ଭୁବନେଶ୍ୱର: କର୍ତ୍ତବ୍ୟର ଅବହେଳା ଅଭିଯୋଗରେ ସ୍କୁଲ ଓ ଗଣଶିକ୍ଷା ବିଭାଗରେ ହୋଇଛି ବଡ କାର୍ଯ୍ୟାନୁଷ୍ଠାନ | ଗତ କିଛି ଦିନ ଧରି କିଛି ଦାୟିତ୍ବହୀନ ଅଧିକାରୀ ଓ କର୍ମଚାରୀଙ୍କ ଉପରେ ୫-ଟି ଛାଟ ପଡିଲା ପରି ଆଜି ପଡିଛି ଶିକ୍ଷକମାନଙ୍କ ଉପରେ | ୫ ଟି ପାହାରରେ କାର୍ଯ୍ୟରେ ଅବହେଳା ଅଭିଯୋଗରେ ସୁନ୍ଦରଗଡ଼ ଜିଲ୍ଲାର ୩୪ ଜଣ ଶିକ୍ଷକ ଏକାଥରେ ହୋଇଛନ୍ତି ଚାକିରିରୁ ବାହାର । ସେମାନଙ୍କ ମଧ୍ୟରେ ପ୍ରାଥମିକ ବିଦ୍ୟାଳୟର ୧୫ ଜଣ ଶିକ୍ଷକ ଥିବାବେଳେ ମାଧ୍ୟମିକ ବିଦ୍ୟାଳୟରୁ ଅଛନ୍ତି ୧୯ ଜଣ ଶିକ୍ଷକ ।
ସୂଚନାଯୋଗ୍ୟ ଯେ ଦୁର୍ନୀତିଗ୍ରସ୍ତ ଅପାରଗ ତଥା ଦାୟିତ୍ବହୀନ ଅମଲାଙ୍କ ମୁଣ୍ଡ ଉପରେ ଏବେ ଝୁଲୁଛି ୫ ଟି ରୂପକ ଡେମୋକ୍ଲେଶର ଖଣ୍ଡା | ଦୁର୍ନୀତି ଗ୍ରସ୍ତ ତଥା ଅପାରଗ ଅଧିକାରୀ ସର୍ବୋପରି ସରକାରୀ କାର୍ଯ୍ୟରେ ଅବହେଳା କରୁଥିବା ଅଧୀକାରୀ ଓ କର୍ମଚାରୀଙ୍କ ବିରୋଧରେ ରାଜ୍ୟ ସରକାରଙ୍କର କଠୋର ଆଭିମୁଖ୍ୟ ପୋଷଣ କରିବା ସହ ଚାକିରିରୁ ବିଦା କରିବା ଅଭିଯାନ ଜାରି ରହିଛି |