କଳାହାଣ୍ଡି /ତୁଳମଣି ନାଗ: ଭବାନୀପାଟଣା ସଦର ବ୍ଲକ ଅନ୍ତର୍ଗତ କୁଟୁରୁଖମାର ଓ କାପସରା ଗ୍ରାମବାସୀ ବିଦ୍ଯୁତ୍ ବିଭାଗର ମନମୁଖୀ କାର୍ଯ୍ୟକଳାପ ଓ ବିଦ୍ୟୁତ୍ ସଂଯୋଗ ବିଚ୍ଛିନ୍ନ ବିରୁଦ୍ଧରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ନାରା ଦେଇଥିଲେ । ୨୬ ନମ୍ୱର୍ ଜାତୀୟ ରାଜପଥ କଡରେ ଥିବା କୁଟୃଖମାର ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରେ ଗ୍ରାମବାସୀ ବିକ୍ଷୋଭ ପ୍ରଦର୍ଶନ କରିବା ସହ ରାଜ୍ୟ ଶକ୍ତିମନ୍ତ୍ରୀ କେପଟେନ୍ ଦିବ୍ୟ ଶଙ୍କର ମିଶ୍ରଙ୍କ କୁଶପୁତ୍ତଳିକା ଦାହ କରିଛନ୍ତି ।
ଶକ୍ତି ଶିଳ୍ପ ଗୃହ ରାଷ୍ଟ୍ରମନ୍ତ୍ରୀ ଗ୍ରାମାଞ୍ଚଳରେ ରହୁଥିବା ଗରିବ, ଚାଷୀ ମୂଲଆ ଙ୍କ ଘରେ ଆଲୁଅ ଦେବାପାଇଁ ନା ଅନ୍ୟ କାହାପାଇଁ?? ଯଥାଶିଘ୍ର ଉପଭୋକ୍ତାଙ୍କ ଘରକୁ ପୁନର୍ବାର ବିଦ୍ଯୁତ୍ ସଂଯୋଗ କରା ନ ଗଲେ ଆଗାମୀ ଦିନରେ ଗ୍ରାମବାସୀ ଛୁଆ ପିଲା ଧରି ଶକ୍ତିମନ୍ତ୍ରୀ ଙ୍କ ବାସଗୃହ ଘେରାଉ କରିବା ସହ ରାଜରାସ୍ତାକୁ ଓହ୍ଲାଇବାକୁ ଚେତାବନୀ ଦେଇଛନ୍ତି ।