ସମ୍ବଲପୁର, (ରମାକାନ୍ତ ବିଶ୍ୱାଳ): ସମ୍ବଲପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ରୋଗୀମାନଙ୍କୁ ଏକ୍ସପାରୀ ଔଷଧ ଦିଆଯାଉଥିବା ଏକ ନଗ୍ନ ନମୁନା ଦେଖିବାକୁ ମିଲିଛି। ରୋଗୀଙ୍କ ଜୀବନ ସହିତ ଖେଲ ଖେଳୁଛନ୍ତି ଡାକ୍ତର ଓ କର୍ମଚାରୀ ଘଟଣାରୁ ଜଣାଯାଇଛି ଯେ ଉତ୍କଳ ସମାଚାରର ଜିଲ୍ଲା ପ୍ରତିନିଧି ସରୋଜ ସାହୁ ରବିବାର ଝାଡା ବାନ୍ତି ରୋଗରେ ପିଡିତ ହୋଇ। ସମ୍ବଲପୁର ଜିଲ୍ଲା ମୁଖ୍ଯ ଚିକିତ୍ସାଳୟ ବର୍ହିବିଭାଗ ରେଜିଷ୍ଟ୍ରେସନ ନମ୍ବର ୧୦୩୪୧୬ ଆସୁଚିକିତ୍ସାରେ ଥିବା ଡାକ୍ତର ପଙ୍କଜ ପଟେଲଙ୍କୁ ଦେଖାଇ ଡାକ୍ତରଙ୍କ ପରାମର୍ଶ କ୍ରମେ କୋଭିଡ ପରିକ୍ଷା ନେଗେଟିଭ ବାହାରିବାରୁ ସଂକ୍ରମଣ ବିଭାଗ ବେଡ ନମ୍ବର ୧୮୧ ରେ ଭର୍ତ୍ତିହୋଇଥିଲେ। ରାତ୍ର ୯.୩୦ମିନିଟ ସମୟରେ ସେହି ୱାର୍ଡ ଦାୟୀତ୍ବରେଥିବା ଷ୍ଟାପ ନର୍ସ ପ୍ରଭାତୀ ପ୍ରଧାନ ସାମ୍ବାଦିକ ଶ୍ରୀ ସାହୁଙ୍କୁ ଚିକିତ୍ସା ପାଇଁ ନେଇଥିବା ବରିଷ୍ଠ ସାମ୍ବାଦିକ ସୁଧାସୁଂ ଶେଖର ମହାରଣା ଏବଂ ତାଙ୍କର ସଂପର୍କୀୟଙ୍କ ଉପସ୍ଥିତରେ ସାଲାଇନ ଦେଇଥିଲେ। ସାଲାଇନ ଡୋଜ ତାଙ୍କ ଶରିରରେ ଚଢିବା ମାତ୍ରେ ଶରିର କୁଣ୍ଡାଇ ହୋଇ ଶ୍ରୀ ସାହୁ ସଂଜ୍ଞାହୀନ ହୋଇପଡିଥିଲେ।ପ୍ରାତ ୩ଟା ସମୟରେ ନିକଟ ବେଡ ନମ୍ବର ୧୮୨ ରେ ମହାନଗରନିଗମ ଅନ୍ତର୍ଗତ ଭତରାର ପଙ୍କଜ ପ୍ରସାଦ ସୋହେଲା(୩୮)ଗୁତର ଅବସ୍ଥାରେ ଭର୍ତ୍ତିହୋଇଥିଲେ।ଏହି ସମୟରେ ରୋଗୀ ପଙ୍କଜଙ୍କ ସାନ ଭାଇ ପ୍ରେମାନନ୍ଦ ଏକ୍ସପାରୀ ତାରିଖ ସରିଯାଇଥିବା ସାଲାଇନ ତାଙ୍କ ଭାଇ ପଙ୍କଜଙ୍କୁ ଦେବା ପାଇଁ ବେଡରେ ରଖାଯାଇଥିବା ଦେଖି ଷ୍ଟାଫ ନର୍ସ ପ୍ରଭାତୀ ପ୍ରଧାନଙ୍କୁ କହିବାରୁ ନୂତନ ସାଲାଇନ ପଙ୍କଜଙ୍କୁ ଦିଆଯାଇଥିଲା। ଏ ସମ୍ପର୍କରେ ଜାଣିପାରି ସାମ୍ବାଦିକ ଶ୍ରୀ ସାହୁ ୱାର୍ଡ ପରିଦର୍ଶନରେ ଆସିଥିବା ଡାକ୍ତର ଶିମା ରୟଙ୍କୁ ଗତ ରାତ୍ରିରେ ସାଲାଇନ ଦେବା ସମୟରେ ସଂଜ୍ଞାହୀନ ହୋଇପଡିଥିବା ଏବଂ ତାଙ୍କୁ ମଧ୍ୟ ଏକ୍ସପାରୀ ତାରିଖ ସରିଯାଇଥିବା ସାଲାଇନ ଦେଇଥିବା ଶ୍ରୀ ସାହୁ ଅଭିଯୋଗ କରିଥିଲେ। ଏହି ସଂକ୍ରମଣ ବିଭାଗ ବେଡ ନମ୍ବର ୧୬୭ ରେ ଭର୍ତ୍ତିହୋଇଥିବା କ୍ଷେତରାଜପୁରର ସୁଦେର୍ଣ୍ଣା ସୋହୋଲା ମଧ୍ୟ ସାଲାଇନ ଡୋଜ ଦେବା ପରେ ତାଙ୍କ ଶରିରରେ ଭିଷଣ ମାତ୍ରାରେ ପ୍ରତିକ୍ରିୟା ଓ ହାତ ଫୁଲି ଯାଇଥିବା ଅଭିଯୋଗ କରିଛନ୍ତି। ଠିକ ସେହି ପରି ଆଜି ଏହି ସଂକ୍ରମଣ ବିଭାଗ ବେଡ ନମ୍ବର ୧୭୮ ରେ ଭର୍ତ୍ତିହୋଇଥିବା ମାନେଶ୍ଵର ବ୍ଲକ ଦେଓ ଗାଁ ପଞ୍ଚାୟତ ଗୌଉରମଠ ଗ୍ରାମର ବୁଦ୍ଧଦେବ ଗହିରଙ୍କ ବଡ ଭାଇ ଏକ୍ସପାରୀ ତାରିଖ ସରିଥିବା ଓଆରଏସ ପାଉଡର ପିଇବାକୁ ଦିଆଯାଇଥିବା ଅଭିଯୋଗ କରିଛନ୍ତି। ଏଠାରେ ସ୍ପଷ୍ଟ ଅନୁମେୟ କରାଯାଇ ପାରେ ଯେ ସମ୍ବଲପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ବିଭାଗିୟ କର୍ତ୍ତୃପକ୍ଷ ଏବଂ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କ ଜ୍ଞାତ ସାରରେ ଏଠାରେ ଏକ୍ସପାରୀ ତାରିଖ ସରିଯାଇଥିବା ଔଷଧ ଗୁଡିକର ଏକ ରାକେଟ କାମ କରୁଛି। ଏଥିରୁ ଅଫିସ ମାନେ ମାଲେମାଲ ହେଉଛନ୍ତି। ଏହି ଘଟଣାର ଏକ ଉଚ୍ଚ ସ୍ତରୀୟ ତଦନ୍ତ କରାଗଲେ ଏଠାରେ ଚାଲିଥିବା ଔଷଧ ଦୁର୍ନୀତିର ପର୍ଦ୍ଦାଫାସ ହୋଇପାରନ୍ତା ବୋଲି ବୁଦ୍ଧିଜୀବି ମାନେ ମତ ପ୍ରକାଶ କରିଛନ୍ତି। ଖୋଦ ସ୍ବାସ୍ଥ୍ୟ ମନ୍ତ୍ରୀଙ୍କ ଜନ୍ମ ମାଟି ଜିଲ୍ଲାରେ ଏଭଲି ଘଟଣା ସ୍ବାସ୍ଥ୍ୟ ମନ୍ତ୍ରୀଙ୍କ ପାରିବା ପଣିଆଁ ଉପରେ ଅଙ୍ଗୁଲି ନିଦ୍ଦେର୍ଶ କରୁଛି। ସ୍ବାସ୍ଥ୍ୟ ମନ୍ତ୍ରୀ ନବ କିଶୋର ଦାସ ଏହି ଘଟଣାର ତଦନ୍ତ କରି ଦୋଷି ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବାକୁ ଓଡିଆ ସାମ୍ବାଦିକ ସଂଘ ପଶ୍ଚିମ ପ୍ରାନ୍ତୀୟ ସଂପାଦକ ରମାକାନ୍ତ ବିଶ୍ୱାଳ ଏବଂ ସମ୍ବଲପୁର ପ୍ରେସ କ୍ଲବ ସଭାତି ତ୍ରିବିକ୍ରମ ପ୍ରଧାନ, ଓଜେୟୁ ସମ୍ବଲପୁର ଜିଲ୍ଲା ଶାଖା ସଭାପତି ହିମାଂଶୁ ଶେଖର ମିଶ୍ର, ଓଡିଶା ସାମ୍ବାଦିକ ୟୁନିଅନ ସାଧାରଣ ସଂପାଦକ ରାଜେଶ ବିଭାର ବରିଷ୍ଠ ସାମ୍ବାଦିକ ଶିବ ପ୍ରସାଦ ମେହେର,ଶୁକାନ୍ତ କର,ରତ୍ନାକର ଭୋଇ,ସୁଶାନ୍ତ ମହାପାତ୍ର ପ୍ରମୁଖ ଦାବି କରିଛନ୍ତି।