ହେଡଲାଇନସ୍:

ବସ୍ତା ପୋଲିସର ଆଉ ଏକ ବଡ଼ ସଫଳତା: ୨୫ ଗ୍ରାମ ବ୍ରାଉନସୁଗାର ଜବତ,୨ ଅଭିଯୁକ୍ତ ଗିରଫ।

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ବସ୍ତା ୧/୭():ବାଲେଶ୍ୱର ଜିଲ୍ଲା ବସ୍ତା ପୋଲିସକୁ ନିଶା କାରବାର ବିରୋଧୀ ଅଭିଯାନରେ ପୁଣି ଥରେ ବଡ଼ ସଫଳତା ମିଳିଛି। ଅମର୍ଦାରୋଡ ଫାଣ୍ଡି ଅଧିକାରୀ ବିଜୟ କୁମାର ବାରିକଙ୍କ ନେତୃତ୍ୱରେ ଚାଲିଥିବା ସ୍ୱତନ୍ତ୍ର ଚଢ଼ାଉ ବେଳେ ବସ୍ତା ଥାନା ଅନ୍ତର୍ଗତ ନଳବାହାର ନିକଟରେ ଦୁଇ ଜଣ ନିଶା କାରବାରୀଙ୍କୁ କାବୁ କରାଯାଇଛି।ପୋଲିସ ସୂଚନା ଅନୁଯାୟୀ,ଅଭିଯୁକ୍ତମାନେ ଜଳେଶ୍ୱରରୁ କେନ୍ଦ୍ରାପଡ଼ା ଅଭିମୁଖେ ବ୍ରାଉନସୁଗାର ନେଇ ଯାଉ ଥିବା ବେଳେ ଗୁପ୍ତ ସୂଚନା ଆଧାରରେ ନଳବାହାର ଠାରେ ଯାଞ୍ଚ କରାଯାଇଥିଲା। ଯାଞ୍ଚ ସମୟରେ ସେମାନଙ୍କ ନିକଟରୁ ୨୫ ଗ୍ରାମ ବ୍ରାଉନସୁଗାର,ନଗଦ ୬ ହଜାର ଟଙ୍କା ଓ ଦୁଇଟି ମୋବାଇଲ ଫୋନ ଜବତ କରାଯାଇଛି।ଘଟଣାରେ ଦୁଇ ଜଣଙ୍କୁ ଅଟକ ରଖି ପଚରାଉଚରା କରାଯାଉଛି।ଦୁଇ ଜଣ ହେଲେ କେନ୍ଦ୍ରାପଡା ଟାଉନ ଥାନା ଅର୍ନ୍ତଗତ ବଳରାମପୁର ଗ୍ରାମର ରମେଶ ଚନ୍ଦ୍ର ବେହେରାଙ୍କ ପୁଆକ ମାଳାକାନ୍ତ ବେହେରା(୨୬) ଓ କେନ୍ଦ୍ରାପଡା ଥାନା ପ୍ରକାଶ ଚନ୍ଦ୍ର ମହାପାତ୍ରଙ୍କ ପୁଅ ଜୟପ୍ରକାଶ ମହାପାତ୍ର(୨୪) ପୋଲିସ ସୂତ୍ରରୁ ପ୍ରକାଶ।ତେବେ ବ୍ରାଉନସୁଗାର କେଉଁଠାରୁ ଆଣା ଯାଇଥିଲା ଏବଂ କେଉଁଠାକୁ ଚାଲାଣ ହେବାକୁ ଥିଲା,ସେନେଇ ପୋଲିସ ତଦନ୍ତ ଜାରି ରଖିଛି। ଏହି ଚଢ଼ାଉ ପଛରେ ଆଉ କିଛି ନିଶା କାରବାରୀଙ୍କ ସମ୍ପୃକ୍ତି ଥିବା ସନ୍ଦେହ କରାଯାଉଛି।ନିଶା କାରବାରକୁ ରୋକିବା ପାଇଁ ବସ୍ତା ପୋଲିସ ପକ୍ଷରୁ ଲଗାତାର ସ୍ୱତନ୍ତ୍ର ଅଭିଯାନ ଚାଲିଥିବା ବେଳେ ଏହି ସଫଳତାକୁ ଏକ ଗୁରୁତ୍ୱପୂର୍ଣ୍ଣ ସଫଳତା ଭାବେ ଦେଖାଯାଉଛି। ସମ୍ପୂର୍ଣ୍ଣ ଘଟଣାରେ ଏନଡିପିଏସ ଆଇନ ଅନୁଯାୟୀ ୩୫୦/୨୬ ମାମଲା ରୁଜୁ କରାଯାଇ ଅଧିକ ତଦନ୍ତ କରାଯାଉଛି।

0
0
0
s2sdefault