ମାଲକାନଗିରି ରୁ ସୁରେନ୍ଦ୍ର କୁମାର ବେମାଳ: ମାଲକାନଗିରି ମହାବିଦ୍ୟାଳୟର ସଭା ଗୃହରେ ଜାତୀୟ ବିଦ୍ୟୁତ ସୁରକ୍ଷା ସପ୍ତାହ-୨୦୨୬ ଅବସରରେ ବକ୍ତୃତା ପ୍ରତିଯୋଗିତା ଆୟୋଜିତ ହୋଇଯାଇଛି l ଏହି କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ଅଧ୍ୟକ୍ଷ ଡକ୍ଟର ଚିତ୍ତରଞ୍ଜନ ବାରିକ ଅଧ୍ୟକ୍ଷତା କରିଥିବା ବେଳେ, ନିରାକାର ରାଉତ, ଅଧୀକ୍ଷଣ ଯନ୍ତ୍ରୀ ତଥା ଉପ ବିଦ୍ୟୁତ ନିରୀକ୍ଷକ କୋରାପୁଟ ଏବଂ ମାଲକାନଗିରିଙ୍କ ନିର୍ଦ୍ଦେଶ କ୍ରମେ ମୁଖ୍ୟ ଅତିଥି ଭାବରେ ଅମ୍ରିତ ମହାପାତ୍ର, ସହକାରୀ ନିର୍ବାହୀ ଯନ୍ତ୍ରୀ ତଥା ସହକାରୀ ବିଦ୍ୟୁତ ନିରୀକ୍ଷକ, କୋରାପୁଟ ଯୋଗଦାନ କରିଥିବା ବେଳେ, ସମ୍ମାନିତ ଅତିଥି ଭାବରେ ସ୍ମୃତି ରଞ୍ଜନ ସାମନ୍ତ, ଇଲେକଟ୍ରିସିଆନ ଗ୍ରେଡ଼-୨ ଯୋଗଦାନ କରିଥିଲେ l ଏହି କାର୍ଯ୍ୟକ୍ରମକୁ ମହାବିଦ୍ୟାଳୟର ବାଣିଜ୍ୟ ବିଭାଗର ବିଭାଗୀୟ ମୁଖ୍ୟ ଡକ୍ଟର ରଞ୍ଜନ କୁମାର ସ୍ୱାଇଁ ପରିଚାଳନା କରିଥିଲେ l କାର୍ଯ୍ୟକ୍ରମରେ ୧୦୦ରୁ ଉର୍ଦ୍ଧ୍ୱ ଛାତ୍ରଛାତ୍ରୀ ଉପସ୍ଥିତ ରହି ବିଦ୍ୟୁତ ସୁରକ୍ଷା ଉପରେ ବିଶେଷଜ୍ଞମାନଙ୍କ ଠାରୁ ଶିକ୍ଷା ଗ୍ରହଣ କରିଥିଲେ l ବକ୍ତୃତା ପ୍ରତିଯୋଗିତାର ବିଷୟ ଥିଲା "ଆଜିର ସଚେତନତା, ଆସନ୍ତାକାଲିର ସୁରକ୍ଷା" l ଏହି ପ୍ରତିଯୋଗିତାରେ ମିନି ସାରଙ୍ଗିଆ, ଚନ୍ଦ୍ରମା ଖରା ଓ ମନୋରମା ପଡାଲ, ପ୍ରଥମ, ଦ୍ୱିତୀୟ ଓ ତୃତୀୟ ସ୍ଥାନ ଗ୍ରହଣ କରିଥିଲେ l କାର୍ଯ୍ୟକ୍ରମ ଆରମ୍ଭରେ ସ୍ୱାମୀ ବିବେକାନନ୍ଦଙ୍କର ଫୋଟୋ ଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରିବା ସହ ପ୍ରଦୀପ ପ୍ରଜ୍ଜ୍ୱଳନ କରି କାର୍ଯ୍ୟକ୍ରମ ଆରମ୍ଭ କରାଯାଇଥିଲା l ସେଣ୍ଟର ଫର ଏନଭର୍ଣ୍ଣମେଣ୍ଟାଲ ଷ୍ଟଡିଜ (ସି.ଇ.ଏସ) ତରଫରୁ ଆର୍ଥିକ ସହାୟତା ପ୍ରଦାନ କରିଥିବା ବେଳେ ସବୁଜ ବାହିନୀ ଆୟୋଜନ କରିଥିଲେ l କାର୍ଯ୍ୟକ୍ରମରେ ଏକ ରା଼ଲି ଅନୁଷ୍ଠିତ ହୋଇଥିଲା ଏବଂ ଶପଥ ପାଠ କରାଯାଇଥିଲା l ଏହି କାର୍ଯ୍ୟକ୍ରମରେ ସମସ୍ତ ଅଧ୍ୟାପକ, ଅଧ୍ୟାପିକା ଉପସ୍ଥିତ ରହିଥିବା ବେଳେ ଅଧ୍ୟାପକ ସୁଶାନ୍ତ ମାଝୀ ଧନ୍ୟବାଦ ଅର୍ପଣ କରିଥିଲେ l
ରାଜ୍ୟ
ଜାତୀୟ ବିଦ୍ୟୁତ ସୁରକ୍ଷା ସପ୍ତାହ-୨୦୨୬ ଉପଲକ୍ଷେ ପ୍ରତିଯୋଗିତା
- Hits: 13







