ହେଡଲାଇନସ୍:

ସିଆରପିଏଫର ସିଭିକ ଆକ୍ସନ ପ୍ରୋଗ୍ରାମ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଦେଶର ସୁରକ୍ଷା ସହିତ ଦେଶବାସୀଙ୍କ ସେବାରେ ନିୟୋଜିତ ସିଆରପିଏଫ :- କମାଣ୍ଡାଣ୍ଟ  ଯୋଗେନ୍ଦ୍ର ସିଂ ମୌର୍ଯ୍ୟ

ବରଗଡ :- ବିଶ୍ୱର ସର୍ବବୃହତ ଓ ସର୍ବଶ୍ରେଷ୍ଠ ଅର୍ଧ ସାମରିକ ବଳ ଭାବରେ କେନ୍ଦ୍ରୀୟ ସୁରକ୍ଷା ବଳ ସାରା ବିଶ୍ୱରେ ପରିଚିତ । ଦେଶର କୋଣସି ପ୍ରକାରର ଆଭ୍ୟନ୍ତରୀଣ ସମସ୍ୟା ଉପୁଜିଲେ ଏହି ବଳର ଯବାନ ମାନେ ଦୃଢ଼ତାର ସହିତ ସମସ୍ୟା ର ମୁକାବିଲା କରିଥାନ୍ତି । କେବଳ ଦେଶର ସୁରକ୍ଷା ନୁହେଁ ଦେଶବାସୀ ଙ୍କର ସେବାରେ ଯବାନମାନେ ସର୍ବଦା ଆଗଭର ହୋଇ ବାହାରନ୍ତି । ଆଜି ଜିଲ୍ଲାର ପାଇକମାଲ ଓ ଜଗଦଲପୁର ଠାରେ ଥିବା ସିଆରପିଏଫ କ୍ୟାମ୍ପ  ଦ୍ୱାରା ଗରିବ ଅସହାୟ ଙ୍କର ସୁବିଧା ପାଇଁ ସିଭିକ ଆକ୍ସନ ପ୍ରୋଗ୍ରାମ ର ଆୟୋଜନ କରାଯାଇଥିଲା । ଏହି ପ୍ରୋଗ୍ରାମ ରେ 189 ବଟାଲିଅନର ମୁଖ୍ୟ କମାଣ୍ଡାଣ୍ଟ  ଯୋଗେନ୍ଦ୍ର ସିଂ ମୌର୍ଯ୍ୟ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଅଂଚଳର 27 ଜଣଙ୍କୁ ସୋଲାର ଲାଇଟ ଓ 27 ଜଣଙ୍କୁ ପାଣି ଟାଙ୍କି ପ୍ରଦାନ କରିଥିଲେ । ବର୍ତ୍ତମାନ ସିଆରପିଏଫ ତରଫରୁ କରାଯାଉଥିବା ବିଭିନ୍ନ ଜନହିତକର କାର୍ଯ୍ୟ  ବାବଦରେ କହିବା ସହିତ ଯଦି କୋଣସି ଲୋକର ନିଜର ଛୁଆଙ୍କୁ ପାଠ ପଢ଼ାଇବା ପାଇଁ ଅସୁବିଧା ହେଉଥାଏ, କୌଣସି ଚିକିତ୍ସା ଦରକାର ଥାଏ ବା ଯେ କୋଣସି ସମସ୍ୟା ଥାଏ ତେବ ସିଆରପିଏଫ କୁ  ଜଣାଇବା ପାଇଁ ଅନୁରୋଧ କରିଛନ୍ତି । ଦେଶର ପ୍ରତେକ ନାଗରିକ ପର୍ଯନ୍ତ ସିଆରପିଏଫ ପହଂଚିବାର ଲକ୍ଷ ଥିବା ଶ୍ରୀ ମୌର୍ଯ୍ୟ କହିଛନ୍ତି । ପ୍ରତ୍ୟେକ ବର୍ଷ ଭଳି ଚଳିତ ବର୍ଷ ସିଆରପିଏଫ ଦ୍ୱାରା ଆୟୋଜନ କରାଯାଇଥିବା ଏହି ପ୍ରୋଗ୍ରାମ ଦ୍ୱାରା ଅଞ୍ଚଳବାସୀ ଉପକୃତ ହେବେ ବୋଲି କହିଛନ୍ତି ପାଇକମାଲ ସରପଞ୍ଚ ଶ୍ରୀ ଧବଳେଶ୍ବର ସାହୁ । ଶ୍ରୀ ମୌର୍ଯ୍ୟଙ୍କର ନିର୍ଦ୍ଦେଶ କ୍ରମେ ଦୁଇ ଜଣ ମହିଳାଙ୍କର ଚିକିତ୍ସା ନିମନ୍ତେ ସେମାନଙ୍କୁ ତୁରନ୍ତ ଯବାନ ମାନେ ଡାକ୍ତରଖାନାକୁ ନେବା ସହିତ ସେମାନଙ୍କର ଔଷଧର ବ୍ୟବସ୍ଥା କରିଥିଲେ । ଆଜି ଏହି ପ୍ରୋଗ୍ରାମରେ ଅନ୍ୟମାନଙ୍କ ମଧ୍ୟରେ ଡେ଼ପୁଟି କମାନଡେଣ୍ଟ ଶ୍ରୀ ବିନୋଦ କୁମାର ଟଣ୍ଡନ , ଶ୍ରୀ ଦିଲୀପ ସିଂ ମିନା ଓ ଶ୍ରୀ ସୁରେନ୍ଦ୍ର କୁମାର ତଥା ମିଠାପଲି ସରପଞ୍ଚ ଶ୍ରୀ ସହଦେଵ ଧାରୁଆ ପ୍ରମୁଖ ଉପସ୍ଥିତ ଥିଲେ। ଆଜି ଯବାନ ମାନଙ୍କର ଦ୍ୱାରା ଉପକୃତ ହୋଇଥିବା ସମସ୍ତ ହିତାଧିକାରୀ ଆଜିର ପ୍ରୋଗ୍ରାମରେ ଅତ୍ୟନ୍ତ ଖୁସି ପ୍ରକଟ କରିଛନ୍ତି ।

0
0
0
s2sdefault