ସମ୍ବଲପୁର, (ରମାକାନ୍ତ ବିଶ୍ବାଳ): ସମ୍ବଲପୁର ଜିଲ୍ଲା ରେଙ୍ଗାଲୀ ବରିଷ୍ଠ ନାଗରିକ ପରିଷଦ ପକ୍ଷରୁ ରେଙ୍ଗାଲୀ ଅଞ୍ଚଳର ବିଭିନ୍ନ ସମସ୍ୟାର ସମାଧାନ ଦାବିରେ ରେଙ୍ଗାଲୀ ତହସିଲଦାରଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି । ପରିଷଦର ଏକ ପ୍ରତିନିଧି ଦଳ ରେଙ୍ଗାଲୀ ତହସିଲଦାର କାର୍ଯ୍ୟାଳୟକୁ ଯାଇ ସେଠାରେ ତହସିଲଦାର ସୁନିଳ କୁମାର ମେହେର ଙ୍କ ମାଧ୍ୟମରେ ସମ୍ବଲପୁର ଜିଲ୍ଲାପାଳ ଙ୍କୁ ୩ ଦଫା ଦାବି ପୁରଣ ନେଇ ଦାବିପତ୍ର ପ୍ରଦାନ କରିଥିଲେ । ରେଙ୍ଗାଲୀ ବରିଷ୍ଠ ନାଗରିକ ପରିଷଦ ପକ୍ଷରୁ ଅଭିଯୋଗ କରାଯାଇଛି ଯେ ରେଙ୍ଗାଲୀ ସମ୍ବଲପୁର ଜିଲ୍ଲା ର ଏକ ପ୍ରମୁଖ ତଥା ଶିଳ୍ପାୟନ ରେ ଭରପୁର ଅଞ୍ଚଳ ହେବା ପରେ ମଧ୍ୟ ଏହି ଅଞ୍ଚଳର ଯଥେଷ୍ଟ ବିକାଶ କରାଯାଇନାହିଁ । ଏପରିକି ରେଙ୍ଗାଲୀ ବ୍ଳକ କୁ ଏକ ସବଡିଭିଜନ କରାଯିବା ପାଇଁ ଲୋକେ ବାରମ୍ବାର ଦାବି କରୁଥିବା ବେଳେ ପ୍ରସାଶନ ତଥା ସରକାର ଦାବି କୁ ଅଣଦେଖା କରୁଛି ।
ଏହା ସହ ରେଙ୍ଗାଲୀ ର ତହସିଲ ଛକରେ ଫ୍ଲାଇଓଭର ବ୍ରୀଜ ପାଇଁ ବାରମ୍ବାର ଦାବି କରିଯାଉଛି । ଏଠାରେ ବ୍ରିଜ ନଥିବାରୁ ବାରମ୍ବାର ଦୁର୍ଘଟଣା ଘଟିଥିବାର ଦେଖାଦେଇଥାଏ । ପରିଷଦ ପକ୍ଷରୁ ବିଶେଷ କରି ରେଙ୍ଗାଲୀ ରେ ଥିବା ଡାକ୍ତରଖାନାରେ ରୋଗୀ ଙ୍କ ପାଇଁ ସମସ୍ତ ଚିକିତ୍ସା ସୁବିଧା ଯୋଗାଇବା ସହ ଏହାର ଉନ୍ନତିକରଣ କରିବାକୁ ଦାବିପତ୍ର ରେ ଉଲ୍ଲେଖ କରାଯାଇଛି । ରେଙ୍ଗାଲୀ ବରିଷ୍ଠ ନାଗରିକ ପରିଷଦ ପକ୍ଷରୁ ଦିଆଯାଇଥିବା ଦାବି ଗୁଡିକ ଯଦି ଏପ୍ରିଲ ୧ ତାରିଖ ମଧ୍ୟରେ ପୁରଣ କରାନଗଲେ ଏପ୍ରିଲ ୨ ତାରିଖରୁ ପରିଷଦ ର ସଭ୍ୟ ମାନେ ରେଙ୍ଗାଲୀ ତହସିଲଦାର ଙ୍କ କାର୍ଯ୍ୟାଳୟ ବାହାରେ ଅନିଦ୍ଧିଷ୍ଟ କାଳ ପାଇଁ ଧାରଣା ଦେବେ ବୋଲି ପରିଷଦ ଚେତାବନୀ ଦେଇଛି ।