ହେଡଲାଇନସ୍:

MV-79 ପୋଲିସ ଥାନା ପରିସରରେ ଆମ ପୋଲିସ ସମିତି ବୈଠକ ଅନୁଷ୍ଠିତ l

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ମାଲକାନଗିରି ରୁ ସୁରେନ୍ଦ୍ର କୁମାର ବେମାଳ: ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକ ଅନ୍ତର୍ଗତ MV-79 ପୋଲିସ ଥାନା ପରିସରରେ ଆଜି ଆମ ପୋଲିସ ସମିତିର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି।
ଏହି ବୈଠକରେ ଥାନା ଅଧିକାରିଣୀ (IIC) ପୁର୍ଣ୍ଣିମା ଟେଟେ, ଏସ୍‌.ଆଇ. ଶ୍ରୀ ଚନ୍ଦନ ବେହେରା, ଏ.ଏସ୍‌.ଆଇ. ନିରଞ୍ଜନ ଭତ୍ରାଙ୍କ ସମେତ ଥାନାର ସମସ୍ତ କର୍ମଚାରୀ ଏବଂ ଅଞ୍ଚଳର ବହୁ ବୁଦ୍ଧିଜୀବୀ, ଜନପ୍ରତିନିଧି ଓ ଗ୍ରାମବାସୀ ଉପସ୍ଥିତ ଥିଲେ।
ବୈଠକରେ ବିଶେଷ ଭାବେ "ନିଶାମୁକ୍ତ ଓଡ଼ିଶା" ଅଭିଯାନକୁ ସଫଳ କରିବା ନେଇ ବିସ୍ତୃତ ଆଲୋଚନା ହୋଇଥିଲା। ନିଶାଦ୍ରବ୍ୟର କୁପ୍ରଭାବ ସମ୍ପର୍କରେ ସଚେତନତା ସୃଷ୍ଟି, ଯୁବପିଢ଼ିଙ୍କୁ ନିଶା କବଳରୁ ଦୂରେଇ ରଖିବା, ଆଇନଶୃଙ୍ଖଳା ବଜାୟ ରଖିବା ଏବଂ ପୋଲିସ-ଜନସାଧାରଣଙ୍କ ମଧ୍ୟରେ ସମନ୍ୱୟ ବୃଦ୍ଧି ଉପରେ ମଧ୍ୟ ଗୁରୁତ୍ୱ ଦିଆଯାଇଥିଲା।
ଶେଷରେ ଅଞ୍ଚଳକୁ ନିଶାମୁକ୍ତ, ଅପରାଧମୁକ୍ତ ଏବଂ ସୁରକ୍ଷିତ କରିବା ପାଇଁ ସମସ୍ତଙ୍କ ସହଯୋଗ କାମନା କରାଯାଇଥିଲା।ବୈଠକ ଶେଷରେ ଉପସ୍ଥିତ ସମସ୍ତେ ନିଶାମୁକ୍ତ ଓଡ଼ିଶା ଗଠନରେ ସକ୍ରିୟ ଭୂମିକା ଗ୍ରହଣ କରିବା, ନିଜେ ନିଶାଠାରୁ ଦୂରେଇ ରହିବା ଏବଂ ଅନ୍ୟମାନଙ୍କୁ ମଧ୍ୟ ସଚେତନ କରିବା ପାଇଁ ଶପଥ ଗ୍ରହଣ କରିଥିଲେ।

0
0
0
s2sdefault