ହେଡଲାଇନସ୍:

ସମ୍ବଲପୁର ଜିଲ୍ଲା ମାଓ ମୁକ୍ତ ଘୋଷଣା ପରେ କୋଟି କୋଟି ଟଙ୍କାର ରାଜସ୍ଵ ସଂପତି  ଖାଉଛି ଖତ ,ମେଘପାଲ ପାଣ୍ଠି ପାଇଁ ଦାବି।

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ସମ୍ବଲପୁର/ରମାକାନ୍ତ ବିଶ୍ୱାଳ - ସମ୍ବଲପୁର ଜିଲ୍ଲା ମାଓମୁକ୍ତ ଘୋଷଣା ପରେ କୋଟି କୋଟି ଟଙ୍କା ରାଜସ୍ବ କ୍ଷତି ହେଉଛି । ସମ୍ବଲପୁର ଜିଲ୍ଲା ର ମାଓ ଉପଦ୍ରୁତ ପଞ୍ଚାୟତ ମେଘପାଲରେ ଖତ ଖାଉଛି କୋଟି କୋଟି ଟଙ୍କାର ସରକାରୀ ସଂପତ୍ତି । ତେଣେ ମେଘପାଲ ଅଞ୍ଚଳରେ ଏକ ପୋଲିସ ପାଣ୍ଠି ପ୍ରତିଷ୍ଠା ପାଇଁ ଦାବି ଯୋର ଧରିଛି ।

ସମ୍ବଲପୁର ଜିଲ୍ଲା ର ମେଘପାଲ ପଞ୍ଚାୟତ ରେ ଥିବା  OSAP ପ୍ରଥମ ବାଟାଲିୟନ କ୍ୟାମ୍ପସ ବନ୍ଦ ହେବା ପରେ ଖତ ଖାଉଛି କୋଟି ଟଙ୍କାର ସରକାରୀ ସଂପତ୍ତି । ୨୦୨୦ ଜୁଲାଇ ୧୦ରେ ଓଡିଶା ପୋଲିସ ଡିଜି ରାଜ୍ୟର ୫ ଜିଲ୍ଲାକୁ ମାଓ ମୁକ୍ତ ଜିଲ୍ଲା ଘୋଷଣା କରିଥିଲେ । ୨ ବର୍ଷ ଭିତରେ ମାଓ ପ୍ରାଦୁର୍ଭାବ  କମିଥିବାରୁ ମାଓ ମୁକ୍ତ ଘୋଷଣା ହେବା ପରେ ସମ୍ବଲପୁର ଜିଲ୍ଲା ଯୁଯୁମୁରା ବ୍ଲକ ମେଘପାଲ ସ୍ଥିତ OSAP ପ୍ରଥମ ବାଟାଲିୟନ କ୍ୟାମ୍ପସ ବନ୍ଦ ହେଇଥିଲା । ଏଠାରେ ଥିବା ସମସ୍ତ ଓଡିଶା ସ୍ଵତନ୍ତ୍ର ଅସ୍ତ୍ରଶସ୍ତ୍ର ଧାରି ପୋଲିସ ବା OSAP  କର୍ମଚାରୀ ଅନ୍ୟତ୍ର ସ୍ଥାନାନ୍ତର ହୋଇଥିଲେ । ୨୦୦୩ ରୁ  ୨୦୨୦ ପର୍ଯ୍ୟନ୍ତ ୧୮ ବର୍ଷ ଧରି ଏହି OSAP ପ୍ରଥମ ବାଟାଲିୟନ କ୍ୟାମ୍ପସ ରହିଥିଲା । ଦିର୍ଘ ଗୋଟିଏ ବର୍ଷ ହେବ ମେଘପାଲ କ୍ୟାମ୍ପସରେ ଉଠିଯିବାରୁ ଏଠାରେ ଥିବା କୋଟି କୋଟି ରାଜସ୍ବ ନଷ୍ଟ ହେଉଛି । 

ଏହି ବନ୍ଦ ପଡିଥିବା ବାଟାଲିୟନ କ୍ୟାମ୍ପସରେ ପୋଲିସ କର୍ମଚାରୀ ବ୍ୟବହାର କରୁଥିବା ଗାଡି ଖତ ଖାଉଥିବା ସହ ଅନେକ କୋଠା, ବିଦ୍ୟୁତ ଚାଲିତ ପାଣି ମୋଟର ବିଭିନ୍ନ ବହୁ ମୁଲ୍ୟ ସାମଗ୍ରୀ ନଷ୍ଟ ହେଉଛି । ଏବେ କ୍ୟାମ୍ପସ ଚାରି ପଟୁ ତାର ବାଡା ହଟାଇ ଚୋର ପଶି ଚୋରି କରିନେଉଥିବା ସାଧାରଣ ରେ ଅଭିଯୋଗ ହେଉଛି । ସେପଟେ ଏହି ମେଘପାଲ ପଞ୍ଚାୟତ ର ଏହି  କ୍ୟାମ୍ପସ ନିକଟରେ ଏକ ପୋଲିସ ଫାଣ୍ତି ସ୍ଥାପନ କରାଯିବା ପାଇଁ ମେଘପାଲ ଗ୍ରାମବାସୀ ଦାବୀ କରିଛନ୍ତି । ଏଠାରୁ ଏହି OSAP ପ୍ରଥମ ବାଟାଲିୟନ କ୍ୟାମ୍ପସ ବନ୍ଦ ହେବା ପରେ ବହୁ ଅପରାଧୀକ ଘଟଣା  ଏହି ଅଞ୍ଚଳରେ ବୄଦ୍ଧି ପାଇବ ବୋଲି  ଆଶଙ୍କା କରୁଛନ୍ତି ମେଘପାଲ ଗ୍ରାମବାସୀ । ମେଘପାଲ ପଞ୍ଚାୟତ ରେ ଜନସାଧାରଣ ଙ୍କ ଦାବି ମୁତାବକ ଏକ ପୋଲିସ ପାଣ୍ଠି ପ୍ରତିଷ୍ଠା ସହ ବନ୍ଦ ପଡିଥିବା ବାଟାଲିୟନ କ୍ୟାମ୍ପସ  ରେ ସୁରକ୍ଷା କର୍ମୀ ନିୟୋଜିତ କରିବା ପାଇଁ ପ୍ରଶାସନ ପଦକ୍ଷେପ ନେବାର  ଆବଶ୍ୟକତା ରହିଛି ।

0
0
0
s2sdefault