ପାରାଦ୍ବୀପ, ୧ ଜୁଲାଇ ୨୦୨୬: ଭାରତ ସରକାରଙ୍କ ପଲ୍ସ ପୋଲିଓ ଅଭିଯାନକୁ ସହଯୋଗ କରି ଏଏମ୍/ଏନ୍ଏସ୍ ପୋର୍ଟସ୍ ଭାରତ ସରକାରଙ୍କ ପଲ୍ସ ପୋଲିଓ ଅଭିଯାନକୁ ସହଯୋଗ କରି ପାରାଦ୍ଵୀପର ପ୍ରତ୍ୟେକ ଲୋକଙ୍କ ପାଖରେ ଜୀବନରକ୍ଷାକାରୀ ପୋଲିଓ ଟିକା ପହଞ୍ଚିବା ସୁନିଶ୍ଚିତ କରିବା ସହ ଜନସ୍ୱାସ୍ଥ୍ୟ ପ୍ରତି ନିଜର ଦୃଢ଼ ପ୍ରତିବଦ୍ଧତାକୁ ପୁନର୍ବ୍ୟକ୍ତ କରିଛି। ୨୮ ରୁ ୩୦ ଜୁନ୍ ୨୦୨୬ ପର୍ଯ୍ୟନ୍ତ ଆୟୋଜିତ ଏହି ଅଭିଯାନ ବିଜୁ ମେମୋରିଆଲ୍ ହସ୍ପିଟାଲ୍ର ସହଯୋଗରେ ପରିଚାଳିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ଏଏମ୍/ଏନ୍ଏସ୍ ପୋର୍ଟସ୍ ସଚେତନତା କାର୍ଯ୍ୟକ୍ରମର ଆୟୋଜନ କରାଯିବା ସହ ଟିକାକରଣ କେନ୍ଦ୍ରଗୁଡ଼ିକୁ ଭ୍ୟାକ୍ସିନ୍ କ୍ୟାରିୟର୍ ଯୋଗାଇବା ସହ ସମଗ୍ର କାର୍ଯ୍ୟକ୍ରମର ତଦାରଖ କରିଥିଲା।
ଏହି ଅଭିଯାନ ଅବଧି ମଧ୍ୟରେ, ୧୯ଟି ଅତ୍ୟନ୍ତ ସମ୍ବେଦନଶୀଳ ସ୍ଥାନରେ ପାଞ୍ଚ ବର୍ଷରୁ କମ୍ ବୟସର ସମୁଦାୟ ୬,୫୫୧ ଜଣ ଶିଶୁଙ୍କୁ ପୋଲିଓ ବୁନ୍ଦା ପ୍ରଦାନ କରାଯାଇଛି। ଏହି ଅଭିଯାନ ଅନ୍ତର୍ଗତ ହସ୍ପିଟାଲ, ଶିଳ୍ପାଞ୍ଚଳ, ମତ୍ସ୍ୟଜୀବୀ ବସ୍ତି, ସ୍ଲମ୍ ଅଞ୍ଚଳ, ଅଙ୍ଗନବାଡ଼ି କେନ୍ଦ୍ର ଏବଂ ବସ୍ ଟର୍ମିନାଲ୍ ଓ ରେଳ ଷ୍ଟେସନ୍ ଭଳି ଜନଗହଳିପୂର୍ଣ୍ଣ ଗମନାଗମନ ସ୍ଥଳଗୁଡ଼ିକୁ ସାମିଲ କରାଯାଇଥିଲା। ଏହି ଟୀକାକରଣ କାର୍ଯ୍ୟକ୍ରମ ଏକ ସୁଚିନ୍ତିତ ତିନି ଦିନିଆ ଯୋଜନା ଅନୁଯାୟୀ ପରିଚାଳିତ ହୋଇଥିଲା, ଯେଉଁଥିରେ ପ୍ରଥମ ଦିନ ବୁଥ୍ ଜରିଆରେ, ଦ୍ୱିତୀୟ ଦିନ ଘରକୁ ଘର ବୁଲି ଏବଂ ଶେଷ ଦିନରେ ପ୍ରତ୍ୟେକ ପରିବାର ପାଖରେ ପହଞ୍ଚିବା ନିଶ୍ଚିତ କରିବା ପାଇଁ ଚୂଡ଼ାନ୍ତ ତଦାରଖ କରାଯାଇଥିଲା।
ପାରାଦୀପର ବିଜୟଚନ୍ଦ୍ରପୁର, ଶଣ୍ଢକୁଦ, ନେହେରୁ ବଙ୍ଗଳା, ଅଠରବାଙ୍କି, ପାରାଦ୍ଵୀପ ସମୁଦ୍ର ବେଳାଭୂମି ଏବଂ ବଜାର ଅଞ୍ଚଳ ଭଳି ବିଭିନ୍ନ ବସ୍ତି ଅଞ୍ଚଳରେ ସହାୟକ ନର୍ସ ମିଡୱାଇଫ୍ (ଏଏନ୍ଏମ୍), ଅଙ୍ଗନବାଡ଼ି କର୍ମୀ, ଆଶା ସ୍ଵେଚ୍ଛାସେବୀ ଓ ସାମାଜିକ ସଂଗଠନଗୁଡ଼ିକ ସହିତ ଏଏମ୍/ଏନ୍ଏସ୍ ପୋର୍ଟସ୍ର ସିଏସଆର ଟିମ୍ ନିରନ୍ତର ପରିଶ୍ରମ କରି ଏହି ଅଭିଯାନକୁ ସଫଳ କରିଥିଲେ। ଏହି ପ୍ରୟାସକୁ ଆହୁରି ସୁଦୃଢ଼ କରିବା ପାଇଁ ଏଏମ୍/ଏନ୍ଏସ୍ ପୋର୍ଟସ୍ ପକ୍ଷରୁ କମ୍ପାନୀର କନଭେୟର ବେଲ୍ଟ ଲାଇନ୍ ଅଞ୍ଚଳ ଅନ୍ତର୍ଗତ ଲକପଡ଼ା ଟ୍ରାନ୍ଜିଟ୍ ପଏଣ୍ଟରେ ଏକ ସଚେତନତା କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ପାରାଦ୍ଵୀପ ପୌରପାଳିକାର ଉପାଧ୍ୟକ୍ଷା ଶ୍ରୀମତୀ ଛବିଲତା ରାଉତଙ୍କ ସମେତ ଏଏମ୍/ଏନ୍ଏସ୍ ଇଣ୍ଡିଆର ଅଧିକାରୀମାନେ ଏବଂ ସ୍ଥାନୀୟ ଜନସାଧାରଣ ଉପସ୍ଥିତ ଥିଲେ। କନଭେୟର ବେଲ୍ଟ ଲାଇନ୍ ସଂଲଗ୍ନ ଅଞ୍ଚଳରେ ବସବାସ କରୁଥିବା ଲୋକଙ୍କୁ ପଲ୍ସ ପୋଲିଓ ଟିକାକରଣର ଗୁରୁତ୍ୱ ସମ୍ପର୍କରେ ସଚେତନ କରାଯାଇଥିଲା ଯାହା ଅଭିଯାନର ପରିସର ଓ ପ୍ରଭାବକୁ ଆହୁରି ବ୍ୟାପକ ଓ ସୁଦୃଢ଼ କରିଥିଲା।
ଜଗତସିଂହପୁରର ଅତିରିକ୍ତ ଜିଲ୍ଲା ଚିକିତ୍ସା ଅଧିକାରୀ (ଏଡିଏମ୍ଓ) ଡା. ବସନ୍ତ କୁମାର ବାରିକ ଏବଂ ପାରାଦ୍ଵୀପ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର (ସିଏଚ୍ସି)ର ଆୟୁଷ ଚିକିତ୍ସକ ଡା. ଆସିଫ୍ ଇକବାଲ୍ଙ୍କ ସହ ହସ୍ପିଟାଲର କର୍ମଚାରୀ ଓ ସ୍ୱେଚ୍ଛାସେବୀମାନେ ମିଳିତ ଭାବେ ସମଗ୍ର ପଲ୍ସ ପୋଲିଓ ଅଭିଯାନର ତଦାରଖ କରିଥିଲେ। ସେମାନଙ୍କର ସମନ୍ୱିତ ପ୍ରୟାସ ଫଳରେ ପାରାଦ୍ଵୀପର ପ୍ରତ୍ୟେକ ଶିଶୁ ପୋଲିଓ ଟିକାକରଣର ସୁରକ୍ଷା କବଚ ପ୍ରଦାନ କରିବା ସୁନିଶ୍ଚିତ କରିଥିଲା।
ଏହି ପଦକ୍ଷେପ ସମୁଦାୟର ସ୍ୱାସ୍ଥ୍ୟ ରକ୍ଷା କରିବା ଏବଂ ଏକ ପୋଲିଓ ମୁକ୍ତ ଭବିଷ୍ୟତ ପାଇଁ ସରକାରୀ ଓ ସ୍ଥାନୀୟ ଅନୁଷ୍ଠାନଗୁଡ଼ିକ ସହ ଭାଗିଦାରୀକୁ ସୁଦୃଢ଼ କରିବା ଦିଗରେ ଏଏମ୍/ଏନ୍ଏସ୍ ପୋର୍ଟସ୍ ପ୍ରତିବଦ୍ଧତାକୁ ପୁନର୍ବାର ପ୍ରମାଣିତ କରିଛି।
ରାଜ୍ୟ
ଏଏମ୍/ଏନ୍ଏସ୍ ପୋର୍ଟସ୍ ପକ୍ଷରୁ ପାରାଦ୍ଵୀପରେ ପଲ୍ସ ପୋଲିଓ ଅଭିଯାନ
- Hits: 55







