ବେଲଗୁଣ୍ଠା,୦୧/୦୭-(ଶିବରାମ ଚୌଧୁରୀ )-, ଆଜି ସମଗ୍ର ଓଡ଼ିଶାରେ ନିଶାମୁକ୍ତ ଓଡ଼ିଶା ଅଭିଯାନ ଶୀର୍ଷକରେ ଆମ ପୋଲିସ୍ ସମିତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଗାଙ୍ଗପୁର ଥାନାରେ ମଧ୍ୟ ଆମ ପୋଲିସ୍ ସମିତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଗାଙ୍ଗପୁର ଥାନା ଅଧିକାରୀ ବନ ବିହାରୀ ପ୍ରଧାନଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ବୈଠକରେ ଏସ୍ଆଇ ବିନାୟକ ବିଧାର, ଏଏସ୍ଆଇ ୱାଇ ବି ନାଇଡୁ,ସୁରେଶ ନାୟକ, ହାବିଲଦାର ଗୋବର୍ଦ୍ଧନ ଗୌଡ଼ ପ୍ରମୁଖ ମଞ୍ଚାସୀନ ରହି ଯୁବ ପିଢ଼ି ସମ୍ପୂର୍ଣ୍ଣ ରୂପେ ନିଶା ସେବନ ଏବଂ ନିଶା କାରବାର ଠାରୁ ଦୂରେଇ ରହିବା ପାଇଁ ପରାମର୍ଶ ଦେଇଥିଲେ। ଏହି କାର୍ଯ୍ୟକ୍ରମ ଅବସରରେ ପୋଲିସ୍ ମହା ନିର୍ଦ୍ଦେଶକ ମଧ୍ୟ ଭିଡିଓ କନ୍ଫେରେସିଂ ମାଧ୍ୟମରେ ନିଶା ସେବନ ଏବଂ କାରବାରକୁ ନା କରିବା ପାଇଁ ପ୍ରବର୍ତ୍ତାଇଥିଲେ। ଏହା ସହ ବିଭିନ୍ନ ସ୍ଥାନରେ ଜବତ ହୋଇ ଗଚ୍ଛିତ ହୋଇ ରହିଥିବା ମାଦକ ଦ୍ରବ୍ୟ ଗୁଡ଼ିକୁ ଆଇନର ପରିସର ମଧ୍ୟରେ ତୁରନ୍ତ ନଷ୍ଟ କରିବା ଉପରେ ମଧ୍ୟ ଆଲୋଚନା କରିଥିଲେ। ଏହି ଅବସରରେ ବୈଠକରେ ତମାଖୁ ବର୍ଜ୍ଜନ ପାଇଁ ଶପଥ ପାଠ ଅନୁଷ୍ଠିତ ହୋଇଥିଲା। କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ବେଲଗୁଣ୍ଠା ପ୍ରେସକ୍ଲବ ଉପଦେଷ୍ଟା ସନ୍ତୋଷ କୁମାର ବିଷୋୟୀ,କେ ପ୍ରକାଶ ରାଓ,ଦିଲ୍ଲୀପ ସ୍ୱାଇଁ, ଜଗନ୍ନାଥ ବିଷୋୟୀ,ପଞ୍ଚାନନ ସାହୁ,ଯୋଗିନ୍ଦ୍ର ବିଷୋୟୀଙ୍କ ସମେତ ଆମ ପୋଲିସ୍ ସମିତିର ସମସ୍ତ ସଦସ୍ୟ ସଦସ୍ୟା ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମରେ ଗାଙ୍ଗପୁର ଥାନାର ସମସ୍ତ ପୋଲିସ୍ କର୍ମଚାରୀ ସହଯୋଗ କରିଥିଲେ।
ରାଜ୍ୟ
ଗାଙ୍ଗପୁର ଆମ ପୋଲିସ୍ ସମିତି ବୈଠକ, ନିଶା ମୁକ୍ର ଓଡ଼ିଶା ଅଭିଯାନ ଉପରେ ଗୁରୁତ୍ବ
- Hits: 11







