ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ପାରଳାଖେମୁଣ୍ଡିର ଅଗ୍ରଣୀ ସାରସ୍ୱତ ଅନୁଷ୍ଠାନ ଆକାଂକ୍ଷା ଆନୁକୂଲ୍ୟରେ ବୁଧବାର ଦିନ ଉତ୍କଳ ହିତୈଷିଣୀ ସମାଜ ସଭାଗୃହ ଠାରେ ଆକାଂକ୍ଷାର ବିଷୁବ ମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।
ଆଶାଲତା ପାଣିଗ୍ରାହୀଙ୍କ ଅଧ୍ୟକ୍ଷତାରେ ଏହି କାର୍ଯ୍ୟକ୍ରମରେ ସଂସ୍କୃତ ମହାବିଦ୍ୟାଳୟର ଅଧ୍ୟକ୍ଷା ଅର୍ଣ୍ଣପୂର୍ଣ୍ଣା ଦେବୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ଏହି ଅବସରରେ " କବିତା କ'ଣ" ଶୀର୍ଷକରେ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା ।
ଗୁରୁ ଗୌରବ ଗୌର ଚନ୍ଦ୍ର ପଣ୍ଡା , ଡ଼.ଚନ୍ଦ୍ର ଶେଖର ଦାସ , ବରଦା ଆଚାର୍ଯ୍ୟ , ଇଶାନଚାନ୍ଦ ଓଁକାର , ପୂର୍ଣ୍ଣଚନ୍ଦ୍ର ମହାପାତ୍ର ଏଥିରେ ଯୋଗ ଦେଇ କବିତା କବି ହୃଦୟାନୁ ଭୁତିର କଳାତ୍ମକ ପରିପ୍ରକାଶ ବୋଲି କହିଥିଲେ । ଶ୍ରୀମତୀ ଅଳକା ସାହୁ , ଡ଼ଃ. କଲ୍ୟାଣୀ ମିଶ୍ର ଓ ମିନା କୁମାରୀ ଟହଲ ବିଷୁବ ମିଳନର ତାତ୍ପର୍ଯ୍ୟ ସମ୍ପର୍କରେ ବକ୍ତବ୍ୟ ରଖିଥିଲେ ।
ଏହି ଅବସରରେ ସିଦ୍ଧାନ୍ତର ପତ୍ରିକା "ବିଷୁବ ସଂଖ୍ୟା" ଉନ୍ମୋଚିତ ହୋଇଥିଲା । ସିଦ୍ଧାନ୍ତର ସାଧାରଣ ସମ୍ପାଦକ ରୀତା ଚୌଧୁରୀ ସିଦ୍ଧାନ୍ତ ସମ୍ପର୍କରେ ସୂଚନା ପ୍ରଦାନ କରିଥିବା ବେଳେ ଆକାଂକ୍ଷା ଓ ସିଦ୍ଧାନ୍ତ ଉଭୟ ଅନୁଷ୍ଠାନର କର୍ମକର୍ତ୍ତା ଭାଗ୍ୟଲକ୍ଷ୍ମୀ ନାୟକ, ଡ଼ଃ.ଭୁବନେଶ୍ୱର ପଟ୍ଟନାୟକ , ହୀରାଚାନ୍ଦ ପଟ୍ଟନାୟକ , କନକଲତା ପୂଜାରୀ , ରାଜେଶ୍ୱରୀ ପାତ୍ର , ସରଳା ପାତ୍ର , ସଚଳା ପାତ୍ର , ମୂରଲୀଧର ପରିଚ୍ଛା , ଜ୍ୟୋତିମୟୀ ମହାପାତ୍ର , ତ୍ରିପତି ପ୍ରସାଦ ପଣ୍ଡା , ଗଣେଶ ରାଜୁ , ଶରତଚନ୍ଦ୍ର ସାହୁ , ସ୍ଵର୍ଣପ୍ରଭା ପାଠୀ , ନିତ୍ୟନନ୍ଦ ଚୌଧୁରୀ , ଆଚାର୍ଯ୍ୟ ବିନୋଦ ଚନ୍ଦ୍ର ଜେନା , ବିଚିତ୍ରାନନ୍ଦ ବେବର୍ତ୍ତା , ମମତା ପାଢ଼ୀ ପ୍ରଭୃତି ଉପସ୍ଥିତ ରହି ପରିଚାଳନାରେ ସହଯୋଗ କରିଥିଲେ ।
ଆକାଶବାଣୀ କଳାକାର ବି.କମଳାଙ୍ଗି ପ୍ରାରମ୍ଭିକ ସଙ୍ଗୀତ ପରିବେଷଣ କରିଥିବା ବେଳେ ଡ଼ଃ. ଇପ୍ସିତା ପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ । ଡ଼ଃ.କଲ୍ୟାଣୀ ମିଶ୍ରଙ୍କ ସଂଯୋଜନାରେ ଏକ କବିତା ପାଠ ଉତ୍ସବ ଅନୁଷ୍ଠିତ ହୋଇଥିଲା ।