-
ବଳକା ରହିଛି ୫୧ ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କା, ମନ୍ଦିର ଉନ୍ନତି ପାଇଁ ଖର୍ଚ୍ଚ ହେବ କୋଟି କୋଟି ଟଙ୍କା
-
ଯାତ୍ରା ସରିବାର ମାସକ ମଧ୍ୟରେ ଦାଖଲ ହେଲା ଭଞ୍ଜନଗର ଠାକୁରାଣୀ ଯାତ୍ରାର ଆୟବ୍ୟୟ ହିସାବ।
-
ଭଞ୍ଜନଗର ଓ କୁଲାଡ଼ ବ୍ୟାଘ୍ର ଦେବୀ ମନ୍ଦିରର ହେବ କାୟାକଳ୍ପ; ବିଧାୟକ ପ୍ରଦ୍ୟୁମ୍ନ ନାୟକଙ୍କ ବଡ଼ ଘୋଷଣା
-
ରାଜନୈତିକ ଏବଂ ପ୍ରଶାସନିକ ସ୍ୱଚ୍ଛତାର ଏକ ନୂଆ ଉଦାହରଣ! ଐତିହାସିକ ଠାକୁରାଣୀ ଯାତ୍ରା
ଭଞ୍ଜନଗର ରୁ ( ଉଦୟନାଥ ପଣ୍ଡା ) ଶାସକ ପ୍ରଶାସକ: : ୨୦୨୬ ଗଞ୍ଜାମ ଜିଲ୍ଲାର ପ୍ରସିଦ୍ଧ ଭଞ୍ଜନଗର ଐତିହାସିକ ଠାକୁରାଣୀ ଯାତ୍ରାର ଆୟବ୍ୟୟ ହିସାବ ଆଜି ବିଧିବଦ୍ଧ ଭାବେ ଠାକୁରାଣୀ ମନ୍ଦିର ବୈଠକରେ ଦାଖଲ ହୋଇଛି। ଚଳିତ ବର୍ଷ ମୋଟ ୧,୪୭,୨୯,୨୬୦ ଟଙ୍କା ଆଦାୟ ହୋଇଥିବା ବେଳେ ୧,୨୪,୬୬,୦୯୧ ଟଙ୍କା ଖର୍ଚ୍ଚ ହୋଇଛି। ପୂର୍ବ ବଳକାକୁ ମିଶାଇ ବର୍ତ୍ତମାନ ଯାତ୍ରା ଆକାଉଣ୍ଟରେ ୫୧,୭୩,୫୯ ଟଙ୍କା ଗଚ୍ଛିତ ଅଛି। ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକଙ୍କ ପ୍ରତିଶ୍ରୁତି ଅନୁଯାୟୀ, ଯାତ୍ରା ସରିବାର ମାତ୍ର ୧ ମାସ ୧୦ ଦିନ ମଧ୍ୟରେ ଏହି ସ୍ୱଚ୍ଛ ହିସାବ ପ୍ରଦାନ କରାଯାଇଛି, ଯାହା ପୂର୍ବରୁ ବର୍ଷ ବର୍ଷ ଲାଗିଯାଉଥିଲା। ଏଥିସହ ଭଞ୍ଜନଗର ଠାକୁରାଣୀ ମନ୍ଦିର ଓ କୁଲାଡ଼ ବ୍ୟାଘ୍ର ଦେବୀ ମନ୍ଦିରର ସର୍ବାଙ୍ଗୀନ ଉନ୍ନତି ପାଇଁ କୋଟି କୋଟି ଟଙ୍କା ବ୍ୟୟ କରାଯିବ ବୋଲି ଘୋଷଣା କରାଯାଇଛି। ଭଞ୍ଜନଗର ଐତିହାସିକ ଠାକୁରାଣୀ ଯାତ୍ରା ଶେଷ ହେବାର ୪୦ ଦିନରେ ଦାଖଲ ହେଲା ଆୟବ୍ୟୟ ହିସାବ। ମୋଟ ଆଦାୟ ୧.୪୭ କୋଟି, ବର୍ତ୍ତମାନ ପାଣ୍ଠିରେ ଗଚ୍ଛିତ ଅଛି ୫୧.୭୩ ଲକ୍ଷ ଟଙ୍କା। ମନ୍ଦିର ଉନ୍ନତିକରଣ ପାଇଁ ଖର୍ଚ୍ଚ ହେବ କୋଟି କୋଟି ଟଙ୍କା।
ଗଞ୍ଜାମ ଜିଲା ଭଞ୍ଜନଗର ଐତିହାସିକ ଠାକୁରାଣୀ ଯାତ୍ରାର ଆୟବ୍ୟୟ ହିସାବ ବୁଧବାର ଦାଖଲ ହୋଇଛି। ଏନେଇ ଭଞ୍ଜନଗର ଠାକୁରାଣୀ ମନ୍ଦିରରେ ଯାତ୍ରା କମିଟି କର୍ମକର୍ତ୍ତାଙ୍କ ସମେତ ବିଭିନ୍ନ ବିଭାଗର ଅଧିକାରୀଙ୍କୁ ନେଇ ବୈଠକ ବସିଥିଲା। ବୈଠକରେ ଯାତ୍ରା କମିଟି ସଭାପତି ରାଜେନ୍ଦ୍ର ବିଷୋୟୀ ଅଧ୍ୟକ୍ଷତା କରିଥିଲେ। ଏଥିରେ ଯାତ୍ରା କମିଟି ମୁଖ୍ୟ ଉପଦେଷ୍ଟା ତଥା ଭଞ୍ଜନଗର ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକ ଯୋଗଦେଇ ଯାତ୍ରା କମିଟିର ସମସ୍ତ କର୍ମକର୍ତ୍ତାଙ୍କୁ ଧନ୍ୟବାଦ ଜଣାଇଥିଲେ। ଏଥିସହ ଭଞ୍ଜନଗର ଠାକୁରାଣୀ ମନ୍ଦିର ଓ କୁଲାଡ଼ ବ୍ୟାଘ୍ର ଦେବୀ ମନ୍ଦିରର ଉନ୍ନତି ପାଇଁ କୋଟି କୋଟି ଟଙ୍କା ବ୍ୟୟ କରାଯିବ ବୋଲି କହିଥିଲେ। ଏନେଇ ଆବଶ୍ୟକ ପଦକ୍ଷେପ ନିଆଯାଇଛି। ଭଞ୍ଜନଗର ଉପଜିଲ୍ଲାପାଳ ଉମାଶଙ୍କର ବେହେରା ଯାତ୍ରାକୁ ସଫଳ କରିବାରେ ସମସ୍ତେ ସହଯୋଗ କରିଥିବା ଯୋଗୁଁ ଧନ୍ୟବାଦ ଜଣାଇଥିଲେ। ଏଥିସହ ମ୍ୟୁନିସିପାଲଟି ଅଧ୍ୟକ୍ଷ ଗୋପବନ୍ଧୁ ମହାପାତ୍ର, କାର୍ଯ୍ୟକାରୀ ସଭାପତି ବିଷ୍ଣୁ ପ୍ରସାଦ ପ୍ରଧାନ, ଉପସଭାପତି ମୂରଲୀଧର ପଣ୍ତା, ସମ୍ପାଦକ ସୁଶାନ୍ତ ମହାପାତ୍ର, ସୁଧୀର ରଞ୍ଜନ ବେହେରା ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରିଥିଲେ। ଚଳିତ ବର୍ଷ ଯାତ୍ରା ପାଇଁ ବିଭିନ୍ନ ଆଡୁ ୧ କୋଟି ୪୭ ଲକ୍ଷ ୨୯୨୬୦ ଟଙ୍କା ଆଦାୟ ହୋଇଥିଲା । ଖର୍ଚ୍ଚ ହୋଇଥିଲା ୧ କୋଟି ୨୪ ଲକ୍ଷ ୬୬ ହଜାର ୯୧ ଟଙ୍କା । ବଳକା ରହିଥିଲା ୨୩ ଲକ୍ଷ ୩୧ ହଜାର ୩୨୫ ଟଙ୍କା । ପୂର୍ବରୁ ୨୨ ଲକ୍ଷ ଟଙ୍କା ବଳକା ଥିଲା। ଆଜି ସୁଦ୍ଧା ମୋଟ ୫୧ ଲକ୍ଷ ୭୩ ହଜାର ୫୯୯ ଟଙ୍କା ଯାତ୍ରା ଆକାଉଣ୍ଟ ରେ ଗଚ୍ଛିତ ଅଛି। ଭଞ୍ଜନଗର ଯାତ୍ରା ଏପ୍ରିଲ ୨୬ରୁ ଆରମ୍ଭ ହୋଇ ମେ’ ୨୦ରେ ସରିଥିଲା। ଯାତ୍ରା ଆରମ୍ଭ ପୂର୍ବରୁ ଯାତ୍ରା କମିଟି ମୁଖ୍ୟ ଉପଦେଷ୍ଟା ତଥା ଭଞ୍ଜନଗର ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକ ଘୋଷଣା କରିଥିଲେ ଯେ, ଯାତ୍ରା ସରିବାର ଏକ ମାସ ମଧ୍ୟରେ ଯାତ୍ରାର ଆୟବ୍ୟୟ ହିସାବ ଦିଆଯିବ। ଏଥିସହ ଯାତ୍ରାକୁ ଆକର୍ଷଣୀୟ କରାଯିବ ବୋଲି ଘୋଷଣା କରିଥିଲେ। ଯାତ୍ରା ସରିବାର ୧ ମାସ ୧୦ ଦିନ ମଧ୍ୟରେ ଆଜି ହିସାବ ଦାଖଲ କରାଯାଇଥିଲା। ଯାହାକି ପ୍ରଶଂସନୀୟ ପଦକ୍ଷେପ। ପୂର୍ବରୁ ହିସାବ ଦାଖଲ ପାଇଁ ବର୍ଷ ବର୍ଷ ଧରି ଲାଗି ଯାଉଥିଲା। ଚଳିତ ବର୍ଷ ଏହି ସମସ୍ୟା ନାହିଁ।
ଆଜିର ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଗଞ୍ଜାମ ଜିଲା ସତନ୍ତ୍ର ଉନ୍ନୟନ ପରିଷଦ ଅଧକ୍ଷ ନୀଳମାଧବ ପାତ୍ର, ମେଡିକାଲ ଅଧୀକ୍ଷକ, ପୂର୍ତ୍ତ ବିଭାଗ ଅଧିକ୍ଷଣ ଯନ୍ତ୍ରୀ, ନିର୍ବାହୀ ଯନ୍ତ୍ରୀ ପ୍ରତାପ ଚନ୍ଦ୍ର ନାୟକ, ଜଳସମ୍ପଦ ବିଭାଗ ନିର୍ବାହୀ ଯନ୍ତ୍ରୀ ସନ୍ତୋଷ ପାତ୍ର, ଅତିରିକ୍ତ ଜିଲ୍ଲାପାଳ ପ୍ରଧାନ ଟୁଲିଆମା, ଅତିରିକ୍ତ ଉପଜିଲ୍ଲାପାଳ ରାମଚନ୍ଦ୍ର ମହାପାତ୍ର, ଏ ଏସ୍ ପି ରଞ୍ଜନ କୁମାର ଦେ, ଏସ ଡି ପି ଓ ଡ ଦୀପକ ମିଶ୍ର, ଭଞ୍ଜନଗର ପୈ। ରପରିଷଦ କାର୍ଯ୍ୟନିର୍ବାହୀ ଅଧିକାରୀ ମୁରଲୀ କୃଷ୍ଣ ପଣ୍ଡା ଯାତ୍ରା କମିଟି କର୍ମକର୍ତ୍ତା ସନ୍ତୋଷ ତିଆଡି ପ୍ରମୁଖ ଉପସ୍ଥିତ ଥିଲେ।







