ସମ୍ବଲପୁର(ରମାକାନ୍ତ ବିଶ୍ବାଳ): ବିଶିଷ୍ଟ ସ୍ଵାଧୀନତା ସଂଗ୍ରାମୀ ଦେବାନନ୍ଦ ଗୁପ୍ତାଙ୍କ ବିୟୋଗରେ ବହୁ ବିଶିଷ୍ଟ ବ୍ୟକ୍ତି ଶୋକଵ୍ୟକ୍ତ କରିଛନ୍ତି | ରାଜ୍ୟ ଗ୍ରାମ୍ୟ ଉନ୍ନୟନ ଓ ଶ୍ରମ ମନ୍ତ୍ରୀ ସୁଶାନ୍ତ ସିଂ ସ୍ୱାଧୀନତା ସଂଗ୍ରାମୀ ଶ୍ରୀ ଗୁପ୍ତାଙ୍କ ବିୟୋଗରେ ଗଭୀର ଶୋକାଵ୍ୟକ୍ତ କରି କହିଛନ୍ତି ଯେ " ରେଙ୍ଗାଲି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ମାନେଶ୍ଵର ବ୍ଲକ ନୂଆତିହୁରା ପଂଚାୟତର କଲମୀ ଗ୍ରାମର ସ୍ୱାଧୀନତା ସଂଗ୍ରାମୀ ଶ୍ରୀ ଦେବାନନ୍ଦ ଗୁପ୍ତାଙ୍କ ଦେହତ୍ୟାଗ ଖବର ପାଇ ମୁଁ ଅତ୍ୟନ୍ତ ମର୍ମାହତ । ତାଙ୍କର ଅମର ଆତ୍ମାର ସଦଗତି ନିମନ୍ତେ ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା କରୁଛି ଓ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛି ।"
ସେହିପରି ପୂର୍ବତନ ବିଧାୟିକା ତଥା ବିଜେଡି ମୁଖପାତ୍ର ଡ଼ା. ରାସେଶ୍ୱରୀ ପାଣିଗ୍ରାହୀ ମଧ୍ୟ ଗଭୀର ଶୋକ ପ୍ରକାଶ କରିଛନ୍ତି। ଡ଼ା, ପାଣିଗ୍ରାହୀ ଶୋକବାର୍ତ୍ତାରେ ପ୍ରକାଶ କରିଛନ୍ତି ଯେ, ଭାରତ ମାଟିର ରକ୍ଷା ଓ ସ୍ୱାଧୀନତା ପାଇଁ ସ୍ବର୍ଗତ ଗୁପ୍ତା ବ୍ରିଟିଶ ସରକାରଙ୍କ ବିରୋଧରେ ଲଢେଇ କରି ଜେଲ ଯାଇଥିଲେ ଦେଶ ଓ ଜାତି ପାଇଁ ତାଙ୍କର ଅବଦାନ ଅତୁଳନୀୟ I ସ୍ବର୍ଗତ ଗୁପ୍ତାଙ୍କ ଅମର ଆତ୍ମାର ସଦଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାର ବର୍ଗକୁ ଭଗବାନ ସହାୟ ହୁଅନ୍ତୁ ବୋଲି ମା' ସମଲେଶ୍ବରୀଙ୍କ ଠାରେ ଡ଼ା.ପାଣିଗ୍ରାହୀ ପ୍ରାର୍ଥନ କରିଛନ୍ତି I ସେହିପରି ବିଜୁ ଜନତା ଦଳ ସମ୍ବଲପୁର ଜ଼ିଲ୍ଲା ସଭାପତି ଇଂ.ସିଦ୍ଧାର୍ଥ ଦାସ ଗଭୀର ଶୋକ ପ୍ରକାଶ କରିଛନ୍ତି I ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ଦେବାନନ୍ଦ ଗୁପ୍ତା ଙ୍କ ଦେହାନ୍ତ ବିଷୟରେ ଜାଣି ମୁଁ ଦୁଃଖିତ। ମାତ୍ର ୧୬ ବର୍ଷ ବୟସରୁ ଦେଶ ପ୍ରେମରେ ଉଦ ବୃଦ୍ଧ ହୋଇ ୧୯୪୨ ମସିହାରେ ଭାରତ ଛାଡ଼ ଆନ୍ଦୋଳନରେ ଯୋଗ ଦେଇ ସାଥିମାନଙ୍କ ସହିତ ଇଂରେଜ ସରକାର ଦ୍ୱାରା ଗିରଫ ହୋଇ ବର୍ଷେ ପର୍ଯ୍ୟନ୍ତ ସଶ୍ରମ କାରାବରଣ କରିବା ସହିତ ଅର୍ଥ ଦଣ୍ଡରେ ମଧ୍ୟ ଦଣ୍ଡିତ ହୋଇ ଥିବା ଏହି ବିଶିଷ୍ଟ ମହାନ ଗାନ୍ଧିବାଦୀ ସ୍ୱାଧୀନତା ସଂଗ୍ରାମୀ ଦେବାନନ୍ଦ ଗୁପ୍ତା ସର୍ବଦା ସ୍ମରଣୀୟ ହୋଇ ରହିବେ ବୋଲି ଶ୍ରୀ ଦାସ ପ୍ରକାଶ କରିଛନ୍ତି I ସମ୍ବଲପୁର ଓ ଦେବଗଡ଼ ଜିଲ୍ଲାର ଦଳୀୟ ପର୍ଯ୍ୟବେକ୍ଷକ ଇଂ,ନଳିନୀକାନ୍ତ ପ୍ରଧାନ ମଧ୍ୟ ଶୋକ ପ୍ରକାଶ କରିଛନ୍ତି I ସ୍ଵାଧୀନତା ସଂଗ୍ରାମୀ ଦେବାନନ୍ଦ ଗୁପ୍ତାଙ୍କ ବିୟୋଗରେ ଅପୂରଣୀୟ କ୍ଷତି ଘଟିଛି। ଅମର ଆତ୍ମାର ସଦଗତି କାମନ ପାଇଁ ଭଗବାନଙ୍କ ନିକଟରେ ପ୍ରାର୍ଥନା କରିଛନ୍ତି I ବିଜେଡି ରାଜ୍ୟ ଯୁବ ସାଧାରଣ ସମ୍ପାଦକ ହୀରାଲାଲ ବେହେରା ଶୋକ ବାର୍ତ୍ତାରେ ପ୍ରକାଶ କରିଛନ୍ତି ଯେ, ସମ୍ବଲପୁର ଜିଲାର ଦେବାନନ୍ଦ ଗୁପ୍ତା ଜଣେ ଟାଣୁଆ ସ୍ୱାଧୀନତା ସଂଗ୍ରାମୀ ଥିଲେ, ଭାରତ ମାଟିର ସୁରକ୍ଷା ପାଇଁ ଇଂରେଜ ବିରୋଧରେ ଅହରହ ଲଢେଇ କରୀଥିଲେ I ତାଙ୍କ ଅମର ଆତ୍ମାର ସଦଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାର ବର୍ଗଙ୍କୁ ଭଗବାନ ସହାୟ ହୁଅନ୍ତୁ ବୋଲି ଶ୍ରୀ ବେହେରା ପ୍ରକାଶ କରିଛନ୍ତି I ଯୁବ ବିଜେଡି ଜ଼ିଲ୍ଲା ସଭାପତି ଲଷ୍ମୀ ପ୍ରସାଦ ମହାପାତ୍ର ମଧ୍ୟ ଶୋକ ପ୍ରକାଶ କରିବା ସହିତ ତାଙ୍କ ଅମର ଆତ୍ମାର ସଦଗତି କାମନା କରିଛନ୍ତି I