ନବରଙ୍ଗପୁର : ,ନବରଙ୍ଗପୁର ଜିଲ୍ଲା ତେନ୍ତୁଳୀଖୁଣ୍ଟି ପୋଲିସ ବିଭାଗ ପକ୍ଷରୁ ଆଜି ତେନ୍ତୁଳୀଖୁଣ୍ଟି ଥାନା ପରିସରରେ 'ଆମ ପୋଲିସ' କାର୍ଯ୍ୟକ୍ରମ ଥାନା ଭାରପ୍ରାପ୍ତ ଅଧିକାରୀ ଶ୍ରୀ ପ୍ରଣବ କୁମାର ଟୁଡୁଙ୍କ ନେତୃତ୍ୱରେ ଅନୁଷ୍ଠିତ ହୋଇଥିଲା।
ଏହି କାର୍ଯ୍ୟକ୍ରମରେ ବିଭିନ୍ନ ପଞ୍ଚାୟତର ସରପଞ୍ଚ, ୱାର୍ଡ ସଦସ୍ୟ, ମହିଳା ପ୍ରତିନିଧି, ଯୁବଗୋଷ୍ଠୀ ଏବଂ ସ୍ଥାନୀୟ ଜନସାଧାରଣ ଯୋଗଦେଇଥିଲେ।
ବୈଠକରେ ପୋଲିସ ଓ ଜନସାଧାରଣଙ୍କ ମଧ୍ୟରେ ଉତ୍ତମ ବୁଝାମଣା ସୃଷ୍ଟି, ନିଶା ନିବାରଣ, ସଡ଼କ ସୁରକ୍ଷା ଓ ଦୁର୍ଘଟଣା ରୋକିବା ସହ ବିଭିନ୍ନ ସାମାଜିକ ଓ ଆଇନ-ଶୃଙ୍ଖଳା ସମ୍ବନ୍ଧୀୟ ବିଷୟ ଉପରେ ଆଲୋଚନା କରାଯାଇଥିଲା। ଶେଷରେ ସମସ୍ତେ ମିଳିତ ଭାବେ ସଚେତନତା ଏବଂ ସାମାଜିକ ଦାୟିତ୍ୱ ପାଳନ ପାଇଁ ଶପଥ ଗ୍ରହଣ କରିଥିଲେ।
ଏହି କାର୍ଯ୍ୟକ୍ରମରେ ଏସ୍ଆଇ ଭରତ ମାଝୀ, ମୋହିଶ୍ୱର କିରସାଣିଙ୍କ ସମେତ ତେନ୍ତୁଳୀଖୁଣ୍ଟି ଥାନାର ଅନ୍ୟାନ୍ୟ ପୋଲିସ,ବୁଦ୍ଧିଜୀବି, ଜନସାଧାରଣ ଓ ଗଣମାଧ୍ୟମ ପ୍ରତିନିଧି ଉପସ୍ଥିତ ଥିଲେ
ରାଜ୍ୟ
ତେନ୍ତୁଳୀଖୁଣ୍ଟି ଥାନାରେ 'ଆମ ପୋଲିସ' କାର୍ଯ୍ୟକ୍ରମ ଅନୁଷ୍ଠିତ
- Hits: 14







