ଧାମରା ନଦୀରେ ୧୧୦ କୋଟି ବ୍ୟୟରେ ହେବ ଆରଓ-ପାକସ ଜେଟି ପ୍ରକଳ୍ପ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

Dharmendra Pradhan: From ABVP activist to Union Minister | India News –  India TV

ଭଦ୍ରକ ଏବଂ କେନ୍ଦ୍ରାପଡ଼ାରେ ବିକାଶର ଗତି ତ୍ୱରାନ୍ୱିତ ହେବ - ଧର୍ମେନ୍ଦ୍ର ପ୍ରଧାନ

ନୂଆଦିଲ୍ଲୀ/ଭୁବନେଶ୍ୱର – ରାଜ୍ୟର ଧାମରା ନଦୀରେ ୧୧୦ କୋଟି ଟଙ୍କା ବ୍ୟୟରେହେବାକୁ ଥିବା ଆରଓ-ପ୍ୟାr ଜେଟି ପ୍ରକଳ୍ପ ଭଦ୍ରକ ଏବଂ କେନ୍ଦ୍ରାପଡ଼ାର ବିକାଶର ଗତିକୁ ତ୍ୱରାନ୍ୱିତ କରିବ ବୋଲି ଟ୍ୱିଟ୍ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଓଡ଼ିଶାର ବିକାଶ ପାଇଁ ନିରନ୍ତର ଦୃଷ୍ଟି ଦେଉଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ କେନ୍ଦ୍ର ବନ୍ଦର, ଜାହାଜ ଚଳାଚଳ ଏବଂ ଜଳପଥ ମନ୍ତ୍ରୀ ମନସୁଖ ମନସୁଖ ମଣ୍ଡଭିୟଙ୍କୁ ଶ୍ରୀ ପ୍ରଧାନ ଧନ୍ୟବାଦ ଜଣାଇଛନ୍ତି  ।

ଶ୍ରୀ ପ୍ରଧାନ ଟ୍ୱିଟ୍ କରିଛନ୍ତି ଯେ ଏକବିଂଶ ଶତାବ୍ଦୀର ଭିତିଭୂମିର ବିକାଶ ଏବଂ ଜଳପଥରେ ଥିବା ସମ୍ଭାବନାର ସମ୍ପୂର୍ଣ୍ଣ ବ୍ୟବହାର ପାଇଁ ଭାରତ ସରକାର ନିରନ୍ତର ଉଦ୍ୟମ କରୁଛନ୍ତି । ଧାମରା ନଦୀରେ ଜେଟି ନିର୍ମାଣ ତଥା ଆନୁଷଙ୍ଗିକ ଭିତିଭୂମି ପ୍ରସ୍ତୁତ କରିବା ପାଇଁ ଭାରତ ସରକାରଙ୍କ ବନ୍ଦର, ଜାହାଜ ଚଳାଚଳ ଓ ଜଳମାର୍ଗ ମନ୍ତ୍ରଣାଳୟ ପକ୍ଷରୁ ମଞ୍ଜୁରୀ ଦିଆଯାଇଛି । ଏହି ପ୍ରକଳ୍ପ ଭଦ୍ରକ ଏବଂ କେନ୍ଦ୍ରାପଡ଼ାରେ ଯୋଗାଯୋଗକୁ ମଜବୁତ୍ କରିବା ସହ ଯାତାୟତ ସମୟକୁ ହ୍ରାସ କରିବ ଏବଂ ସ୍ଥାନୀୟ ଅଂଚଳରେ ନିଯୁକ୍ତି ସୃଷ୍ଟି ହେବ ।

ସୂଚନାଯୋଗ୍ୟ, ସାଗରମାଳା ଯୋଜନା ଅଧୀନରେ ଓଡ଼ିଶାର ଭଦ୍ରକ ଜିଲ୍ଲାର କାଣୀନାଳି ଠାରୁ କେନ୍ଦ୍ରାପଡ଼ା ଜିଲ୍ଲାର ତାଳଚୁଆକୁ ସଂଯୋଗ କରୁଥିବା ସବୁଦିନିଆ ଆରଓ-ଜେଟି ଏବଂ ଆନୁଷଙ୍ଗିକ ଭିତିଭୂମି ନିର୍ମାଣ କରାଯିବ । ଏଥିପାଇଁ ଭାରତ ସରକାରଙ୍କ ବନ୍ଦର, ଜାହାଜ ଚଳାଚଳ ଓ ଜଳମାର୍ଗ ମନ୍ତ୍ରଣାଳୟ ପକ୍ଷରୁ ପ୍ରଶାସନିକ ଅନୁମୋଦନ ଦିଆଯାଇଛି । ପ୍ୟାr ଜେଟି ନିର୍ମାଣ କରାଯିବା ଫଳରେ ନୌକା, ଲଂଚ ଓ ଅନ୍ୟ ଡଙ୍ଗା ରହଣୀ ସହ ଯାତାୟାତ ପାଇଁ ସୁବିଧା ହେବ ।

0
0
0
s2sdefault