୍ୟବସାୟ ପ୍ରିମିୟମ୍ ହାସଲ କରିଥିଲା । ଏହା ତୁଳନାରେ ଚଳିତ ବର୍ଷ କଂପାନି ୨୯% ବୃଦ୍ଧି ହାସଲ କରିଛି ।

ଏସବିଆଇ ଲାଇଫର  ପ୍ରୋଟେକ୍ସନ୍ ବ୍ୟବସାୟରେ ନୂଆ ବ୍ୟବସାୟ ପ୍ରିମିୟମ୍ ୪୬% ବୃଦ୍ଧି ପାଇ ୪୨୮ କୋଟି ଟଙ୍କା ହୋଇଛି । ସୁରକ୍ଷା ବ୍ୟକ୍ତିଗତ ନୂଆ ବ୍ୟବସାୟ ପ୍ରିମିୟମ୍ ୭୫% ବୃଦ୍ଧି ପାଇ ୧୩୨ କୋଟି ଟଙ୍କା ହୋଇଥିବା ବେଳେ ବ୍ୟକ୍ତିଗତ ନୂଆ ବ୍ୟବସାୟ ପ୍ରିମିୟମ୍ ୩୭% ବୃଦ୍ଧି ପାଇ ୧୮୩୬ କୋଟି ଟଙ୍କା ହୋଇଛି । ଏସବିଆଇ ଲାଇଫର  ଟିକସ ପରବର୍ତୀ ଲାଭ ୨୨୩ କୋଟି ଟଙ୍କା ରହିଛି । କଂପାନିର ସଲଭେନସି ରେସିଓ ୨.୧୫ ଭଳି ଦୃଢ଼ ସ୍ତରରେ ରହିଛି ।

ଏସବିଆଇ ଲାଇଫର  ଏୟୁଏମ୍ ୩୨% ବୃଦ୍ଧି ପାଇ ୨,୩୧,୫୫୯ କୋଟି ଟଙ୍କା ହୋଇଛି ଯାହା ପୂର୍ବବର୍ଷ ଏହି ସମୟରେ ୧,୭୫,୩୫୫ କୋଟି ଟଙ୍କା ଥିଲା । କଂପାନିର ଡେବ୍ଟ ଓ ଇକ୍ୱିଟି ଅନୁପାତ ୭୨:୨୮ ରହିଛି ଓ ୯୦% ରାଶି ଏଏଏ ରେଟିଂରେ ରହିଛି ।

 କଂପାନି ପାଖରେ ୨,୧୨,୮୨୧ ତାଲିମ୍ ପ୍ରାପ୍ତ ବୀମା ପେସାଦାରଙ୍କ ଟିମ୍ ରହିଥିବା ବେଳେ ସାରା ଦେଶରେ ୯୪୭ଟି କାର୍ଯ୍ୟାଳୟ ରହିଛି । ଏହା ସହିତ ବ୍ୟାଙ୍କ ଆସ୍ୟୁରାନ୍ସ ଚ୍ୟାନେଲ୍, ଏଜେନ୍ସି ଚ୍ୟାନେଲ୍, କର୍ପୋରେଟ୍ ବ୍ରୋକର୍, ମାଇକ୍ରୋ ଏଜେଣ୍ଟ୍, ଜନ ସେବା କେନ୍ଦ୍ର, ବୀମା ମାର୍କେଟିଂ କଂପାନି, ୱେବ୍ ଏଗ୍ରିଗ୍ରେଟର୍ ଓ ପ୍ରତ୍ୟକ୍ଷ ବ୍ୟବସାୟ ଭଳି ଚ୍ୟାନେଲ୍ ମଧ୍ୟ ରହିଛି । ଘରୋଇ ଜୀବନ ବୀମା କଂପାନିଗୁଡ଼ିକ ମଧ୍ୟରେ ଏସବିଆଇ ଲାଇଫ୍ ଇନସ୍ୟୁରାନ୍ସର ବଜାର ଅଂଶ ୧୮.୯%କୁ ବୃଦ୍ଧି ପାଇଛି ।  

 

0
0
0
s2sdefault