ଶିଳ୍ପ ପ୍ରତିଷ୍ଠା ପାଇଁ ଜମି ହସ୍ତାନ୍ତରକୁ ଗ୍ରାମବାସୀଙ୍କ ତୀବ୍ର ବିରୋଧ।

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ରେଢାଖୋଲ ଅନିଲ କୁମାର ପୃଷ୍ଟି : ସମ୍ବଲପୁର ଜିଲ୍ଲା ରେଢାଖୋଲ ତହସିଲ ଅନ୍ତର୍ଗତ କଦଳିଗଡ଼ ପଞ୍ଚାୟତର ଡିମିରିମୁଣ୍ଡା ଓ ସାମସିଙ୍ଗା ଗ୍ରାମରେ ଗୋଚର, ଖେଳପଡ଼ିଆ, ବିଦ୍ୟାଳୟ ପାଇଁ ସରଂକ୍ଷିତ ଜମି, ଜଙ୍ଗଲ, ପଶୁ ସ୍ମଶାନ ସର୍ବସାଧାରଣ ଯୋଗ୍ୟ ୧୦୫ ଏକର ଜମିକୁ ଶିଳ୍ପ ପ୍ରତିଷ୍ଠା ପାଇଁ ଇଡ଼କୋର ଜମି ବ୍ୟାଙ୍କକୁ  ହସ୍ତାକ୍ଷର ହସ୍ତାନ୍ତର ପାଇଁ ଶୁକ୍ରବାର ରେଢାଖୋଲ ତହସିଲଦାରଙ୍କ କାର୍ଯ୍ୟାଳୟରେ ଅନୁଷ୍ଠିତ ଅଭିଯୋଗ ଶୁଣାଣିରେ ଗ୍ରାମବାସୀ ମାନେ ତୀବ୍ର ବିରୋଧ କରିଛନ୍ତି। ତହସିଲଦାରଙ୍କ କାର୍ଯ୍ୟାଳୟରେ ଅନୁଷ୍ଠିତ ଅଭିଯୋଗ ଶୁଣାଣିରେ ଡିମିରିମୁଣ୍ଡା ଓ ସାମସିଙ୍ଗା ଗ୍ରାମବାସୀ ଉପସ୍ଥିତ ରହି ଗ୍ରାମର ୨୧ ଏକର ଗୋଚର ଜମି,୭.୪୦ ଏକର ବିଦ୍ୟାଳୟ ଖେଳ ପଡିଆ ସରଂକ୍ଷିତ ଜମି,୩.୯ ଏକର ପଶୁ ସ୍ମଶାନ ପାଇଁ ସରଂକ୍ଷିତ ଜମି, ୩୮ ଏକର ଗଛିତ ଜମି ଯେଉଁଥିରେ ଗ୍ରାମବାସୀଙ୍କ ଉଦ୍ୟମ ଓ ସୁରକ୍ଷାରେ ଏକ ସୁନ୍ଦର ପ୍ରାକୃତିକ ସବୁଜ ଜଙ୍ଗଲ ସୃଷ୍ଟି ହୋଇଛି। ଏହି ସର୍ବସାଧାରଣ ଜମିକୁ ଶିଳ୍ପ ପ୍ରତିଷ୍ଠା ପାଇଁ ଇଡ଼କୋର ଜମି ବ୍ୟାଙ୍କକୁ ହସ୍ତାନ୍ତର କରାଗଲେ  ଗୃହ ପାଳିତ ପଶୁଙ୍କ ଚାରଣ ଭୂମି ସବୁ ଦିନ ପାଇଁ ଧ୍ୱଂସ ହେବ। ସ୍କୁଲ ଖେଳ ପଡିଆ ସରଂକ୍ଷିତ ଜମି ଧ୍ୱଂସ ହେବ। ଏହି ସର୍ବସାଧାରଣ ଜମିରୁ  କେନ୍ଦୁପତ୍ର, ମହୁଲ ସଂଗ୍ରହ କରି ଜୀବିକା ନିର୍ବାହ କରୁଥିବା ସାଧାରଣ ଗରିବ ଲୋକଙ୍କୁ ଜୀବନ ଜୀବିକା ଧ୍ୱଂସ ହେବ। ଗ୍ରାମର ଉନ୍ନତି ମୂଳକ କାର୍ଯ୍ୟ ସ୍କୁଲ , କଲେଜ,ଖେଳପଡ଼ିଆ, ଡାକ୍ତରଖାନା, ଗ୍ରାମ୍ୟପାର୍କ ନିର୍ମାଣ ଭଳି ବିକାଶ ମୂଳକ କାର୍ଯ୍ୟ ପାଇଁ ସରଂକ୍ଷିତ ଜମି ଆଉ ରହିବ ନାହିଁ। ଶିଳ୍ପ ପ୍ରତିଷ୍ଠା ପାଇଁ ଏହି ଜମି ହସ୍ତାନ୍ତର କରାଗଲେ ଗ୍ରାମର ଅର୍ଥ ନୈତିକ , ସାମାଜିକ, ସଂକୃତିକ ଓ ପରିବେଶ ବିକାଶ ବାଧାପ୍ରାପ୍ତ ହେବ ବୋଲି ଆଜିର ଅଭିଯୋଗ ଶୁଣାଣୀରେ ଗ୍ରାମବାସୀ ମାନେ ଲିଖିତ ଅଭିଯୋଗ କରିଛନ୍ତି। କୌଣସି ବିନିମୟରେ ଏହି ସର୍ବସାଧାରଣ ଜମିକୁ ଇଡ଼କୋକୁ ହସ୍ତାନ୍ତର କରିବୁ ନାହିଁ ବୋଲି ତହସିଲଦାରଙ୍କୁ ଲିଖିତ ଭାବେ ଜଣାଇଛନ୍ତି। ଗ୍ରାମବାସୀଙ୍କ ବିରୋଧ ସତ୍ୟେ ଇଡ଼କୋଙ୍କୁ ଜମି ହସ୍ତାନ୍ତର କରାଗଲେ ବିଶାଖା ଥର୍ମାଲ ପାୱାର ପ୍ଲାଣ୍ଟ ହଟାଇବା ଦାବିରେ ଯେଉଁ ଭଳି ଶକ୍ତିଶାଳୀ ଓ ବ୍ୟାପକ  ଗଣ ଆନ୍ଦୋଳନ ହୋଇଥିଲା ସେହିଭଳି ଆନ୍ଦୋଳନ ହେବ ବୋଲି ଆଜିର ଅଭିଯୋଗ ଶୁଣାଣୀରେ ଉପସ୍ଥିତ ଥିବା ୱାର୍ଡ ସଭ୍ୟ ସଞ୍ଜୀବ ପ୍ରଧାନ, ସରତ ପ୍ରଧାନ, ବିଶ୍ଵାମିତ୍ର ପ୍ରଧାନ, କଳ୍ପତରୁ ପ୍ରଧାନ, ଗନ୍ଧର୍ବ ପ୍ରଧାନ, ଜଗବନ୍ଧୁ ପ୍ରଧାନ, ସୁଜାତା  ସେଠ,ଭବାନୀ ଗରତିଆ, ସଦା ନନ୍ଦ ଷଡ଼ଙ୍ଗୀ, ନାରଦ ପ୍ରଧାନ, ନୁପୁର ରାଉଳ, ଅମୂଲ୍ୟ ପ୍ରଧାନ ପ୍ରମୁଖ ଶତାଧିକ ଲୋକେ ଚେତାବନୀ ଦେଇଛନ୍ତି।

0
0
0
s2sdefault