ହେଡଲାଇନସ୍:

ବେଲଗୁଣ୍ଠା ନାୟାର ପେଟ୍ରୋଲ ପମ୍ପରେ ଅପମିଶ୍ରିତ ପେଟ୍ରୋଲ ପାଇଁ ଚାଳକ ହଟ ହଟା ୧୦୦ ରୁ ଉର୍ଦ୍ଧ ମୋଟର ସାଇକେଲ ଗେରେଜ ରେ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ବେଲଗୁଣ୍ଠା -୦୧/୦୭,:-(ଶିବରାମ ଚୌଧୁରୀ )-ଗଞ୍ଜାମ ଜିଲ୍ଲା ବେଲଗୁଣ୍ଠା ସ୍ଥିତ ଜଗନ୍ନାଥ ପ୍ରସାଦ ଯିବା ସଡ଼କରେ ଥିବା ନାୟାର ପେଟ୍ରୋଲ ପମ୍ପରେ ଆଜି ଚାପା ଉତ୍ତେଜନା ଦେଖିବାକୁ ମିଳିଛି। ନାୟାର ପେଟ୍ରୋଲ ପମ୍ପରେ ଅପମିଶ୍ରିତ ପେଟ୍ରୋଲ ପାଇଁ ଅନେକ ଗ୍ରାହକ ହନ୍ତସନ୍ତ ହେଉଥିବା ଦେଖିବାକୁ ମିଳିଛି,ଏହି ପମ୍ପରେ ପେଟ୍ରୋଲ ଭରିବା ପରେ ଦୁଇଚକିଆ,ଚାରିଚକିଆ ଯାନ ଗୁଡ଼ିକରେ ବିଭିନ୍ନ ପ୍ରକାର ସମସ୍ୟା ଦେଖା ଯାଉଛି ଯାହା ଫଳରେ ଚାଳକ ମାନେ ଅଧା ବାଟରେ ଗାଡିର ଷ୍ଟାର୍ଟ ବନ୍ଦ ହେଉଯାଉଛି ଷ୍ଟାର୍ଟ ମାରିମାରୀ ନୟାନ୍ତ ହେବା ପରେ କିଏ ଡାଲା ଅଟୋ ସାହାଯ୍ୟରେ ତ କିଏ ଗଡେଇ ଗଡେଇ ବାଇକ କୁ ନିକଟସ୍ଥ ଗେରେଜ କୁ ନେଉଥିବାର ଦେଖିବାକୁ ମିଳୁଛି, ଏହା ଗତ ପଞ୍ଚରୁ ସାତ ଦିନ ହେଲା ଲାଗିରହିଛି l କେଉଁଠି ଅଧା ବାଟରେ ଗାଡ଼ି ଅଟକି ଯାଇଛି ତ ଆଉ କେଉଁଠି ଇଞ୍ଜିନ ସିଜ୍ ହେବା ଭଳି ପରିସ୍ଥିତି ସୃଷ୍ଟି ହେଇଛି, ପେଟ୍ରୋଲ ମାଲିକଙ୍କ ଲାଭ ଖୋର ମନୋବୃତ୍ତି ଓ ମନ ମାନି ପାଇଁ ବଳି ପଡୁଛନ୍ତି ସାଧାରଣ ଜନତା। ଏ ନେଇ ପେଟ୍ରୋଲ ପମ୍ପ ମାଲିକ ଙ୍କୁ ବାରମ୍ୱାର ଅଭିଯୋଗ କରିଥିଲେ ମଧ୍ୟ କର୍ଣ୍ଣପାତ କରୁନାହାନ୍ତି,। ଯାହାଫଳରେ ପେଟ୍ରୋଲ ପକାଉଥିବା ଗ୍ରାହକ ମାନେ ଅସୋନ୍ତଷ ପ୍ରକାଶ କରିଛନ୍ତି, ଆଜି ଅଭିଯୋଗ ପାଇବା ପରେ ବେଲଗୁଣ୍ଠା ବିଡ଼ିଓ ସିଙ୍ଗିପୁରମ୍ ହରି,ତହସିଲଦାର କଳାକୃଷ୍ନ ପ୍ରଧାନ, ଭଂଜନଗର ଆଡିସିନାଲ୍ ସିଭିଲ ସପ୍ଲାୟର ସୁଭରାଜ ସାମନ୍ତରାୟ, ବେଳଗୁଣ୍ଠା ଯୋଗାଣ ନିରୀକ୍ଷକ ସମ୍ବିତ କୁମାର ଦାସ ପେଟ୍ରୋଲ ପମ୍ପରେ ପହଞ୍ଚି ତନାଘନା କରିଥିଲେ l ପେଟ୍ରୋଲ ପମ୍ପ ରୁ ପେଟ୍ରୋଲ ଓ ଡିଜେଲ ସାମ୍ପୁଲ ସଂଗ୍ରହ କରି ବ୍ରହ୍ମପୁର ,ଭୁବନେଶ୍ୱର ଲାବୋରେଟୋରୀ କୁ ପଠାଇଥିବା କହିଛନ୍ତ ଏବଂ ପରବର୍ତ୍ତୀ ସମୟରେ ସମ୍ପୁଲ ରିପୋର୍ଟ ଆସିବା ପରେ ଦୋଷୀଙ୍କ ବିରୋଧରେ କାର୍ଯ୍ୟନୁଷ୍ଠାନ ନିଆଯିବ ବୋଲି ପ୍ରକାଶ କରିଛନ୍ତି l

0
0
0
s2sdefault