ହେଡଲାଇନସ୍:

ଭଦ୍ରକରେ ବାତ୍ୟା ' ୟାସ ' ପରର ସ୍ଥିତିକୁ ସମୀକ୍ଷା କଲେ ମନ୍ତ୍ରୀ ରାଜା ସ୍ଵାଇଁ ।   

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଭଦ୍ରକ,(ସତ୍ୟଭୂଷଣ ସ୍ଵାମୀ) : ଭଦ୍ରକ ଜିଲ୍ଲାରେ ବାତ୍ୟା ପରର ସ୍ଥିତିକୁ ସମୀକ୍ଷା କରିବା ପାଇଁ ଆଜି ପହଞ୍ଚିଥିଲେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ରଣେଦ୍ର ପ୍ରତାପ ସ୍ୱାଇଁ । ଆଜି ଭଦ୍ରକ ଜିଲ୍ଲା ଗସ୍ତ କରି ବାତ୍ୟା ୟାସ ଦ୍ବାରା ହୋଇଥିବା କ୍ଷୟକ୍ଷତିର ଆକଳନ,ଉଦ୍ଧାର କାର୍ଯ୍ୟ,ରାସ୍ତା,ଗୃହ ଓ ରିଲିଫ ସାମଗ୍ରୀ ସୁଚାର ରୂପେ ବଣ୍ଟନ ବିଷୟରେ ସମୀକ୍ଷା କରିଛନ୍ତି । ଜିଲ୍ଲାପାଳ ଜ୍ଞାନ ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଜରୁରୀ ବୈଠକରେ ସାଂସଦ ଭଦ୍ରକ ଶ୍ରୀମତୀ ମଞ୍ଜୁଲତା ମଣ୍ଡଳ, ଧମନଗର ବିଧାୟକ ବିଷ୍ଣୁ ସେଠୀ, ଭଦ୍ରକ ବିଧାୟକ ସଂଜୀବ ମଲ୍ଲିକ , ପୂର୍ବତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳ, ଭଣ୍ଡାରୀ ପୋଖରୀ ବିଧାୟକଙ୍କ ପ୍ରତିନିଧି ପ୍ରଣୀତ କାନ୍ତି ସାମଲ ଏବଂ ସରକାରୀ ଅଧିକାରୀ ଓ ଅନାନ୍ୟ ନେତୃବୃନ୍ଦ ଉପସ୍ଥିତ ଥିଲେ। ଏହି ବୈଠକ ପରେ ଜିଲ୍ଲାପାଳ କ୍ଷୟକ୍ଷତି ର ଆକଳନ ରିପୋର୍ଟ ଦେଇଥିଲେ।

0
0
0
s2sdefault