ନୂତନ ବିଗ୍ରହ ପାଇଁ ଦାରୁଛେଦନ କର୍ମ ସମ୍ପନ୍ନ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

କୋମଣ୍ଡ ଡଙ୍କନାସନଜୀଉଙ୍କ ପୋଡି ଘଟଣା

ଓଡ଼ଗାଁ,(ଶ୍ରୀକାନ୍ତ କୁମାର ମିଶ୍ର): ଏକ ସ୍ୱତନ୍ତ୍ର ଆଧ୍ୟତ୍ମିକ ଭାବାବେଗ ମଧ୍ୟରେ ଓଡ଼ଗାଁ ସନ୍ନିକଟ କୋମଣ୍ଡ ଗ୍ରାମ ମଧ୍ୟଭାଗରେ ଅଧିଷ୍ଠିତ  ପ୍ରଭୁ ଡଙ୍କନାସନ ଜୀଉଙ୍କ ନୂତନ ବିଗ୍ରହ ନିର୍ମାଣ ପାଇଁ ଆଜି ଦାରୁ ଛେଛନ କାର୍ଯ୍ୟ ବିଧିବିଧାନ  ପୂର୍ବକ ସମାପନ ହୋଇଛି । ଦାରୁଛେଦନ ସ୍ଥଳ ଓ ଦାରୁ ଶୋଭାଯାତ୍ରାରେ କ୍ଷେତ୍ରରେ ହଜାର ହଜାର ଜନସମାଗମ ଦେଖିବାକୁ ମିଳିଥିଲା । ହରିନାମ ସଂକୀର୍ତ୍ତନ  ସହିତ ହରିବୋଲ ହୁଳହୁଳି ଶବ୍ଦରେ ଉଛୁଳି ପଡୁୁଥିଲା ଦାରୁ କ୍ଷେତ୍ର । ସକାଳୁ କଳସ ଶୋଭାଯାତ୍ରା କରାଯିବା ସହିତ ବ୍ରାହ୍ମଣ  ପଣ୍ଡିତ ମାନଙ୍କ ଦ୍ୱାରା ହୋମ ଯଜ୍ଞ କାର୍ଯ୍ୟ ବିଧି ବିଦ୍ଧାନ ପୂର୍ବକ ସମ୍ପନ୍ନ କରାଯାଇ ଦାରୁଛେଦନ କରାଯାଇଥିଲା । ସ୍ୱତନ୍ତ୍ର ଭାବରେ ନିର୍ମାଣ କରାଯାଇଥିବା ଶଗଡ଼ ମାଧ୍ୟମରେ ଦାରୁଙ୍କୁ ବିଗ୍ରହ ନିର୍ମାଣ ସ୍ଥଳକୁ ଅଣାଯାଇଥିଲା । ପୁରୀ ମୁକ୍ତିମଣ୍ଡପ ପଣ୍ଡିତ ସଭ୍ୟ ତଥା ପଣ୍ଡିତ ମହାସଭା(ବିଧାନକମିଟି)ବରିଷ୍ଠ  ସଦସ୍ୟ ପଣ୍ଡିତ ବିଚିତ୍ରାନନ୍ଦ ମିଶ୍ର, ଉଦୟନାଥ ମହାପାତ୍ର ଓ ରାମଦାସ ମଠ ବାବାଜୀ ମହାରାଜ ତମାଳ କୃଷ୍ଣ ଦାସ ଏବଂ ଆଜି ସ୍ୱତନ୍ତ୍ରଭାବରେ ଉପସ୍ଥିତ ନାଗାବାବାଙ୍କ ପରାମର୍ଶ କ୍ରମେ ସମସ୍ତ ନୀତି ଚାଲିଥିବା ବେଳେ ପୁରୀରୁ ଆସିଥିବା କାରିଗରଙ୍କ ଦ୍ୱାରା ବିଗ୍ରହ ନିର୍ମାଣ କାର୍ଯ୍ୟ କରାଯିବ ବୋଲି ମନ୍ଦିର ଟ୍ରଷ୍ଟି କହିଥିଲେ । ଦାରୁଙ୍କ ଛେଦନ ହେବା ପରେ ବିଗ୍ରହଙ୍କ ପ୍ରତିଷ୍ଠା ପର୍ଯ୍ୟନ୍ତ ଅନ୍ୟ କୌଣସି ସ୍ୱତନ୍ତ୍ର ବେଳା ନକ୍ଷତ୍ର ଦେଖିବାର ଆବଶ୍ୟକତା ନାହିଁ ବୋଲି ପୁରୀରୁ ଆସିଥିବା ମୁକ୍ତିମଣ୍ଡପ ପ୍ରତିନିଧି ମାନେ କହିଥିଲେ । 

 

 

0
0
0
s2sdefault