ହେଡଲାଇନସ୍:

ବିଶ୍ଵ ଯକ୍ଷ୍ମା ଦିବସ ଉପଲକ୍ଷେ ରେଢ଼ାଖୋଲ ଉପଖଣ୍ଡ ଚିକିତ୍ସାଳୟରେ ସଚେତନତା କର୍ମଶାଳା

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ରେଢ଼ାଖୋଲ ( ଅନିଲ କୁମାର ପୃଷ୍ଟି ) ସମ୍ବଲପୁର ଜିଲ୍ଲା ରେଢାଖୋଲ ଉପଖଣ୍ଡ ଚିକିତ୍ସାଳୟରେ ଡାକ୍ତର ରାମକୃଷ୍ଣ ପତିଙ୍କ ପୌରହିତ୍ୟରେ ବିଶ୍ବ ଯକ୍ଷ୍ମା ଦିବସ ଅବସରରେ ଏକ ସଚେତନତା କର୍ମଶାଳା ଅନୁଷ୍ଠିତ ହୋଇଯାଇଛି ।

ଏହି କାର୍ଯ୍ୟକ୍ରମରେ ଡାକ୍ତର ମଞୁଲତା   ଯୋଗଦେଇ ଯକ୍ଷ୍ମା ରୋଗର ପ୍ରାଥମିକ ନିରୁପଣ ଓ   ଜନସଚେତନତା ସୃଷ୍ଟି ଉପରେ ଗୁରୁତ୍ୱାରୋପ କରିବା ପାଇଁ କହିଥିଲେ ।  ଏସ ଟି ଏସ ରଞ୍ଜିତ ଖମାରୀ  ରୋଗୀ ଅଧାରୁ ମେଡିସିନ ବନ୍ଦ କଲେ ଏହା ବହୁତ କ୍ଷତିକାରକ ହୋଇ ଥାଏ ବୋଲି କହିଥିଲେ । ଉକ୍ତ  କର୍ମଶାଳାରେ ଉପେନ୍ଦ୍ର ନାଥ ବସ୍ତିଆ (ଲେବୋରାଟୋରି ଟେକ୍ନିସିଆନ) ଇନ୍ଦ୍ରମଣି ବେହେରା (ବ୍ଲଡ଼ ବ୍ୟାଙ୍କ ଟେକ୍ନିସିଆନ ) ପୁରୁଷ ସ୍ବାସ୍ଥ୍ୟ କର୍ମୀ ଅମୀୟ ବିଶ୍ବାଳ , ମହିଳା ସ୍ବାସ୍ଥ୍ୟକର୍ମୀ ଜମୁନା ବେହେରା ,ପ୍ରଣତୀ ହୋତା , ସଂନ୍ଧ୍ୟା ରାଣୀ ବାଗ୍ ,ଓ୍ବାଡ କାଉନସିଲର ପ୍ରଦୀପ ଜେନାଙ୍କ ସମେତ ଅଫିସର  ଦୀପକ ହର,ମାନସୀ ଝାଙ୍କର , ସଫେଇ କର୍ମଚାରୀ ସୁବାସ ବେହେରା ,ସୁଦନ ବେହେରା ,କରୋନା ଭେକ୍ସିନେଟର ଶାସନୀ ଦିଦି ଓ ମନୋରମା ଧଳ ତଥା ସ୍ଥାନୀୟ ଜନସାଧାରଣ ଉପସ୍ଥିତ ରହି ପରିବେଶକୁ  ସଫାସୁତୁରା ରଖି ଯକ୍ଷ୍ମା ସହ କରୋନା କୁ ହରେଇବା ଉପରେ ମତ ଦେଇଥିଲେ ।

ଏବର୍ଷ ମହାମାରୀ କରୋନା ସହ ଯକ୍ଷ୍ମା ବିଶ୍ବ ସ୍ବାସ୍ଥ୍ୟ ସେବା ପାଇଁ ଆହ୍ବାନ ଅଟେ ତେଣୁ ସଭିଏଁ ସଚେତନ ରହିଲେ ଯକ୍ଷ୍ମା ଓ କରୋନାକୁ ହରେଇ ହବ ବୋଲି ନିଷ୍କର୍ଷ ବାହାର କରି ସଭାକୁ ଧନ୍ୟବାଦ ଅର୍ପଣ ସହ ସମାପନ କରାଯାଇଥିଲା ।

0
0
0
s2sdefault