ହେଡଲାଇନସ୍:

ମୁଖ୍ୟ ଶାସନ ସଚିବଙ୍କ ମୟୂରଭଞ୍ଜ ଗସ୍ତ ଓ ଉନ୍ନୟନ ମୂଳକ କାର୍ଯ୍ୟର ସମୀକ୍ଷା

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଜଳସେଚନ, ପାନୀୟ ଜଳ ଯୋଗାଣ ଶିଳ୍ପ ଅଭିବୃଦ୍ଧି ଉପରେ ଗୁରୁତ୍ୱ

ବାରିପଦା( ଦିଲ୍ଲୀପ ମହାନ୍ତି)- ଆଜି ରାଜ୍ୟର ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର  ମୟୂରଭଞ୍ଜ ଜିଲ୍ଲାଗସ୍ତ କରି ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟକ୍ରମର କ୍ଷେତ୍ରସ୍ତରୀୟ ଅଗ୍ରଗତି ବିଷୟରେ ସମୀକ୍ଷା କରିଥିଲେ । ଶ୍ରୀ ମହାପାତ୍ର ବିଭିନ୍ନ ପ୍ରକଳ୍ପ  ସ୍ଥାନ ବୁଲି ଦେଖିବା ପରେ କରଂଜିଆ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳଙ୍କ କାର୍ଯ୍ୟାଳୟ ସଭାଗୃହ  ଜିଲ୍ଲା ଏବଂ ଉପଖଣ୍ଡ ସ୍ତରୀୟ ଅଧିକାରୀ ମାନଙ୍କ ସହ ଆଲୋଚନା କରିଥିଲେ ।

ବୈଠକରେ ମୁଖ୍ୟତଃ ଦେଓ ଜଳସେଚନ ପ୍ରକଳ୍ପ, ସୁବର୍ଣ୍ଣରେଖା ଜଳସେଚନ ପ୍ରକଳ୍ପ, ଜାତୀୟ ରାଜପଥ ପ୍ରକଳ୍ପ, ଗ୍ରାମ୍ୟ ବିଦ୍ୟୁତିକରଣ, ପାଇପ ଜଳଯୋଗାଣ ପ୍ରକଳ୍ପ, ପର୍ଯ୍ୟଟନ ଭିତ୍ତିକ ଶିଳ୍ପ, ଇକୋ ଟୁରିଜିମ୍ ଓ ଜିଲ୍ଲାରେ ନୂଆ ଶିଳ୍ପାଞ୍ଚଳ ପ୍ରତିଷ୍ଠା  ଆଦି ଉପରେ ଆଲୋଚନା ହୋଇଥିଲା । ଏହି ସବୁ କାର୍ଯ୍ୟାନ୍ୱୟନ ସମ୍ବନ୍ଧିତ କ୍ଷେତ୍ରସ୍ତରୀୟ ସମସ୍ୟା ଗୁଡିକର ବିଶେଷ ଆଲୋଚନା କରାଯାଇ ଆଶୁ ସମାଧାନ ପନ୍ଥା ନିର୍ଦ୍ଧାରଣ କରାଯାଇଥିଲା । ମୁଖ୍ୟ ଶାସନ ସଚୀବ ଶ୍ରୀ ମହାପାତ୍ର ଏ ସବୁ ପ୍ରକଳ୍ପର ପୂର୍ଣ୍ଣାଙ୍ଗ ନିମନ୍ତେ ସମୟସୀମା ଧାର୍ଯ୍ୟ କରିଥିଲେ । ନିର୍ଦ୍ଧାରିତ ସମୟ ମଧ୍ୟରେ ଜଳସେଚନ ଓ ପାନୀୟ ଜଳ ଯୋଗାଣ ଆଦି ପ୍ରକଳ୍ପ ଶେଷ କରି ଲୋକଙ୍କୁ ସେବା ଯୋଗାଇ ଦେବା ଉପରେ ମୁଖ୍ୟ ଶାସନ ସଚୀବ ଶ୍ରୀ ମହାପାତ୍ର ଗୁରୁତ୍ୱାରୋପ କରିଥିଲେ । ବୈଠକ ପରେପରେ  ମୁଖ୍ୟ ଶାସନ ସଚୀବ ଶ୍ରୀ ମହାପାତ୍ର ଦେଓ ଜଳସେଚନ ପ୍ରକଳ୍ପ ମଧ୍ୟ ପରିଦର୍ଶନ କରି କ୍ଷେତ୍ରସ୍ତରୀୟ କାର୍ଯ୍ୟ ଅଗ୍ରଗତି ଅନୁଧ୍ୟାନ କରିଥିଲେ ।

ମୁଖ୍ୟ ଶାସନ ସଚୀବଙ୍କ ମୟୂରଭଞ୍ଜ ଜିଲ୍ଲା ଗସ୍ତ ଅବସରରେ ଅନୁଷ୍ଠିତ  ସମୀକ୍ଷା ବୈଠକ ଓ କ୍ଷେତ୍ର ପରିଦର୍ଶନ କାର୍ଯ୍ୟକ୍ରମରେ ମୟୂରଭଞ୍ଜ ଜିଲ୍ଲାପାଳ ବିନୀତ ଭରଦ୍ୱାଜ, ଆରକ୍ଷୀ ଅଧୀକ୍ଷକ ସ୍ମିତ୍ ପି. ପାରମାର, ଅତିରିକ୍ତ ଜିଲ୍ଲାପାଳ  ରୁଦ୍ରନାରାୟଣ ମହାନ୍ତି, ପିଡି, ଡିଆରଡିଏ ଭଗେଶ କୁମାର ନାୟକ, ଉପଜିଲ୍ଲାପାଳ କରଂଜିଆ ଡଃ ରଜନୀକାନ୍ତ ବିଶ୍ୱାଳ, ଦେଓ ଜଳସେଚନ ପ୍ରକଳ୍ପର ମୁଖ୍ୟ ନିର୍ମାଣ ଯନ୍ତ୍ରୀ ଇଂ ବାଦଲ କୁମାର ସାହୁ, ନିର୍ବାହୀ ଯନ୍ତ୍ରୀ ଦେଓ ହେଡୱାର୍କସ ଡିଭିଜନ୍ ଇଂ ଅନିଲ କୁମାର ପାଣିଗ୍ରାହୀ, ଦେଓ କେନାଲ ଡିଭିଜନ୍ ନିର୍ବାହୀ ଯନ୍ତ୍ରୀ ଜୟନ୍ତ କୁମାର, ସ୍ୱତନ୍ତ୍ର ଭୂ-ଅର୍ଜନ ଅଧିକାରୀ ଦୁଃଖବନ୍ଧୁ ନାୟକ, ଏନ୍ଏଚଏଆଇ ପ୍ରୋଜେକ୍ଟ ଡାଇରେକ୍ଟର ପ୍ରମୁଖଙ୍କ ସମେତ ସମ୍ପୃକ୍ତ ବିଭାଗ ପଦାଧିକାରୀମାନେ ଯୋଗଦେଇ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ ।

0
0
0
s2sdefault