ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଭାରତୀୟ ଜନତା ପାର୍ଟିର ରାଜ୍ୟ ଯୁବ ମୋର୍ଚ୍ଚା ସଭାପତି ଅଭିଳାଷ ପଣ୍ଡା ଓ ଗଜପତି ଜିଲ୍ଲା ସଭାପତି ନବ କିଶୋର ଶବର ତଥା ରାଜ୍ୟ ଉପ ସଭାପତି ତଥା ପୂର୍ବତନ ବିଧାୟକ କେ.ନାରାୟଣ ରାଓ ଅନୁମୋଦନ କ୍ରମେ ଗଜପତି ଜିଲ୍ଲାର ଯୁବମୋର୍ଚ୍ଚା ନୁଆ କାର୍ଯ୍ୟକର୍ତ୍ତା ମାନଙ୍କୁ ମୋନୋନିତ କରାଯାଇଛି। ମୋର୍ଚ୍ଚାର ଜିଲ୍ଲା ସଭାପତି ଭାବେ ମୋହନା ନିର୍ବାଚନ ମଣ୍ଡଳୀର ସତ୍ୟଜିତ ବିଷୋୟୀ , ଉପ ସଭାପତି ଭାବେ ନରେଶ ପାଲକା , ପିନିଣ୍ଟୀ ମୋହନ , ରମେଶ ମାଝୀ ସେହିପରି ସାଧାରଣ ସମ୍ପାଦକ ଭାବରେ କେ. ବିଜୟ କୁମାର ଓ ବାୟାଧର ବଡକୁମାର , ସମ୍ପାଦକ ଭାବରେ ଯୁଗୋଳ କିଶୋର ଚୌଧୁରୀ , ସୀଙ୍ଗିପୁରମ୍ ଚୈତନ୍ୟ , ସୁଧାଂଶୁ ଶେଖର ଦୀକ୍ଷିତ , କାର୍ଯ୍ୟାଳୟ ସମ୍ପାଦକ ଭାବରେ କୁଦିଙ୍ଗି ଶ୍ରୀକାନ୍ତ , କୋଷାଧକ୍ଷ ଭାବେ ପ୍ରଦୀପ ବିଷୋୟୀ ଓ ସାମାଜିକ ଗଣମାଧ୍ୟମ ସଂଯୋଜକ ଭାବେ ରାଉତୁ ଭାର୍ଗବ ମୋନୋନୀତ ହୋଇଥିବା ବେଳେ କାର୍ଯ୍ୟକାରିଣୀ ସଦସ୍ୟ ଭାବରେ ମିଥୁନ ପରିଛା , କାମେଶ୍ୱର ପାଇକ , ତନୁଷ ରାଓ , ଜିତେନ୍ଦ୍ର ପ୍ରଧାନ , ରାଜେଶ ରଥ , ଜତଶଙ୍କର ପଟ୍ଟନାୟକ , କେଭାଡ଼ା ନାନୀ , ଶିବ ପ୍ରସାଦ ମହାପାତ୍ର , ହରିକୃଷ୍ଣ ପ୍ରଧାନ , ସିର୍ଲା ଘସିଆ , ଭୋଳାନାଥ ପାତ୍ର , ପାଇକଙ୍କ ସମେତ ୧୨ ଜଣଙ୍କୁ ମୋନୋନୀତ କରାଯାଇଛି।
ଜିଲ୍ଲା ର ସବୁ ବ୍ଲକ୍ ରୁ ଯୁବ ନେତୃତ୍ଵ ମାନଙ୍କୁ ନେଇ ଏହି ମୋର୍ଚ୍ଚା ସମ୍ପୂର୍ଣ୍ଣ କରାଯାଇଥିବା ଯୋଗୁଁ ଆଗାମୀ ଦିନରେ ଦଳ ଭଲ ପ୍ରଦର୍ଶନ କରିପାରିବ ବୋଲି ମତ ପ୍ରକାଶ ପାଇଛି। ସେହିପରି ନୂତନ ମୋନୋନୀତ ସବୁ ଯୁବ କର୍ମକର୍ତ୍ତା ମାନଙ୍କୁ ରାଜ୍ୟ ଉପ ସଭାପତି ତଥା ପୂର୍ବତନ ବିଧାୟକ କେ.ନାରାୟଣ ରାଓ ଓ ମୋହନା ନିର୍ବାଚନ ମଣ୍ଡଳୀର ପ୍ରାର୍ଥୀ ପ୍ରଶାନ୍ତ ମଲିକଙ୍କ ସମେତ ଦଳର ବହୁ ବରିଷ୍ଠ ନେତା ଶୁଭେଛା ଜଣାଇଛନ୍ତି।
ରାଜ୍ୟ
ଗଜପତି ଭାରତୀୟ ଜନତା ଯୁବମୋର୍ଚ୍ଚା ନୂଆ ଟିମ୍ ଘୋଷିତ
- Hits: 13







