ହେଡଲାଇନସ୍:

ଚିଖିଲି ଗ୍ରାମ ପଞ୍ଚାୟତରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଦିଗହରା

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ପଦ୍ମପୁର(ଶାସକପ୍ରଶାସକ)-ପଦ୍ମପୁର ଉପଖଣ୍ଡ ଗାଇସିଲାଟ ବ୍ଲକ ଅନ୍ତର୍ଗତ ଚିଖିଲି ଗ୍ରାମ ପଞ୍ଚାୟତରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଦିଗହରା ହୋଇ ଯାଇଛି । ବାସଗୃହ  ହିନ ଓ କଚ୍ଚା ଘର ଥିବା ବ୍ୟକ୍ତି ବିଶେଷଙ୍କୁ ପକ୍କା ଘର ଦେବା ଉଦ୍ଦେଶ୍ୟରେ  କରା ଯାଇଥିବା ଏହି ଯୋଜନା  ଦୁର୍ନିତୀଗ୍ରସ୍ତ ଅଧିକାରୀ ଓ ଲାଲସାଗ୍ରସ୍ତ ରଜନେତାଙ୍କ ଅସାଧୂ କାର୍ଯ୍ୟକଳାପର ଚରମ ପରିଣତି ଜନିତ କାରଣରୁ ଦିଗହରାବହୋଇଯାଇଥିବା ଅଭିଯୋଗ ହେଉଛି। ପ୍ରାପ୍ତ ସୂଚନା ଅନୁସାରେ  ୨୦୧୯-୨୦ଓ୨୦୨୦-୨୧ ମସିହାରେ ଚିଖିଲି ଗ୍ରାମ ର ଅଶ୍ବିନୀ ଦାସ ,ପିତା କୃଷ୍ଣଚନ୍ଦ୍ର ଦାସ ଓଆର୧୬୫୨୮୮୭ ୨୦୧୯-୨୦ବର୍ଷ  ପ୍ରଧାନମନ୍ତ୍ରୀ ଆବାସ ନିର୍ମାଣ ନିମନ୍ତେ କାର୍ଯ୍ୟାଦେଶ ପାଇଥିଲେ,ମାତ୍ର ଘର ତିଆରି ନ କରି ସମସ୍ତ ଟଙ୍କା ଉଠାଇବା ସହିତ ଗୃହକାର୍ଯ୍ୟ ସମ୍ପୁର୍ଣ୍ଣ ହୋଇସାରିଥିବା ଭଲି ପ୍ରମାଣ ଯୁକ୍ତ ଖବର ସାମ୍ନାକୁ ଆସିଛି।କେବଲ ଏତିକି ନୁହେଁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ଆର୍ଥିକ ବର୍ଷ ୨୦୧୯-୨୦ରେ ଚିଖିଲି ଗ୍ରାମ ର ଅଶୋକ ମହାପାତ୍ର ପିତା -ଘନଶ୍ଯାମ ମହାପାତ୍ର ଓଆର୧୦୦୩୭୯୧ ପ୍ରଧାନମନ୍ତ୍ରୀ ଆବାସ ପାଇସାରି ପୁଣିଥରେ ୨୦୨୦-୨୧ ବର୍ଷ ଅଶୋକ ମହାପାତ୍ର ପିତା-ଘନଶ୍ଯାମ ମହାପାତ୍ର ଓଆର ୧୬୫୪୩୩୭ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ରେ ଅନ୍ତର୍ଭୁକ୍ତ ହୋଇ ସମସ୍ତ ଟଙ୍କା ଉଠାଇ ଗୃହ କାର୍ଯ୍ୟ ସମ୍ପୁର୍ଣ୍ଣ ହୋଇଥିବା ଚିଖିଲି ଗ୍ରାମ ପଞ୍ଚାୟତ ର ସରପଞ୍ଚ ପ୍ରେମରାଜ ଅଗ୍ରୱାଲ ଅଭିଯୋଗ କରିଛନ୍ତି। ସରପଞ୍ଚ ଙ୍କ ଅଭିଯୋଗ କୁ ଭିତ୍ତିକରି ଏହାର ସତ୍ୟାସତ୍ୟ ଜାଣିବା ପାଇଁ ଗତ ବୁଧବାରଦିନ ଗାଇସିଲେଟ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଚିଖିଲି ଗ୍ରାମ କୁ ଯାଇଥିଲେ ଏବଂ ଜିଓଟେକ ଧିରେନ ରଣା ର ଆଇଡି କୁ ବ୍ଳକ କରିଦେଇଛନ୍ତି।ଏ ସବୁ ଦୁର୍ନୀତି ପଛରେ ଉକ୍ତ ଗ୍ରାମ ପଞ୍ଚାୟତ ର କାର୍ଯ୍ୟନିର୍ବାହୀ ଅଧିକାରୀ ଙ୍କ ହାତ ଅଛି ବୋଲି ଲୋକେ ଅଭିଯୋଗ କରିଛନ୍ତି। ତେବେ ଏହି ଯୋଜନାରେ କାର୍ଯ୍ୟ ନିର୍ବାହି ଅଧିକାରି ଓ ସରପଂଚ ମିଳିତ ଦସ୍ତଖତରେ ମନରଗା ଟଙ୍କାର ପେମେଣ୍ଟ ହୁଏ। ତେବେ ଏମାନଙ୍କ ସଂପୃକ୍ତି ସ୍ବଷ୍ଟ ବୋଲି ବୁଦ୍ଧିଜିବି ମହଳରେ ଚର୍ଚା ହେଉଛି । ତେବେ ଅଭିଯୋଗ ର ସମ୍ପୁର୍ଣ୍ଣ ତଦନ୍ତ କରି ଏଭଲି ଦୁର୍ନୀତି ରେ ଯେଉଁ ମାନେ ସାମିଲ ଅଛନ୍ତି ସେମାନଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ବୋଲି ଜନସାଧାରଣ ଦାବି କରିଛନ୍ତି। ଏ ସଂକ୍ରାନ୍ତରେ କାର୍ଯ୍ୟନିର୍ବାହି  ଅଧିକାରିଙ୍କୁ ପଚରାଯିବାରୁ ସେ କାର୍ଯ୍ୟର ଟେଗ ଅଫିସର  ନଥିଲେ ଓ ଜିଆର ଏସ ଅାସିଶ ଦେଦତା ଥିବାର ତଥ୍ୟ ପ୍ରଦାନ କରିଥିଲେ । ଏହି ଘୋଟାଲାର ପୁଙ୍ଖାନୁପୁଙ୍ଖ ତଦନ୍ତ ସହ ଦୋଷୀ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଗାଇସିଲାଟ ବ୍ଳକ ସାଂସଦ ପ୍ରତିନିଧି ପ୍ରବିଣ କୁମାର ପାଣିଗ୍ରାହି   ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ଗାଇସିଲାଟ ବିଡିଓଙ୍କ ଜରିଆରେ ଏକ ଦାବିପତ୍ର ପ୍ରଦାନ କରିଛନ୍ତି ।

0
0
0
s2sdefault