ନୂଆଗାଁ (ସୁବ୍ରତ ପରିଡ଼ା): ଗ୍ରାମ ବିକାଶ ର ବିଭିନ୍ନ ଉନ୍ନତି ମୂଳକ କାର୍ଯ୍ୟକ୍ରମ ଥିବାବେଳେ ଗ୍ରାମ ବିକାଶ ଏବଂ ଗୋଟ ଟ୍ରଷ୍ଟର ମିଳିତ ସହଯୋଗ ରେ ନୟାଗଡ଼ ଜିଲ୍ଲା ନୂଆଗାଁ ବ୍ଳକ ର କାପ୍ତାପଲ୍ଲୀ ଗ୍ରାମ ପଞ୍ଚାୟତରେ ଥିବା ପ୍ରାଥମିକ ବିଦ୍ୟାଳୟ ଠାରେ ଗାଁ ଗହଳିର ଛେଳି ଚାଷୀ ମାନେ କିପରି ଛେଳି ପାଳନ ରୋଜଗାର କ୍ଷମ ହୋଇପାରିବେ ସେଥିପାଇଁ ଗ୍ରାମ ବିକାଶ ସହଯୋଗରେ ଏକ ତିନି ଦିନିଆ ତାଲିମ ଶିବିର ଓ କର୍ମଶାଳା ଅନୁଷ୍ଠିତ ହୋଇଅଛି ।ଗ୍ରାମ ବିକାଶ ରୂଢାପଦର ର ଜିଲ୍ଲା ପରିଚାଳିକା ଶ୍ରୀମତୀ ବାସନ୍ତୀ ଦେବି ଙ୍କ ନିର୍ଦ୍ଦେଶ କ୍ରମେ ସ୍ଞୟ ବରାଳ ଓ ମନହର ରଇତ ଙ୍କ ଅଧ୍ୟକ୍ଷତାରେ ଏହି ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ କରାଯାଇଅଛି,ଗୋଟ ଟ୍ରଷ୍ଟର ମ୍ୟାନେଜିଂ ଡାଇରେକ୍ଟର ଭିଷ୍ମ ସିଂ ତାଲିମ ପ୍ରଦାନ କରିଥିଲେ, ଏବଂ ଗ୍ରାମ ବିକାଶ ସଂସ୍ଥା ର ଭଲ୍ବୁଣ୍ଟରି ନାରାୟଣ ସାହୁ ସହଯୋଗ କରିଥିଲେ।ଏହି ତାଲିମ ଶିଵିର ରେ ସିମା,ଘୋଡ଼କବାରି,ଡିଗ,କାପ୍ତାପଲ୍ଲୀ, ଗୁନାମାଟି,କେରସିଙ୍ଗ ଗ୍ରାମର ଛେଳି ଚାଷୀ ମାନେ ତାଲିମ ପାଇବା ନିମନ୍ତେ ଉପସ୍ଥିତ ରହି ଥିଲେ। ଗ୍ରାମ ବିକାଶ ର ଚାଷି ମାନଙ୍କ ପ୍ରତି ଏଭଳି ପଦକ୍ଷେପକୁ ସ୍ଥାନୀୟ ବୁଦ୍ଧିଜୀବୀ ମହଲରେ ବେସ ପ୍ରଶଂସା ଲାଭ କରିଛି।।
ରାଜ୍ୟ
ଗ୍ରାମ ବିକାଶ ତରଫରୁ ଗୋଟ ଟ୍ରଷ୍ଟର ତାଲିମ ଶିବିର ଅନୁଷ୍ଠିତ।
- Hits: 700








