ହେଡଲାଇନସ୍:

କୋଭିଡ଼ କେନ୍ଦ୍ର ଓ ଡାକ୍ତରଖାନା ପରିଦର୍ଶନ କଲେ ଜିଲ୍ଲାପାଳ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

କୁଚିଣ୍ଡା - ଉପଖଣ୍ଡ ପ୍ରତିନିଧି(ଅଜୟ କୁମାର ବାଘ) : ସମ୍ବଲପୁର ଜିଲ୍ଲା ଜମନକିରା ବ୍ଲକ ଫାଶିମାଲରେ ଥିବା କୋଭିଡ କେନ୍ଦ୍ର , ଜମନକିରା ଡାକ୍ତରଖାନା ଓ ଫାଶିମାଲ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ତଥା ପଞ୍ଚାୟତ ହାଇସ୍କୁଲ ଆଦି ଜିଲ୍ଲାପାଳ ଶୁଭମ ସକ୍ସେନା ପରିଦର୍ଶନ କରି ସ୍ଥିତି ସମୀକ୍ଷା କରିଛନ୍ତି l ଜିଲ୍ଲାରେ ଏସପିରେସନାଲ ହାଇସ୍କୁଲ ଭାବେ ମନୋନୀତ ଫାଶୀମାଲ , ଜମନକିରା ଓ କେନାଢ଼ିପା ହାଇସ୍କୁଲ ପରିଦର୍ଶନ କରି ବିଭିନ୍ନ ଭିତ୍ତିଭୂମି ବିକାଶ ତଦାରଖ କରିଥିଲେ ଭୋଜପୁର ଗ୍ରାମ ପଞ୍ଚାୟତର ରେଙ୍ଗାଲବେଡ଼ାରେ ଆଇଟିଡିଏ ଅନ୍ତର୍ଗତ ବଜାର ହାଟର ଉନ୍ନତିକରଣ ପାଇଁ ଚିହ୍ନଟ ଜାଗାକୁ ଯାଇ ଅନୁଧ୍ୟାନ କରିଥିଲେ l ଭୋଜପୁରଠାରେ ପ୍ରସ୍ତାବିତ ଶୀତଳଭଣ୍ଡାର ବିଷୟରେ ମଧ୍ୟ ଆଲୋଚନା ହୋଇଥିଲା l ସିଏଚସି ଫାଶୀମାଲରେ ଟୀକାକରଣ କାର୍ଯ୍ୟକ୍ରମ ତଥା ୱାର୍ଡ ପରିଦର୍ଶନ କରି ସୁବିଧା ଅସୁବିଧା ପଚାରି ବୁଝିବା ସହ ଡାକ୍ତର ନିଯୁକ୍ତି ବିଷୟରେ ତାଙ୍କୁ ସ୍ଥାନୀୟ ଲୋକେ କହିଥିବା ଓ ଜମନକିରା ନୂତନ ପିଏଚସି ରେ ମଧ୍ୟ ଡାକ୍ତରଙ୍କ ସହ ଆଲୋଚନା କରିଥିଲେ l ବ୍ଲକସ୍ତରୀୟ କୋଭିଡ  କେନ୍ଦ୍ରକୁ ଯାଇ ଆବଶ୍ୟକ ପଡ଼ିଲେ ଯେପରି ତୁରନ୍ତ କାର୍ଯ୍ୟକ୍ଷମ କରାଯାଇପାରିବ ସେନେଇ ପରାମର୍ଶ ଦେଇଥିଲେ l ବ୍ଲକସ୍ତରୀୟ କୋଭିଡ ନିୟନ୍ତ୍ରଣ କକ୍ଷକୁ ଯାଇ ପ୍ରତିଦିନ ଆସୁଥିବା କଲ୍ ତଥା ରୋଗୀଙ୍କୁ ପରାମର୍ଶ ବିଷୟରେ ତଦାରଖ କରିଥିଲେ l ଜିଲ୍ଲାପାଳଙ୍କ ସହ କୁଚିଣ୍ଡା ଉପ-ଜିଲ୍ଲାପାଳ , ଜମନକିରା ବିଡିଓ , ଜମନକିରା ତହସିଲଦାର , ଥାନାଧିକାରୀ , ପିଏ ଆଇଟିଡିଏ , ସିଡ଼ିପିଓ ପ୍ରମୁଖ ଉପସ୍ଥିତ ଥିଲେ

0
0
0
s2sdefault