ଦଶମ ଫେଲ, ହେଲେ ଆଇଟିରେ ମାଷ୍ଟର 

User Rating: 4 / 5

Star ActiveStar ActiveStar ActiveStar ActiveStar Inactive
 

ଜାଲ ଦସ୍ତଖତ କରି ହିତାଧିକାରୀଙ୍କ ଲକ୍ଷାଧିକ ଟଙ୍କା ବ୍ୟାଙ୍କ ଏକାଉଣ୍ଟରୁ ନେଇ ଧରାପଡି ଯୁବକ ଜେଲ ଗଲେ।

ଝାରବନ୍ଧ-ମନୋହର ଦାଶ : ଜାଲିଆତି କରି ଚାଷୀଙ୍କ ଟଙ୍କା ହଡ଼ପ ଅଭିଯୋଗରେ ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଝାରବନ୍ଧ ବ୍ଲକ କୁମିର ପଞ୍ଚାୟତ ଲେରଗାଁ ଗ୍ରାମ ର ଅମୃତ ସାହୁ ଗିରଫ ହୋଇଛି। ଝାରବନ୍ଧର ବମଲେଶ ଭୋଇଙ୍କ ଅଜାଣତରେ ତାଙ୍କ ଏକାଉଣ୍ଟ ରୁ ଇପିଏ ୱାଇସେଲ ନାମକ ଏକାଉଣ୍ଟକୁ ୫୦୦୦୦ ଟଙ୍କା ଟ୍ରାନ୍ସଫର ହୋଇଥିବା ନେଇ ଝାରବନ୍ଧ ଥାନା ରେ ଅଭିଯୋଗ କରିଥିଲେ ଏ ନେଇ ପୋଲିସ ଏକ ମାମଲା ରୁଜୁ କରି ଘଟଣା ର ତଦନ୍ତ କରିଥିଲେ। ଯେଉଁ ଥିରେ ପୋଲିସ ଅଭିଯୁକ୍ତ ଅମୃତ ସାହୁଙ୍କୁ ଗିରଫ କରି ଟ୍ରାଞ୍ଜେକ୍ସନ ହୋଇଥିବା ୩୨୦୦୦୦ ନେଇ ଅବଗତ ହେବା ପରେ ତାଙ୍କ ଆଇ ସି ଆଇ ସି ଆଇ ଏକାଉଣ୍ଟ ରେ ଥିବା ୩୧୪୦୦୦ ଟଙ୍କା କୁ ଫ୍ରିଜ଼ କରିଥିଲେ। ତେବେ ୨୦୨୦ରେ ଏଭଳି ଏକାଉଣ୍ଟ ରୁ ଟଙ୍କା ହଡ଼ପ ନେଇ ୭୮ଜଣ ଚାଷୀ ଅଭିଯୋଗ କରିଥିଲେ। ମାମଲା କୁ ସାଇବର ପୋଲିସକୁ ହସ୍ତାନ୍ତର କରାଯାଇଥିବା ସୂଚନା ଦେଇଥିଲେ।ତେବେ ପୋଲିସ ଅଭିଯୁକ୍ତ ଠାରୁ ଲାପଟପ, ମୋବାଇଲ,ଲେଜର ପ୍ରିଣ୍ଟର,ଡେସ୍କଜେଟ ପ୍ରିଣ୍ଟର,ସମେତ ଅମୃତ ଙ୍କ ଆଧାରକାର୍ଡ,ଆକ୍ସିସ ବ୍ୟାଙ୍କ ଏଟିଏମ ,ଦୁଇଟି ଏସବିଆଇ ଏଟିଏମ ତଥା ବହୁ ବ୍ୟାଙ୍କ ଗ୍ରାହକଙ୍କ ଦସ୍ତଖତ ଓ ଏକାଉଣ୍ଟ ନମ୍ବର ଲେଖାଥିବା ଏକ ରେଜିଷ୍ଟର କୁ ଜବତ କରିଛି।ଜଣେ ହାଇସ୍କୁଲ ଶିକ୍ଷା ସମାପ୍ତ ନ କରି ଦଶମ ଫେଲ ଯୁବକଙ୍କ ଏଭଳି କାର୍ଯ୍ୟ ନେଇ ଜଣ ସାଧାରଣ ତଥା ପୋଲିସ ପ୍ରଶାସନ ରେ ଚକିତ ହୋଇପଡିଛନ୍ତି। ଅଞ୍ଚଳ ର ୭୮ ଜଣ ଙ୍କ ବ୍ୟାଙ୍କ ଏକାଉଣ୍ଟକୁ ହ୍ୟାକ କରି ଗତ ବର୍ଷ ଲକ୍ଷ ଲକ୍ଷ ଟଙ୍କା କାଢି ନେଇଥିବା ଯୁବକ ଜଣକ ଯୋଜନାବଦ୍ଧ ଭାବେ କରିଥିଲା। ଭାରତୀୟ ଷ୍ଟେଟ ବ୍ୟାଙ୍କର ଅମଠି ଶାଖା ରୁ ୨୦ ଲକ୍ଷ ରୁ ଉର୍ଦ୍ଧ୍ବ ଟଙ୍କା ଉଠିଥିବା ଅଭିଯୋଗ ହୋଇଥିଲା କିଛି ମାସ ତଳେ ଜୟକୁମାର ନିଗମ ଓ ବ୍ୟାଙ୍କ ଗ୍ରାହକ ବ୍ୟାଙ୍କ ସମ୍ମୁଖରେ ଆମରଣ ଅନଶନରେ ବସିଥିଲେ। ବରଗଡ଼ ଆରକ୍ଷୀ ଅଧିକ୍ଷକ ପଦ୍ମିନୀ ସାହୁ ଙ୍କ ନିର୍ଦେଶ କ୍ରମେ  ଝାରବନ୍ଦ ଥାନା ଅଧିକରି ଅନୀଲ କୁମାର ପ୍ରଧାନ ଅଭିଯୁକ୍ତ ଅମୃତ ସାହୁ ଙ୍କୁ ଗିରଫ କରିଥିଲେ ଥାନା କେସ ନଂ୬୦/2021 ୪୨୦ ଆଇପିସି ଦଫା ରେ ଅଭଯୁକ୍ତ କୁ କୋର୍ଟ ଚାଲାଣ କରିଛନ୍ତି।ଜାମିନ ନାମଞ୍ଜୁର ହେବାରୁ ଜେଲ ହାଜତ କୁ ପଠାଇ ଦିଆଯାଇଛି।

 

0
0
0
s2sdefault