ନୂଆଗାଁ(ସୁବ୍ରତ ପରିଡ଼ା): ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ୍ ପରିସରରେ ଥିବା ଷ୍ଟେଟ୍ ବ୍ୟାଙ୍କ ଏ ଟି ଏମ୍ ଅଫ୍ ଲାଇନ୍ ହୋଇ ରହିଥିବାରୁ ଗ୍ରାହକ ମାନଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି।ଏହି ଷ୍ଟେଟ୍ ବ୍ୟାଙ୍କ୍ ଏ ଟି ଏମ୍ ରୁ ଟଙ୍କା ଉଠାଇବା ପାଇଁ ବ୍ଲକ୍ କର୍ମଚାରୀଙ୍କ ସମେତ ନୂଆଗାଁ,କୋରଡ଼ା,ଉଦୟପୁର, ମାଇଛେଳି ପଞ୍ଚାୟତ ର ଲୋକ ଏବଂ ନୂଆଗାଁ ବ୍ଲକ୍ ର ଷ୍ଟେଟ୍ ବ୍ୟାଙ୍କ୍ ଉପଭୋକ୍ତା ନିର୍ଭର କରିଥାନ୍ତି।କିନ୍ତୁ ଦୁର୍ଭାଗ୍ୟର ବିଷୟ ଏହି ଏ ଟି ଏମ୍ ପ୍ରତି ମାସରେ ଅଧିକ ଦିନ ଅଫ୍ ଲାଇନ୍ ହୋଇ ରହୁଥିବାରୁ ଲୋକମାନେ ଟଙ୍କା ଉଠାଇବା ପାଇଁ ବିଭିନ୍ନ ଅସୁବିଧାର ସମ୍ମୁଖୀନ ହେଉଛନ୍ତି।ବର୍ତ୍ତମାନ ଏହି ଏ ଟି ଏମ୍ ୧୦ ଦିନରୁ ଉର୍ଦ୍ଧ୍ବ ହେବ ଅଫ୍ ଲାଇନ୍ ହୋଇ ରହିଥିବା ସତ୍ତ୍ବେ ଏଥିପ୍ରତି ଷ୍ଟେଟ୍ ବ୍ୟାଙ୍କ୍ ଅଧିକାରୀ ଙ୍କ ଦୃଷ୍ଟି ନ ପଡ଼ିବା ଯୋଗୁଁ ଜନସାଧାରଣ ରେ ଅସନ୍ତୋଷ ଦେଖାଦେଇଛି।
ରାଜ୍ୟ
ନୂଆଗାଁ ଷ୍ଟେଟ୍ ବ୍ୟାଙ୍କ ଏ ଟି ଏମ୍ ଅଚଳ,ଜନସାଧାରଣ ଅସନ୍ତୋଷ
- Hits: 328









