କଳାହାଣ୍ଡି ବିଶ୍ୱ ବିଦ୍ୟାଳୟ ର ନୂତନ କୁଳପତି ଙ୍କ ଯୋଗଦାନ ।

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

କଳାହାଣ୍ଡି/ତୁଳମଣି ନାଗ: ଭବାନୀପାଟଣା ବିଶ୍ୱ ବିଦ୍ୟାଳୟ ର ନୂତନ କୁଳପତି ଭାବରେ  ପ୍ରଫେସର ସଂଜୟ କୁମାର ଶତପଥୀ ଯୋଗଦାନ କରିଛନ୍ତି । ଏହି ଅବସରରେ ଗଣ ମାଧ୍ୟମ ପ୍ରତିନିଧି ମାନଙ୍କ ସହ  ଆୟୋଜିତ  ଏକ ବାର୍ତାରେ ପ୍ରଫେସର ଶତପଥୀ କଳାହାଣ୍ଡି ବିଶ୍ୱ ବିଦ୍ୟାଳୟ ପାଇଁ ୧୦୦ ଏକ ଜମିର ଆବଶ୍ୟକତା ପାଇଁ ଜମି ଚିହ୍ନଟ ସହ ସରକାରଙ୍କ ନୂତନ ଶିକ୍ଷାନୀତି ଅନୁଯାୟୀ ଆଦିବାସୀ ପାଠ୍ୟକ୍ରମ, ଅନୁବାଦ ପାଠ୍ୟକ୍ରମ ସହ ବିଶ୍ଵବିଦ୍ୟାଳୟରେ ପିଏଚଡି ବିଭାଗ ଖୋଲିବା ଏବଂ କଳାହାଣ୍ଡି ଓ ନୂଆପଡା ଜିଲ୍ଲାର ୪୭ ଟି ମହାବିଦ୍ୟାଳୟ ରେ ଉନ୍ନତ ଶିକ୍ଷା ବ୍ୟବସ୍ଥା, ନୂତନ ପାଠ୍ୟକ୍ରମ ପ୍ରଚଳନ, ସ୍ଥାନୀୟ ଆଶା ସାଗର କୁ ପୋଷ୍ୟ ପୋଖରୀ ଭାବରେ ଗ୍ରହଣ କରିବା ସହ ଦେଶର ଶିକ୍ଷା ମାନଚିତ୍ର ରେ କଳାହାଣ୍ଡି ବିଶ୍ଵବିଦ୍ୟାଳୟକୁ ଶିଖରରେ ପହଞ୍ଚାଇବା ପାଇଁ ପ୍ରୟାସ କରିବେ ବୋଲି ସୂଚନା ଦେଇଛନ୍ତି ।

ଏଥିସହ ଏହି ବିଶ୍ଵବିଦ୍ୟାଳୟ ଅଧୀନରେ ଥିବା ସମସ୍ତ କଲେଜ ମାନଙ୍କରେ ଆବଶ୍ୟକ ଅଧ୍ୟାପକ ଓ ଷ୍ଟାଫ ନିଯୁକ୍ତି, ସିଣ୍ଡିକେଟ ଗଠନ, ଜବର ଦଖଲ କଲେଜ ଜମି ଅକ୍ତିଆର ସହ ଯୁଗୋପଯୋଗୀ ନୂତନ ପାଠ୍ୟକ୍ରମକୁ ଅଗ୍ରାଧିକାର ଦେବା ପାଇଁ  ଉଦ୍ୟମ କରିବେ ବୋଲି ସୂଚନା ଦେଇଛନ୍ତି । ପ୍ରଫେସର ଶତପଥୀ ଭବାନୀପାଟଣା ମହାବିଦ୍ୟାଳୟ ବାଣିଜ୍ୟ ବିଭାଗରେ ଦଶ ବର୍ଷ  ଅଧ୍ୟାପନା କରିବା ସହ ଜଣେ ଉଚ୍ଚ କୋଟିର ବକ୍ତା, ସଂଗଠକ ଓ ୨୪ ଟି ପୁସ୍ତକ ରଚନା କରିଛନ୍ତି । ଏହି ଅବସରରେ ବିଶ୍ୱବିଦ୍ୟାଳୟ ରେଜିଷ୍ଟ୍ରାର ପଦ୍ମଲୋଚନ ଭୁଏ, କ୍ୟାପଟେନ ଡ଼, ଜୟଦେବ ସାହୁ , ଅଧ୍ୟାପକ ଶ୍ରୀ ଅଖିଳ ଚନ୍ଦ୍ର ନାଏକ, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଶ୍ରୀ ମନୋଜ ବେହେରା ପ୍ରମୁଖ ଉପସ୍ଥିତ ଥିଲେ ।

0
0
0
s2sdefault