ହେଡଲାଇନସ୍:

ରାୟଗଡା : ଜାତିର ପିତାଙ୍କୁ ଶ୍ରଦ୍ଧାଞ୍ଜଳି

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ରାୟଗଡ:/ସରୋଜ କୁମାର ସାହୁ- ଆଜିର ସ୍ମରଣୀୟ ଦିବସରେ ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ଓଡିଶା ଆଗମନର 100ବର୍ଷ ପୂର୍ତ୍ତି ପାଳନ ଅବସରରେ  ଆଜି ସକାଳ 7.00ଘଟିକା ସମୟରେ ସ୍ଥାନୀୟ  ଗାନ୍ଧୀ ପ୍ରମୋଦ ଉଦ୍ୟାନ ଠାରେ ଅବସ୍ଥାପିତ ଗାନ୍ଧିଜୀଙ୍କ ପ୍ରତି ମୂର୍ତ୍ତିରେ ମାଲ୍ୟାର୍ପଣ କରାଯାଇଛି l ରାୟଗଡ ଜିଲ୍ଲାପାଳ ଶ୍ରୀ ସରୋଜ କୁମାର ମିଶ୍ର ମୁଖ୍ୟ ଅତିଥି ଭାବରେ ଯୋଗଦାନକରି  ଗାନ୍ଧିଜୀଙ୍କ ସମେତ ସେଠାରେ ଅବସ୍ଥାପିତ ପଣ୍ଡିତ ଗୋପବନ୍ଧୁ ଦାଶ, ପୂର୍ବତନ ପ୍ରଧାନମନ୍ତ୍ରୀ ଲାଲବାହାଦୂର ସାଶତ୍ରୀ , ଏବଂ ବିନୋବାଭାବେଙ୍କ ପ୍ରତିମୂର୍ତ୍ତିରେ  ମଧ୍ୟ ମାଲ୍ୟାର୍ପଣ କରିଥିଲେ l ଏଥିରେ ଜିଲ୍ଲାପାଳଙ୍କ ସହିତ ସହରର ମାନ୍ୟଗଣ୍ୟ ଅତିଥି ଓ ସାମ୍ୱାଦିକ ମାନେ ବିଶେଷ କରି ଜଣାଶୁଣା  ନାଟ୍ୟକାର ତଥା ନିର୍ଦ୍ଦେଶକ ଡ଼. ନରେନ୍ଦ୍ର କୁମାର ମିଶ୍ର,ଶିକ୍ଷlବିତ୍ତ ଡ଼. ଦୁଷ୍ମନ୍ତ କୁମାର ମହାନ୍ତି, ଜିଲ୍ଲା  କ୍ରୀଡା ଅଧିକାରୀ ଶେଖ ଅଲନୂର, ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ବସନ୍ତ କୁମାର ପ୍ରଧାନ, ସାମାଜ ସେବୀ ଗୋପୀନାଥ ସାହୁ, ବଣିକ ସଂଘର ସୁରେନ୍ଦ୍ର ପ୍ରସାଦ ସାହୁ, ଜିସିଡ଼ି ୱାକର୍ସ କ୍ଲବର ସଦସ୍ୟମାନେ,  ସାମ୍ବାଦିକ ସୁରେଶ ଦାଶ, ଦୀପକ ପୃଷ୍ଟି, ସ୍ମୃତିରଞ୍ଜନ ମହାନ୍ତି, ଗୋପୀନାଥ ଗୌଡ଼, ଗ୍ରନ୍ଥଗରିକ ଦମ୍ବରୁଧର ପଣ୍ଡl ଓ ଅନ୍ୟନ୍ୟ କରଛରୀ ମାନେ ଉପସ୍ଥିତ ଥିଲେ,

    ଆଜି ସନ୍ଧ୍ୟାରେ ଗାନ୍ଧିଜୀଙ୍କ ଓଡିଶା ନାଟକ ସ୍ଥାନୀୟ ଅଶୋକ କଲ୍ୟାଣ ମାନଦପ ଠାରେ ଡ଼. ନରେନ୍ଦ୍ର ମିଶ୍ରଙ୍କ ବିର୍ଦ୍ଦେଶଣାରେ ଯେକେପୁର ଜୟ ଜଗନ୍ନାଥ ନାଟ୍ୟକାର କଲାପରିଷଦର କଳାକାର ମାନଙ୍କ ଦ୍ୱାରା ପରିବେଷଣ କରାଯିବ l

     ଔତିହାସିକ ଗାନ୍ଧିଜୀଙ୍କ ଓଡିଶା ଆଗମନର 100 ବର୍ଷ ପୂର୍ତ୍ତି ଅବସରରେ ଆୟୋଜିତ ହେବାକୁ ଥିବା ନାଟ ଆୟୋଜନ ସମ୍ପର୍କରେ ଜିଲ୍ଲାପାଳ ଶ୍ରୀ ମିଶ୍ର ସାମ୍ବାଦିକ ସମ୍ମିଳନୀ ସଭାରେ ବିସ୍ତୃତ୍ୱ ଭାବରେ ପ୍ରକାଶ କରୁଥିଲେ l

0
0
0
s2sdefault