ବରଗଡ :- ବୃକ୍ଷ ଓ ଜଙ୍ଗଲ ମାନବ ସମାଜ ପାଇଁ ଅତି ଆବଶ୍ୟକ । କ୍ରମାଗତ ଭାବରେ ଭୂପୃଷ୍ଠରୁ ପ୍ରତ୍ୟେକ ଦିନ ଅଗଣିତ ବୃକ୍ଷ କାଟି ଦିଆ ଯାଉଛି । ଯାହାଫଳରେ ଗ୍ଲୋବାଲ ୱାରମିଙ୍ଗ ଭଳି ପରିସ୍ଥିତି ସୃଷ୍ଟି ହେବା ସହିତ ଧାର ପୃଷ୍ଠରୁ ଅନେକ ଜୀବଜନ୍ତୁ ଲୋପ ପାଇ ଗଲେଣି । ଧାର ପୃଷ୍ଠାକୁ ପୁନର୍ବାର ସବୁଜିମାମୟ କରିବା ପାଇଁ ବର୍ତମାନ ସରକାର ମାନେ ନୂତନ ବନୀକରଣ ପାଇଁ ଅନେକ ଯୋଜନା ପ୍ରସ୍ତୁତ କରିବା ସହିତ ଯୋଜନା ଉପରେ କାମ ଆରମ୍ଭ କରିଦେଇଛନ୍ତି । ରାଜ୍ୟ ସରକାରଙ୍କର ଜଙ୍ଗଲ ଓ ପରିବେଶ ବିଭାଗ ଦ୍ଵାରା ଲୋକଙ୍କୁ ସଚେତନ କରିବା ପାଇଁ ଓ ଲୋକଙ୍କୁ ପ୍ରକୃତିର ନିକଟତର କରାଇବା ପାଇଁ ତଥା ନୂତନ ବନୀକରଣ ପାଇଁ ପ୍ରତେକ ବର୍ଷ ଜୁଲାଇ ମାସ ପରେ ବିଭିନ୍ନ ସ୍ଥାନରେ ବନ ମହୋତ୍ସବ ପାଳନ କରାଯିବା ସହିତ ବୃକ୍ଷ ରୋପଣ କାର୍ଯକ୍ରମ କରାଯାଇଥାଏ । ଏହି କ୍ରମରେ ଆଜି ରାଜ୍ୟ ସରକାରଙ୍କର ଶ୍ରମ ଓ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ଶ୍ରୀ ସୁଶାନ୍ତ ସିଂ ଙ୍କର ମାର୍ଗଦର୍ଶନରେ ବରଗଡ଼ ଜିଲ୍ଲା ବିଜୁ ମହିଳା ଜନତା ଦଳର ନବନିଯୁକ୍ତ ଜିଲ୍ଲା ମହିଳା ସଭାପତି ନୀଳ କୁମାରୀ ନାୟକଙ୍କର ନେତୃତ୍ୱରେ ଆଜି ବରଗଡ ଜିଲ୍ଲା ଆମ୍ବଭନା ବ୍ଲକ ରୁଚିଦା ପଞ୍ଚାୟତ ଅନ୍ତର୍ଗତ ବରା ଗ୍ରାମରୁ ବେହେରାପାଳି ପର୍ଯ୍ୟନ୍ତ ୫୦୦ ଟି ବୃକ୍ଷ ରୋପଣ କରାଯାଇଛି । ଏହି ବୃକ୍ଷ ରୋପଣ କାର୍ଯ୍ୟକ୍ରମରେ ବିଜୁ ମହିଳା ଜନତା ଦଳର ଜିଲ୍ଲା ଅଧ୍ୟକ୍ଷା ଶ୍ରୀମତୀ ନୀଳକୁମାରୀ ନାଏକ ଉପସ୍ଥିତ ସମସ୍ତ ମହିଳା କର୍ମୀମାନଙ୍କୁ ଆଜି ରୋପଣ କରାଯାଇଥିବା ସମସ୍ତ ବୃକ୍ଷ ଆଗାମୀ ଦିନରେ କିଭଳି ଲୋକଙ୍କର ପାଇଁ ଉପଯୋଗୀ ହେବ ସେ ବାବଦରେ କହିଥିଲେ । ଏହି କାର୍ଯ୍ୟକ୍ରମ ରେ ଶ୍ରୀମତୀ ନାୟକ ଙ୍କର ସହିତ ଆମ୍ବଭନା ଅଂଚଳର ଅନେକ ମହିଳା କର୍ମୀ ଉପସ୍ଥିତ ଥିଲେ ।
ରାଜ୍ୟ
ଜିଲ୍ଲା ବିଜୁ ମହିଳା ଜନତା ଦଳ ତରଫରୁ ବୃକ୍ଷରୋପଣ
- Hits: 1136