ଝାରସୁଗୁଡ଼ା :(ସୁଭାଷ ସହାରେ)- ଶୁକ୍ରବାର ଦିନ ୧୩୫୦ ଜଣଙ୍କର ସ୍ୱାବ ସଂଗ୍ରହ କରାଯାଇଥିବା ବେଳେ ଜିଲ୍ଲାରେ ମୋଟ ୧୯୭୪୯୧ ଜଣଙ୍କର ସ୍ୱାବ ସଂଗ୍ରହ କରାଯାଇଛି । ସେହିପରି ଶୁକ୍ରବାର ୮୮୬ ଜଣଙ୍କର କୋଭିଡ ପରୀକ୍ଷା ( ରାପିଡ ଆଣ୍ଟିଜେଣ୍ଟ ଟେଷ୍ଟ) କରାଯାଇଥିବା ବେଳେ ଶୁକ୍ରବାର ସୁଦ୍ଧା ଏହି ସଂଖ୍ୟା ମୋଟ ୧୨୬୪୩୮ ଅଟେ । ଶୁକ୍ରବାର ୪୫ଜଣଙ୍କର ଟ୍ରୁ ନଟ ଟେଷ୍ଟ (true not test) କରାଯାଇଥିବା ବେଳେ ଶୁକ୍ରବାର ସୁଦ୍ଧା ଜିଲ୍ଲାରେ ୭୧୭୪ଜଣଙ୍କ ଠାରେ ଏହି ପରୀକ୍ଷା କରାଯାଇଛି ।ଆଜି କରୋନା ପଜିଟିଭ ସଂଖ୍ୟା ୮୯ ହୋଇଥିବାବେଳେ ଶୁକ୍ରବାର ସୁଦ୍ଧା ମୋଟ ପଜିଟିଭ ସଂଖ୍ୟା ୮୯୧୮ । ତନ୍ମଧ୍ୟରୁ ୩୫୩ ଜଣ ସକ୍ରିୟ ଅଛନ୍ତି । ଆଜି ୨୫ ଜଣଙ୍କୁ ଗୃହ ସଂଗରୋଧରେ ରଖାଯାଇଥିବା ବେଳେ ଜିଲ୍ଲାରେ ଆଜି ସୁଦ୍ଧା ୬୫୯୮ଜଣ ଗୃହ ସଂଗରୋଧରେ ରହି ସାରିଛନ୍ତି । ଜିଲ୍ଲାରେ ୩ଗୋଟି କୋଭିଡ କେଆର ସେଣ୍ଟରରେ ବର୍ତ୍ତମାନ ୪ଜଣ ଚିକିତ୍ସିତ ହେଉଛନ୍ତି । ସାତଟି କ୍ଲଷ୍ଟର ସ୍ତରୀୟ ଅସ୍ଥାୟୀ ମେଡିକାଲ ସେଣ୍ଟର (CLTMC ) କାର୍ଯ୍ୟକ୍ଷମ ରହିଛି । ଆଜି ସୁଦ୍ଧା ଦୁଇଟି ପର୍ଯ୍ୟାୟରେ ଜିଲ୍ଲାରେ ମୋଟ ୮୩୯୬ଜଣ ହେଲଥ କେଆର ୱାର୍କର (Health care worker ) , ୮୦୬୨ ଜଣ ଫ୍ରଣ୍ଟ ଲାଇନ ୱାର୍କର ( Front Line Worker ) , ଷାଠିଏ ବର୍ଷରୁ ଉର୍ଦ୍ଧ୍ବ ୩୦୧୬୮ ଜଣ , ଷାଠିଏ ବର୍ଷରୁ କମ ୨୩୫୪୮ ମୋଟ ୭୦୧୭୪ଜଣଙ୍କୁ ଟୀକା ପ୍ରଦାନ କରାଯାଇସାରିଛି । ଜିଲ୍ଲାରେ ବର୍ତ୍ତମାନ ସୁଦ୍ଧା ୫୬୮ ଟି ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନ ଭାବରେ ଘୋଷଣା କରାଯାଇଥିବା ବେଳେ ୧୯ଟିରେ ବର୍ତ୍ତମାନ ସୁଦ୍ଧା ଏହା ବଳବତ୍ତର ରହିଛି । ଚଳିତ ଅପ୍ରେଲ ମାସ ଦଶ ତାରିଖରୁ କନକତୋରା ବର୍ଡର ଚେକ ପଏଣ୍ଟରେ ଜନସାଧାରଣ ତଥା ଯାନବାହାନର ନିୟନ୍ତ୍ରଣ ସକାଶେ ଅଠର ଗୋଟି ଦଳ ଚବିଶ ଘଣ୍ଟିଆ ମୁତୟନ କରାଯାଇଛି । କୋଭିଡ ନିୟମ ଉଲଂଘନ କରିଥିବାରୁ ଜିଲ୍ଲାରେ ୧୧ଟି ଦୋକାନ ସିଲ କରାଯାଇଛି । ସେହିପରି ମାସ୍କ ପିନ୍ଧିନଥିବାରୁ ୩୮୮୮୬ଜଣଙ୍କ ନିକଟରୁ ଜୋରିମାନା ବାବଦକୁ ୮୮୮୯୫୯୦ ଟଙ୍କା ଓ ସାମାଜିକ ଦୂରତା ରକ୍ଷା ନକରିଥିବାରୁ ୩୦୦୭ଜଣଙ୍କ ନିକଟରୁ ୯୫୫୯୫୦ ଟଙ୍କା ଆଦାୟ କରାଯାଇଛି ।