ହେଡଲାଇନସ୍:

ଗ୍ରାମ ପଞ୍ଚାୟତ ଉନ୍ନୟନ ଅଧିକାରୀ ଶ୍ରୀ ଲକ୍ଷ୍ମୀକାନ୍ତ ସାହୁଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା କାଶୀନଗର ବ୍ଲକ ସଭାଗୃହରେ ସ୍ଥାନୀୟ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀ ଡମ୍ବରୁଧର ମଲ୍ଲିକଙ୍କ ଅଧ୍ୟକ୍ଷତାରେ ଗ୍ରାମ ପଞ୍ଚାୟତ ଉନ୍ନୟନ ଅଧିକାରୀ ଶ୍ରୀ ଲକ୍ଷ୍ମୀକାନ୍ତ ସାହୁଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି।
ଏହି କାର୍ଯ୍ୟକ୍ରମରେ ଅତିଥି ଭାବେ ସହକାରୀ ନିର୍ବାହୀ ଯନ୍ତ୍ରୀ ଶ୍ରୀ ରଜତ କୁମାର ପାଢ଼ୀ , ସେକ୍ସନ ଅଫିସର ଶ୍ରୀ ସୁଦାମ କାର୍ଯୀ , ବ୍ଳକ ବିତ୍ତିୟ ଅଧିକାରୀ ଶ୍ରୀ କୈଳାସ ଚନ୍ଦ୍ର ବେହେରା ପ୍ରମୁଖ ମଞ୍ଚାସୀନ ଥିଲେ। ଦୀର୍ଘ ବର୍ଷର ସଫଳ ଓ ନିଷ୍ଠାପୂର୍ଣ୍ଣ ସରକାରୀ ସେବା ପରେ ଅବସର ଗ୍ରହଣ କରିଥିବା ଗ୍ରାମ ପଞ୍ଚାୟତ ଉନ୍ନୟନ ଅଧିକାରୀ ଶ୍ରୀ ଲକ୍ଷ୍ମୀକାନ୍ତ ସାହୁଙ୍କୁ ଏକ ସ୍ୱତନ୍ତ୍ର ସମାରୋହରେ ଭାବବିହ୍ୱଳ ପରିବେଶ ମଧ୍ୟରେ ଅବସରକାଳୀନ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା।
ଏହି ଅବସରରେ ଉପସ୍ଥିତ ଅତିଥି ଓ ସହକର୍ମୀମାନେ ତାଙ୍କର କର୍ମନିଷ୍ଠା , ସଚ୍ଚୋଟତା ଓ ଜନସେବା ପ୍ରତି ଅବଦାନକୁ ଉଚ୍ଚ ପ୍ରଶଂସା କରିବା ସହିତ ଅବସର ପରବର୍ତ୍ତୀ ଜୀବନ ସୁସ୍ଥ , ସୁଖମୟ ଓ ମଙ୍ଗଳମୟ ହେଉ ବୋଲି ଶୁଭେଚ୍ଛା ଜଣାଇଥିଲେ। ସମସ୍ତ କାର୍ଯ୍ୟକ୍ରମକୁ ପଞ୍ଚାୟତ ନୀର୍ବାହୀ ଅଧିକାରୀ ଶ୍ରୀ ସନ୍ତୋଷ କୁମାର ବାହାଦୁର ପରିଚାଳନା କରିଥିଲେ।

0
0
0
s2sdefault