ହେଡଲାଇନସ୍:

ଆନ୍ଧ୍ରପ୍ରଦେଶର କେନ୍ଦ୍ରୀୟ ଜନଜାତି ବିଶ୍ୱବିଦ୍ୟାଳୟର ପ୍ରଥମ ସମାବର୍ତ୍ତନ ସମାରୋହ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଜନଜାତି ସମୁଦାୟର ବିକାଶ ଓ ସମାଜ କଲ୍ୟାଣ ପାଇଁ କାର୍ଯ୍ୟ କରିବା- ଧର୍ମେନ୍ଦ୍ର ପ୍ରଧାନ

• ମାନ୍ୟବର ରାଷ୍ଟ୍ରପତିଙ୍କ ମାର୍ଗଦର୍ଶନ ପାଇଁ ଧନ୍ୟବାଦ ଜଣାଇଲେ
• ଡିଗ୍ରୀ ହାସଲ କରିଥିବା ପ୍ରଥମ ବ୍ୟାଚ୍‌ର ଛାତ୍ରଛାତ୍ରୀମାନଙ୍କୁ ସମ୍ବର୍ଦ୍ଧିତ
• ଜାତୀୟ ଶିକ୍ଷା ନୀତି ଜନଜାତି ଜ୍ଞାନ ପରମ୍ପରାକୁ ସମୃଦ୍ଧ କରୁଛି

ଆନ୍ଧ୍ରପ୍ରଦେଶ, ୩୦ ଜୁନ ୨୦୨୬ - ମାନ୍ୟବର ଭାରତର ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁଙ୍କ ଗରିମାମୟ ଉପସ୍ଥିତିରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଙ୍ଗଳବାର ଆନ୍ଧ୍ରପ୍ରଦେଶ କେନ୍ଦ୍ରୀୟ ଜନଜାତି ବିଶ୍ୱବିଦ୍ୟାଳୟ (ସିଟିୟୁଏପି)ର ପ୍ରଥମ ସମାବର୍ତ୍ତନ ସମାରୋହରେ ଯୋଗଦେଇ ଡିଗ୍ରୀ ହାସଲ କରିଥିବା ପ୍ରଥମ ବ୍ୟାଚ୍‌ର ଛାତ୍ରଛାତ୍ରୀମାନଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି ।

ଏହି ସାରସ୍ୱତ ସମାରୋହରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଜନଜାତି ସମୁଦାୟର ବିକାଶ ଓ ସମାଜ କଲ୍ୟାଣ ପାଇଁ କାର୍ଯ୍ୟ କରିବା ପାଇଁ ଆଗେଇ ଆସିବାକୁ ଛାତ୍ରଛାତ୍ରୀମାନଙ୍କୁ ଆହ୍ୱାନ କରିଛନ୍ତି । ସେ କହିଛନ୍ତି, ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ 'ବିକଶିତ ଭାରତ' ସଂକଳ୍ପକୁ ସାକାର କରିବା ପାଇଁ ଆମ ସମସ୍ତଙ୍କୁ ଉତ୍କର୍ଷତା ଆଡ଼କୁ ଅଗ୍ରସର ହେବାକୁ ପଡିବ । ସେହିପରି ମାନ୍ୟବର ରାଷ୍ଟ୍ରପତିଙ୍କ ପରାମର୍ଶ କ୍ରମେ ଛାତ୍ରଛାତ୍ରୀମାନେ ନିଜର ସଂସ୍କୃତି, ପରମ୍ପରା ଓ ସମୁଦାୟ ସହ ଜଡ଼ିତ ରହି ସମାଜର କଲ୍ୟାଣ ତଥା ଜନଜାତି ଭାଇଭଉଣୀଙ୍କ ଜୀବନଜୀବିକାର ବିକାଶ ପାଇଁ କାର୍ଯ୍ୟ କରିବା ଉଚିତ ।

ସେ ଆହୁରି କହିଛନ୍ତି ଯେ, ୨୦୨୩ ମସିହାରେ ଏହି ବିଶ୍ୱବିଦ୍ୟାଳୟର ସ୍ଥାୟୀ କ୍ୟାମ୍ପସର ଶିଳାନ୍ୟାସ ଉତ୍ସବରେ ଉପସ୍ଥିତ ରହିବାର ସୌଭାଗ୍ୟ ତାଙ୍କୁ ମିଳିଥିଲା । ମାତ୍ର କେଇ ବର୍ଷ ମଧ୍ୟରେ ବିଶ୍ୱବିଦ୍ୟାଳୟର ପ୍ରଥମ ବ୍ୟାଚ୍‌ର ଶିକ୍ଷାର୍ଥୀମାନଙ୍କୁ ଡିଗ୍ରୀ ଗ୍ରହଣ କରୁଥିବାର ଦେଖିବା ଅତ୍ୟନ୍ତ ଗର୍ବ ଓ ଆନନ୍ଦର ବିଷୟ । ଏହା ବିଶ୍ୱବିଦ୍ୟାଳୟର ନିରନ୍ତର ପ୍ରୟାସ ଏବଂ ଉଲ୍ଲେଖନୀୟ ପ୍ରଗତିର ପ୍ରମାଣ । ଭାରତର ପାରମ୍ପରିକ ଜନଜାତି ଜ୍ଞାନର ସଂରକ୍ଷଣ କରିବା ଏବଂ ଯୁବପିଢ଼ିଙ୍କୁ ଭବିଷ୍ୟତ ପାଇଁ ପ୍ରସ୍ତୁତ କରିବା ଦିଗରେ ଏହି କେନ୍ଦ୍ରୀୟ ଜନଜାତି ବିଶ୍ୱବିଦ୍ୟାଳୟ ‘ଜାତୀୟ ଶିକ୍ଷା ନୀତି ’ର ପ୍ରକୃତ ଆଭିମୁଖ୍ୟକୁ ପ୍ରତିଫଳିତ କରୁଛି।

Imageଏହି ଗସ୍ତ ଅବସରରେ କେନ୍ଦ୍ର ମନ୍ତ୍ରୀ ଏବଂ ଆନ୍ଧ୍ରପ୍ରଦେଶର ଆଇଟି ଓ ମାନବ ସମ୍ବଳ ବିକାଶ ମନ୍ତ୍ରୀ ଶ୍ରୀ ନାରା ଲୋକେଶ ‘ପିଏମ୍ ଶ୍ରୀ ଆନ୍ଧ୍ରପ୍ରଦେଶ ମଡେଲ ସ୍କୁଲ୍’ର କୋମଳମତି ଶିକ୍ଷାର୍ଥୀମାନଙ୍କ ସହ ଏକ ଭର୍ଚ୍ଚୁଆଲ୍ ସେସନ୍‌ରେ ଆଲୋଚନା କରିଥିଲେ । ଡିଜିଟାଲ୍ ଶିକ୍ଷା ମାଧ୍ୟମରେ ପିଲାମାନଙ୍କର ଆତ୍ମବିଶ୍ୱାସ ଏବଂ ବୈଷୟିକ ଜ୍ଞାନକୌଶଳର ବ୍ୟବହାରକୁ ଦେଖି ଶ୍ରୀ ପ୍ରଧାନ ଖୁସିପ୍ରକାଶ କରିଥିଲେ । ପ୍ରଯୁକ୍ତିବିଦ୍ୟା ବ୍ୟବହାର କରି ଶିକ୍ଷାକୁ ଅଧିକ ଆକର୍ଷଣୀୟ ଓ ସହଜଲବ୍ଧ କରାଯାଉଥିବାରୁ ଏହା ଆଗାମୀ ଦିନରେ ଏକ ଭବିଷ୍ୟତ-ଉପଯୋଗୀ ପିଢ଼ି ପ୍ରସ୍ତୁତ କରିବାରେ ସହାୟକ ହେବ ବୋଲି ସେ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି ।

ସମାବର୍ତ୍ତନ ସମାରୋହରେ ଆନ୍ଧ୍ରପ୍ରଦେଶର ରାଜ୍ୟପାଳ ଶ୍ରୀ ଏସ୍. ଅବଦୁଲ ନଜିର, ରାଜ୍ୟ ମାନବ ସମ୍ବଳ ବିକାଶ ମନ୍ତ୍ରୀ, ମହିଳା, ଶିଶୁ ଓ ଜନଜାତି କଲ୍ୟାଣ ମନ୍ତ୍ରୀ, ବିଶ୍ୱବିଦ୍ୟାଳୟର କୁଳାଧିପତି ଏବଂ କୁଳପତି ପ୍ରମୁଖ ଉପସ୍ଥିତ ଥିଲେ।
--

0
0
0
s2sdefault